ଜାତୀୟ ଭାରୋତ୍ତୋଳନ ଚମ୍ପିୟନସିପ: ୩ ଶୃଙ୍ଖଳରେ ରେକର୍ଡ଼ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୟୁଥ ବାଳକ ୧୦୨ କେଜି ବର୍ଗରେ ବିହାର ଭୋଳା ସିଂହ ଓ ୮୧ କେଜି ୟୁଥ ବାଳିକା ବର୍ଗରେ ଚ. ଶ୍ରୀଲକ୍ଷ୍ମୀ ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ଼ ସ୍ଥାପନ କରିବା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

୩ ଶୃଙ୍ଖଳରେ ରେକର୍ଡ଼ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ (ପ୍ରତୀକାତ୍ମକ ଛବି)

୩ ଶୃଙ୍ଖଳରେ ରେକର୍ଡ଼ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ୟୁଥ ବାଳକ ୧୦୨ କେଜି ବର୍ଗରେ ବିହାର ଭୋଳା ସିଂହ ଓ ୮୧ କେଜି ୟୁଥ ବାଳିକା ବର୍ଗରେ ଚ. ଶ୍ରୀଲକ୍ଷ୍ମୀ ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ଼ ସ୍ଥାପନ କରିବା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

୧୦୨ କେଜି ୟୁଥ ବାଳକ ବର୍ଗରେ ବିହାରର ଭୋଳା ସିଂହ ସ୍ନାଚରେ ୧୨୬ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୫୦ କେଜି ଏବଂ ମୋଟରେ ୨୭୬ କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୮୧ କେଜି ୟୁଥ ବାଳିକା ବର୍ଗରେ ଆନ୍ଧ୍ରପ୍ରଦେଶର ଚ. ଶ୍ରୀଲକ୍ଷ୍ମୀ ୮୧ କେଜି ସ୍ନାଚରେ, କ୍ଲିନ ଆଣ୍ଡ ଜର୍କରେ ୧୦୪ କେଜି ଓ ମୋଟରେ ୧୮୫ କେଜି ଉତ୍ତୋଳନ କରି ତିନୋଟି ଯାକ ଶୃଙ୍ଖଳରେ ନୂଆ ରେକର୍ଡ଼ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଶ୍ରୀଲକ୍ଷ୍ମୀ ଜୁନିୟର ମହିଳା ୮୧ କେଜି ବର୍ଗରେ ମଧ୍ୟ ମୋଟ ୧୮୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I

ଜୁନିୟର ୧୦୨ କେଜି ପୁରୁଷ ବର୍ଗରେ ରାଜସ୍ଥାନର ହରଚରଣ ସିଂ ସ୍ନାଚରେ ୧୫୨ କେଜି, କ୍ଲିନ ଆଣ୍ଡ ଜର୍କରେ ୧୬୮ କେଜି ଉତ୍ତୋଳନ ସହ ମୋଟ ୩୧୯କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏଥି ସହିତ ହରଚରଣ ସ୍ନାଚ ଓ ମୋଟ ଶୃଙ୍ଖଳରେ ସର୍ବଶ୍ରେଷ୍ଟ ଉତ୍ତୋଳନ କରି ଦୁଇଟି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I ଏହି ବର୍ଗରେ ହରିୟାଣାର ଅମନ ମୋଟ ୩୧୪ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି I ଅମନ ସ୍ନାଚରେ ୧୭୭କେଜି ଉତ୍ତୋଳନ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି I ପଞ୍ଜାବର ଯଶବୀର ସିଂ ମୋଟ ୨୯୪ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I

"ସିନିୟର ପୁରୁଷ ୧୦୨ କେଜି ବର୍ଗରେ ଅରୁଣାଚଳ ପ୍ରଦେଶର କୁଜୁମ ତାବା ସ୍ନାଚରେ ୧୫୩ କେଜି ଉତ୍ତୋଳନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି I ଏଥିସହ ସେ କ୍ଲିନ ଆଣ୍ଡ ଜର୍କରେ ୧୯୨ କେଜି ଓ ମୋଟରେ ୩୪୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି I ଏସଏସସିବିର ବିକାଶ ଠାକୁର ମୋଟ ୩୪୧ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ସଚିନ ମେହମି ୩୩୩ କେଜି ଉତ୍ତୋଳନକରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I ୮୨ କେଜି ସିନିୟର ମହିଳା ବର୍ଗରେ ବର୍ଗରେ ଉତ୍ତର ପ୍ରଦେଶର କ୍ରୀତ୍ୟଗା ପନୱାର ମୋଟ ୨୦୩ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଚଣ୍ଡିଗଡ଼ର ବଂଶୀତା ବର୍ମା ରୌପ୍ୟ ଏବଂ ଉତ୍ତର ପ୍ରଦେଶର ପୂଜା ୟାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି I
Published by:Soumya Das
First published: