ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହେବେ ଚେତନ ଶର୍ମା!

ଭାରତର ପୂର୍ବତନ କ୍ରିକେଟର ଚେତନ ଶର୍ମାଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ ରହିବାର ସମ୍ଭାବନା ଅଧିକ ରହିଛି ।

ଚେତନ ଶର୍ମା

ଚେତନ ଶର୍ମା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଚେତନ ଶର୍ମା ପୁଣି ଥରେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି । ସୋମବାର କ୍ରିକେଟ୍ ପରାମର୍ଶଦାତା କମିଟି ଅର୍ଥାତ୍ ସିଏସି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ସହ ଅନ୍ୟ ଚୟନ କମିଟିର ଅନ୍ୟ ସଦସ୍ୟଙ୍କ ପାଇଁ ୧୩ ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲା । ଚିଫ୍ ସିଲେକ୍ଟର ପଦ ଦୌଡରେ ଚେତନ ଶର୍ମା ସବୁଠୁ ଆଗରେ ଅଛନ୍ତି । ଏପରିକି ଏହି ପଦ ପାଇଁ ଚେତନ ଶର୍ମାଙ୍କୁ ନେଇ ସମସ୍ତେ ସହମତି ମଧ୍ୟ ପ୍ରକାଶ କରିଥିବା ଜଣାପଡିଛି । ନିକଟରେ ହୋଇଥିବା ବିସିସିଆଇ ବୈଠକରେ ଚେତନ ଶର୍ମା ସାମିଲ ରହିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଭାରତର ପୂର୍ବତନ କ୍ରିକେଟର ଚେତନ ଶର୍ମାଙ୍କ ମୁଖ୍ୟ ଚୟନକର୍ତ୍ତା ଭାବେ ରହିବାର ସମ୍ଭାବନା ଅଧିକ ରହିଛି । ଉଲ୍ଲେଖଯୋଗ୍ୟ ଯେ ଟି ୨୦ ବିଶ୍ୱ କପରେ ଭାରତୀୟ ଟିମର ପରାଜୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ୱାଧିନ ଚୟନ କମିଟିକୁ ତତ୍କାଳ ପ୍ରଭାବରୁ ଭଙ୍ଗ କରିଥିଲା । ଏହାପରେ ନୂଆ କମିଟି ପାଇଁ ଆବେଦନ ଲୋଡ଼ିଥିଲା ।

୧୩ ଜଣ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ଚୟନ କମିଟି ପାଇଁ ସର୍ଟଲିଷ୍ଟ କରାଯାଇଥିଲା । ଏଥିରୁ ଅଧିକାଂଶ ପ୍ରାର୍ଥୀଙ୍କ ସୋମବାର ସାକ୍ଷାତକାର ହୋଇଥିବା ବେଳେ ଆସନ୍ତାକାଲି କିଛି ଜଣଙ୍କ ହୋଇପାରେ । ବିସିସିଆର ଚୟନ କମିଟିର ମୁଖ୍ୟ ହେବା ପାଇଁ ୭ଟି ଟେଷ୍ଟ କିମ୍ୱା ୩୦ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ୍ କିମ୍ୱା ୧୦ ଦିନିକିଆ କିମ୍ୱା ୨୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ବ୍ୟକ୍ତିଙ୍କ ଆବେଦନ ଯୋଗ୍ୟ ।
Published by:Soumyashree Mishra
First published: