କୁଇନ୍ ଅଫ୍ ଆଥଲେଟିକ୍ସ: ୯୪ ବର୍ଷୀୟା ଭଗବାନୀ ଦେବୀ ଜିତିଲେ ସ୍ଵର୍ଣ୍ଣ ପଦକ

ଭାରତର ୯୪ ବର୍ଷୀୟା ସ୍ପ୍ରିଣ୍ଟର ଭଗବାନୀ ଦେବୀ ଦାଗର ନିକଟରେ ଫିନଲ୍ୟାଣ୍ଡରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୯୪ ବର୍ଷୀୟା ଭଗବାନୀ ଦେବୀ ଜିତିଲେ ସ୍ଵର୍ଣ୍ଣ ପଦକ

୯୪ ବର୍ଷୀୟା ଭଗବାନୀ ଦେବୀ ଜିତିଲେ ସ୍ଵର୍ଣ୍ଣ ପଦକ

  • Share this:
News 18 Odia Digital:

Bhagwani Devi Dagar: ଭାରତର ୯୪ ବର୍ଷୀୟା ସ୍ପ୍ରିଣ୍ଟର ଭଗବାନୀ ଦେବୀ ଦାଗର ନିକଟରେ ଫିନଲ୍ୟାଣ୍ଡରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟ ଟ୍ୱିଟରରେ ସୂଚନା ଦେଇ କହିଛି ଯେ ଭଗବାନୀ ୨୪.୭୫ ସେକେଣ୍ଡ ସମୟ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ସେ ସଟ-ପୁଟରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।

ଭଗବାନୀଙ୍କ ସଫଳତାକୁ ଦେଶର ସମସ୍ତ କୋଣ ଅନୁକୋଣରେ ପ୍ରଶଂସା କରାଯାଇଥିଲା। ଅନୁରାଗ ଠାକୁର, ହାର୍ଦ୍ଦିପ ସିଂହ ପୁରୀ ଓ ପୀୟୁଷ ଗୋୟଲଙ୍କ ସମେତ ମନ୍ତ୍ରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ କହିଛନ୍ତି ଯେ ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏକ ଟ୍ବିଟରେ ଗୋୟଲ ଲେଖିଛନ୍ତି, ‘‘ଫିନଲ୍ୟାଣ୍ଡରେ ଚାଲିଥିବା ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ଏକ ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ଆଣିଥିବା ଭଗବାନୀ ଦେବୀ ଦାଗରଙ୍କ ପାଇଁ ଆମେ ଗର୍ବିତ।’’

ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘‘୯୪ ବୟସରେରେ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ବିଜେତା ହୋଇଥିବା ଭଗବାନୀ ଦେବୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ତାଙ୍କ ଶକ୍ତି ଓ ଆତ୍ମବିଶ୍ବାସ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଭାରତ ଆପଣଙ୍କ ପାଇଁ ଗର୍ବିତ।’’
Published by:Soumyashree Mishra
First published: