ବାରବାଟି ଟି-୨୦ ମ୍ୟାଚ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପୋଲିସ

ବିମାନବନ୍ଦରରୁ ହୋଟେଲ ଓ କଟକ  ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଭୁବନେଶ୍ୱର ୟୁପିଡ଼ି ପୋଲିସ ।ବିଶେଷ କରି ଖେଳାଳୀ ଆସିବା ଓ ଯିବା ସମୟରେ ଯେଭଳି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ମଧ୍ୟ ସମସ୍ତ ବନ୍ଦୋବୋସ୍ତ କରାଯାଇଛି ।

ଟି20 ମ୍ୟାଚ(ପ୍ରତୀକାତ୍ମକ ଛବି)

ଟି20 ମ୍ୟାଚ(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଟକ ବାରବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ମ୍ୟାଚ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିଶନରେଟ ପୋଲିସ । ବିମାନବନ୍ଦରରୁ ହୋଟେଲ ଓ କଟକ  ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଭୁବନେଶ୍ୱର ୟୁପିଡ଼ି ପୋଲିସ । ବିଶେଷ କରି ଖେଳାଳୀ ଆସିବା ଓ ଯିବା ସମୟରେ ଯେଭଳି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ମଧ୍ୟ ସମସ୍ତ ବନ୍ଦୋବୋସ୍ତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରେ ୧୦ତାରିଖ ଅପରାହ୍ନରେ ଉଭୟ ଟିମ ସ୍ୱତନ୍ତ୍ର ବୀମାନ ଯୋଗେ ବିମାନବନ୍ଦରରେ ପହଞ୍ଚୀବେ । କଡ଼ା ସୁରକ୍ଷା ବଳୟ ଭିତରେ ଉଭୟ ଟିମକୁ ବିମାନବନ୍ଦରରୁ ହୋଟେଲକୁ ଆସିବେ । ପରେ ୧୧ ତାରିଖରେ ପର୍ଯ୍ୟାୟ କ୍ରମେ ଉଭୟ ଟିମ ବାରବାଟି ଅଭ୍ୟାସ ପାଇଁ ଯିବେ। ସବୁ ସମୟରେ ଖେଳାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ତେବେ ୯ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ମକଡ୍ରିଲ କରାଯିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ବରିଷ୍ଠ ପୋଲିସ ଅଧିକାରୀ ମାନେ ତାଙ୍କୁ ସହଯୋଗ କରିବେ ।

"ଭାରତ ଦକ୍ଷିଣ ଆଫ୍ରିକା ଦିତୀୟ ଟି-୨୦ମ୍ୟାଚ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ବିମାନବନ୍ଦର ଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ମୁତୟନ ହେବେ ପୋଲିସ କର୍ମଚାରୀ । ଖେଳାଳି ଆସିବା ବେଳେ ରାସ୍ତାର ଗୋଟିଏ ପାର୍ଶ୍ଵ ସିଲ କରିଦିଆଯିବ। ଟ୍ରାଫିକ ଛକ ମାନଙ୍କରେ ବ୍ୟାପକ ଟ୍ରାଫିକ ପୋଲିସ ମୁତୟନ କରାଯିବ । ପ୍ରାକ୍ଟିସ ପାଇଁ ଯିବାବେଳେ ପୋଲିସ କର୍ଡନରେ ବାରବାଟୀ ଯିବେ ଉଭୟ ଟିମର ଖେଳାଳୀ। ଏଥିପାଇଁ ଭୁବନେଶ୍ୱର ୟୁପିଡ଼ି ପକ୍ଷରୁ ୨୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଯଦିଓ ଖେଳାଳି ମାନେ ବସ ଯୋଗେ ବିମାନବନ୍ଦରରୁ ବାହାରି ହୋଟେଲକୁ ଆସିବେ ତଥାପି ଖେଳାଳୀମାନଙ୍କୁ ଦେଖିବାପାଇଁ ବିମାନବନ୍ଦର ବାହାରେ ଓ ହୋଟେଲ ବାହାରେ ଲୋକଙ୍କ ଭିଡ଼ ଆଶଙ୍କା ରହିଛି। ତେଣୁ ସେ ସବୁକୁ ଦୃଷ୍ଟିରେ ରଖି ବାରିକେଡର ବ୍ୟବସ୍ଥା କରାଯିବାର ଯୋଜନା କରାଯାଇଛି । ହୋଟେଲର ଚତୁର୍ପାଶ୍ୱରେ ବ୍ୟାପକ ବନ୍ଧୁକଧାରୀ ପୋଲିସ ମୁତୟନ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soumya Das
First published: