Tokyo Paralympics 2020: ଭାବିନା ପଟେଲ ଜିତିଲେ ରୌପ୍ୟ ପଦକ; ଟୋକିଓ ଅଲିମ୍ପିକ୍ସ ଭଳି ଖୋଲିଲେ ଭାରତର ଖାତା

ଭାରତ ପାଇଁ ପଦକ ଜିତିଥିବା ପାରା ଅଲିମ୍ପିକ ଗେମ୍ସ ଇତିହାସରେ ଭାବିନା ପଟେଲ ହେଉଛନ୍ତି ଦ୍ୱିତୀୟ ମହିଳା ଖେଳାଳି । ତାଙ୍କ ପୂର୍ବରୁ ଦୀପା ମଲ୍ଲିକ ପଦକ ଜିତିଥିଲେ । ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ୪.୬୧ ମିଟର ଶ୍ରେଷ୍ଠ ଥ୍ରୋ ସହିତ ଦୀପା ମଲ୍ଲିକ ରୌପ୍ୟ ପଦକ ଜିତିଥିଲେ ।

ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଲେ ଭାବିନା ପଟେଲ

ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଲେ ଭାବିନା ପଟେଲ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇନାହାଁନ୍ତି ସତ, ହେଲେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ସେ ମହିଳା ସିଙ୍ଗଲ୍ସ କ୍ଲାସ୍ ୪ର ଫାଇନାଲରେ ଚୀନର ଖେଳାଳି ଜୋ ୟିଙ୍ଗଙ୍କୁ ୧୧-୭, ୧୧-୫, ୧୧-୬ରେ ହରାଇଥିଲେ । ସେ ଏକ ଐତିହାସିକ ରୌପ୍ୟ ପଦକ ଜିତି ପାରା ଅଲିମ୍ପିକ୍ସରେ ଭାରତର ଖାତା ଖୋଲିଛନ୍ତି । ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତର ଆକାଉଣ୍ଟ ଖୋଲିଥିଲେ। ବିଶ୍ୱର ଏକ ନମ୍ବର ଚୀନ ଖେଳାଳି ସମଗ୍ର ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।

ରୌପ୍ୟ ଜିତିବାରେ ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ଭାବିନା ପଟେଲ

ଭାରତ ପାଇଁ ପଦକ ଜିତିଥିବା ପାରା ଅଲିମ୍ପିକ ଗେମ୍ସ ଇତିହାସରେ ଭାବିନା ପଟେଲ ହେଉଛନ୍ତି ଦ୍ୱିତୀୟ ମହିଳା ଖେଳାଳି । ତାଙ୍କ ପୂର୍ବରୁ ଦୀପା ମଲ୍ଲିକ ପଦକ ଜିତିଥିଲେ । ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ୪.୬୧ ମିଟର ଶ୍ରେଷ୍ଠ ଥ୍ରୋ ସହିତ ଦୀପା ମଲ୍ଲିକ ରୌପ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ସେମିଫାଇନାଲରେ ଭାବିନା ପଟେଲ ବିଶ୍ୱର ତିନି ନମ୍ବର ଚୀନର ଖେଳାଳିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଭାବିନା ସେମିଫାଇନାଲ ମ୍ୟାଚ୍ ୭-୧୧, ୧୧-୭, ୧୧-୪, ୯-୧୧ ଓ ୧୧-୮ରେ ଜିତିଥିଲେ ।

ପିଲା ଦିନରେ ପୋଲିଓ ଥିଲା

ଭାବିନା ମାତ୍ର ୧୨ ମାସର ହୋଇଥିବା ବେଳେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ପାରା ଟେବୁଲ୍ ଟେନିସରେ ୧୧ଟି ବର୍ଗ ଅଛି । ୧ ରୁ ୫ ବର୍ଗ ପର୍ଯ୍ୟନ୍ତ ଆଥଲେଟ୍ମାନେ ଏକ ହ୍ୱିଲ୍ ଚେୟାରରେ ଖେଳନ୍ତି | 6 ରୁ 10 ଶ୍ରେଣୀ ପର୍ଯ୍ୟନ୍ତ ଆଥଲେଟ ଛିଡ଼ା ହୋଇ ଖେଳିପାରିବେ । କ୍ଲାସ୍ ୧୧ରେ ଆଥଲେଟଙ୍କର ମାନସିକ ସମସ୍ୟା ରହିଥାଏ । ଭାରତର ବାଭିନା ପଟେଲ ମଧ୍ୟ ହ୍ୱିଲ ଚେୟାର ସାହାଯ୍ୟରେ ପୋଡିୟମକୁ ଯାତ୍ରା କରିଥିଲେ।
Published by:Lipina Das
First published: