News 18 Odia Digital
ନୂଆଦିଲ୍ଲୀ; କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଏପର୍ଯ୍ୟନ୍ତ ୪୩ ଟି ପଦକ ଜିତିଛି । ଏଥିରେ ୧୫ ଟି ସ୍ୱର୍ଣ୍ଣ, ୧୧ ଟି ରୌପ୍ୟ ଏବଂ ୧୭ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ । ଆଜି ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ହକିରେ ବ୍ରୋଞ୍ଜ ପଦକ ମିଳିଛି ।
ତ୍ରିପଲ୍ ଜମ୍ପରେ ଆଲଡହଁସ୍ ସୃଷ୍ଟି କଲେ ରେକର୍ଡ ।ଆଥଲେଟିକ୍ସର ତ୍ରିପଲ ଜମ୍ପ ଇଭେଣ୍ଟରେ ଆଲଡହଁସ୍ ପାଲ୍ କମାଲ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହା ସହିତ ସେ ପ୍ରଥମ ଭାରତୀୟ ହୋଇଛନ୍ତି ଯିଏ ତ୍ରିପଲ ଜମ୍ପରେ ୧୭ ମିଟର ଦୂରତା ଅତିକ୍ରମ କରିଛନ୍ତି ।
ବକ୍ସିଂରେ ଅମିତ୍ ନିତୁ ସ୍ୱର୍ଣ୍ଣ ଜିତିଛନ୍ତିବକ୍ସିଂରେ ଅମିତ ପଙ୍ଘାଲ ପୁରୁଷ ୪୮-୫୧ କିଲୋଗ୍ରାମ ଭାର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଇଂଲଣ୍ଡର କିଆରନ ମ୍ୟାକଡୋନାଲ୍ଡଙ୍କୁ ୫-୦ ରେ ପରାସ୍ତ କରି ଆଜି ବକ୍ସିଂରେ ଦେଶକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ମହିଳା ବକ୍ସିଂରେ ନୀତୁ ଘଣଘସ ୪୫-୪୮ କିଲୋଗ୍ରାମ ଭାର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଫାଇନାଲ ମ୍ୟାଚରେ ଇଂଲଣ୍ଡର ଡେମି ଜାଡେଙ୍କୁ ୫ - ୦ ରେ ପରାସ୍ତ କରିଥିଲେ । କମନୱେଲଥ ଗେମ୍ସ ୨୦୨୨ରେ ଏହା ହେଉଛି ଭାରତର ୧୪ ତମ ସ୍ୱର୍ଣ୍ଣ ପଦକ ।
ଫାଇନାଲରେ ପ୍ରବେଶ କଲେ ପିଭି ସିନ୍ଧୁପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେ ସେମିଫାଇନାଲ ମ୍ୟାଚରେ ସିଙ୍ଗାପୁରର ଜିଆ ମିନଙ୍କୁ ୨୧-୧୯, ୨୧-୧୭ ରେ ପରାସ୍ତ କରିଥିଲେ
ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିଛିଭାରତୀୟ ମହିଳା ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି । ନିୟମିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଏହା ପରେ ଭାରତ ପେନାଲ୍ଟି ସୁଟଆଉଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି ।
ଭାରତର ପଦକ ବିଜେତା୧୫ଟି ସ୍ଵର୍ଣ୍ଣ: ମିରାବାଇ ଚାନୁ, ଜେରେମି ଲାଲରିନୁଙ୍ଗା, ଅଞ୍ଚିତା ଶୌଲି, ମହିଳା ଲନ୍ ବଲ୍ ଟିମ୍, ଟେବୁଲ୍ ଟେନିସ୍ ପୁରୁଷ ଦଳ, ସୁଧୀର (ପାୱାର୍ ଲିଫ୍ଟିଙ୍ଗ୍), ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ୍, ଦୀପକ ପୁନିଆ, ରବି ଡାହିଆ, ଭିନେଶ ଫୋଗେଟ୍, ନବୀନ, ଭବିନା (ପାରା ଟେବୁଲ୍ ଟେନିସ୍) ), ନୀତୁ ଘଣଘସ, ଅମିତ ପଂଘାଲ ।
୧୧ ରୌପ୍ୟ : ସଙ୍କେତ ସରଗର, ବିନ୍ଦିୟାରାଣୀ ଦେବୀ, ସୁଶୀଳା ଦେବୀ, ବିକାଶ ଠାକୁର, ଭାରତୀୟ ବ୍ୟାଡମିଣ୍ଟନ ଦଳ, ତୁଲିକା ମାନ, ମୁରଲି ଶ୍ରୀଶଙ୍କର, ଅଂଶୁ ମଲିକ, ପ୍ରିୟଙ୍କା, ଅଭିନାଶ ସାବଲେ, ପୁରୁଷ ଲନ୍ ବଲ୍ ଟିମ୍ ।
୧୭ ବ୍ରୋଞ୍ଜ: ଗୁରୁରାଜ ପୂଜାରୀ, ବିଜୟ କୁମାର ଯାଦବ, ହରଜିନ୍ଦର କୌର , ଲଵପ୍ରୀତ ସିଂ, ସୌରଭ ଘୋଷାଲ, ଗୁରୁଦୀପ ସିଂ, ତେଜସ୍ୱିନ ଶଙ୍କର, ଦିବ୍ୟା କାକରନ୍, ମୋହିତ ଗ୍ରେବାଲ୍, ଜସ୍ମିନ୍, ପୂଜା ଗହଲଟ୍, ପୂଜା ସିହାଗ, ମହମ୍ମଦ ହୁସାମୁଦ୍ଦିନ, ଦୀପକ ଟୋକ୍ ନେହେରା, ରୋହିତ ଟୋକସ, ମହିଳା ହକି ଟିମ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।