News 18 Odia Digital
ନୂଆଦିଲ୍ଲୀ; ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ରମିଜ ରାଜାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି। ତାଙ୍କ ବିବୃତ୍ତି ହେତୁ ରମିଜ ରାଜା କ୍ରମାଗତ ଭାବରେ ବିବାଦରେ ଥିଲେ, ଏହାରି ମଧ୍ୟରେ ତାଙ୍କ ବିରୋଧରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାମିଜ ରାଜାଙ୍କ ସ୍ଥାନରେ ନାଜାମ ସେଠୀଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂତନ ଚେୟାରମ୍ୟାନ୍ କରାଯାଇଛି । ପିସିବିର ଏହି ନୂତନ ନିଯୁକ୍ତିକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅନୁମୋଦନ କରିଛନ୍ତି ।
ଗତ କିଛି ଦିନ ଧରି କ୍ରମାଗତ କଳ୍ପନାଜଳ୍ପନା କରାଯାଉଥିଲା ଯେ ରମିଜ ରାଜାଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇପାରେ । ଯଦିଓ ସେ ଏହି ରିପୋର୍ଟକୁ ବାରମ୍ବାର ଅସ୍ୱୀକାର କରିଥଲେ, ଏମିତିକି ରମିଜ ରାଜା ପିସିବି ଅଧିକାରୀଙ୍କୁ କହିଥିଲେ କି ଏହି ପଦବୀରେ ଅବ୍ୟାହତ ରହିବା ପାଇଁ ତାଙ୍କୁ ସରକାରଙ୍କ ଅନୁମୋଦନ ମିଳିଛି।
ପାକିସ୍ତାନ ନିଜ ଘରେ ସିରିଜ ହାରିଥିଲେଆମେ ଆପଣଙ୍କୁ କହିରଖୁଛୁ ଯେ ନିକଟରେ ପାକିସ୍ତାନକୁ ନିଜ ଘରେ ଇଂଲଣ୍ଡ ହାତରେ ୦-୩ ଖରାପ ଅବସ୍ଥାର ସାମ୍ନା କରିବାକୁ ପଡିଥିଲା । ପାକିସ୍ତାନ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥିଲା, ଯେତେବେଳେ ପାକିସ୍ତାନକୁ ନିଜ ଘରେ ଟେଷ୍ଟ ସିରିଜରେ ହାରିବାର ସମ୍ମୁଖୀନ ହେବାକୁ ପଡିଥିଲା। ଇଂଲଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆ ମଧ୍ୟ ନିଜ ଘରେ ପାକିସ୍ତାନକୁ ପରାସ୍ତ କରିଥିଲା।
ରମିଜ ରାଜା କ୍ରମାଗତ ଭାବରେ ଭାରତ ବିରୋଧରେ ବିବୃତ୍ତି ଦେଉଥିଲେ, ନିକଟରେ ସେ ତାଙ୍କ ବିବୃତ୍ତି ହେତୁ ଚର୍ଚ୍ଚାରେ ଥିଲେ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପ ୨୦୨୩ ପାଇଁ ସେ ଏକ ଧମକପୂର୍ଣ୍ଣ ସ୍ୱର ମଧ୍ୟ ଉଠାଇ ଥିଲେ ଏବଂ ପାକିସ୍ତାନ ଦଳର ଅଂଶଗ୍ରହଣ ନକରିବା ବିଷୟରେ କହିଥିଲେ। କାରଣ ଏହି ଟୁର୍ଣ୍ଣାମେଣ୍ଟ ଅନ୍ୟତ୍ର ଅନୁଷ୍ଠିତ ହେବା ଉଚିତ ବୋଲି କହିବା ସହ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପରେ ଭାରତ ଖେଳିବାକୁ ମନା କରିଦେଇଥିଲା। ସେବେଠାରୁ ରମିଜ ରାଜା ବିସିସିଆଇ ବିରୋଧରେ ନିଆଁ ଓଗାଳୁଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।