News18 Odia Digital
Pele: ବ୍ରାଜିଲର ପୂର୍ବତନ ଭେଟେରାନ ଫୁଟବଲର୍ ପେଲେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଟବଲର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିବା ପେଲେଙ୍କୁ ସାଓ ପାଉଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହୃଦଘାତ ଏବଂ ମାନସିକ ସମସ୍ୟା ହେତୁ ପେଲେଙ୍କୁ ଡାକ୍ତରଖାନାକୁ ଆଣିବାକୁ ପଡ଼ିଥିଲା। ଏଥିରୁ ଜଣାପଡୁଛି ଯେ ତାଙ୍କର କର୍କଟ ଚିକିତ୍ସା ସଫଳ ହୋଇନାହିଁ।
ESPN Brasil ଅନୁଯାୟୀ, ଯେତେବେଳେ ପେଲେଙ୍କୁ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ତାଙ୍କ ଶରୀରର ଫୁଲି ଯାଇଥିଲେ ଏବଂ ଡାକ୍ତର ତାଙ୍କ ପରୀକ୍ଷଣରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ହୃଦୟରେ ମଧ୍ୟ ସମସ୍ୟା ରହିଛି। ଡାକ୍ତରଖାନାକୁ ଆସିବା ପରେ ପେଲେଙ୍କ ମସ୍ତିଷ୍କ ମଧ୍ୟ ସଂପୂର୍ଣ୍ଣ କାମ କରୁନଥିଲା ଏବଂ ସେ ଗୋଟିଏ ସ୍ଥାନରେ ସ୍ଥିର ରହିପାରିନଥିଲେ।
ପେଲେ ନିଜ ହାତରେ କିଛି ଖାଇବାକୁ ଅସମର୍ଥ ଏବଂ ଅଧିକ ଅନୁସନ୍ଧାନ ପାଇଁ ଡାକ୍ତରଖାନାରେ ତାଙ୍କୁ ରଖାଯାଇଛି। ୮୨ ବର୍ଷୀୟ ପେଲେ କର୍କଟ ରୋଗ ସହ ଲଢୁଛନ୍ତି ଏବଂ ଲାଗୁଛି ଯେ ତାଙ୍କର କେମୋଥେରାପି ସଫଳ ହୋଇନାହିଁ।
ଗତ ବର୍ଷ ପେଲେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେପ୍ରକାଶ ଥାଉକି ଗତବର୍ଷ ସେପ୍ଟେମ୍ବରରେ ପେଲେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରୁ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ଶରୀରରୁ ଟ୍ୟୁମର ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ସେ ଆଇସିୟୁରେ କିଛି ଦିନ ରହିଥିଲେ, କିନ୍ତୁ ପରେ ତାଙ୍କ ଅବସ୍ଥା ସୁଧୁରିଥିଲା। ଅବଶ୍ୟ, ସେବେଠାରୁ ତାଙ୍କର କେମୋଥେରାପି କ୍ରମାଗତ ଭାବରେ ଚାଲିଥିଲା। ଏବେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଲାଗୁଛି ଯେ ତାଙ୍କର କେମୋଥେରାପି ସଫଳ ହୋଇନାହିଁ। ଡାକ୍ତରମାନେ ବର୍ତ୍ତମାନ ଅଧିକ ପରୀକ୍ଷା କରି ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଶରୀରର କେଉଁ ଅଙ୍ଗ କର୍କଟ ଦ୍ୱାରା ପ୍ରଭାବିତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।