ବେନ ଷ୍ଟୋକ୍ସ (ପ୍ରତିକାତ୍ମକ ଛବି)
News 18 Odia Digital
ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ନିଜ ଗ୍ରାଉଣ୍ଡ ପଡ଼ିଆରେ ଇଂଲଣ୍ଡର କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚରେ ଦିନିକିଆ କ୍ରିକେଟରୁ ଅବସର ନେବେ ବୋଲି ଆଜି ଘୋଷଣା କରିଛନ୍ତି। ସେ ନିଜ କ୍ୟାରିୟରର ଶେଷ ଓଡିଆଇ ମ୍ୟାଚ୍ ନିଜ ଗ୍ରାଉଣ୍ଡରେ ଖେଳିବେ ଓ ଟେଷ୍ଟ ଅଧିନାୟକ ଭାବରେ ଧ୍ୟାନ ଦେବେ ବୋଲି କହିଛନ୍ତି।
ଇଂଲଣ୍ଡ ପାଇଁ ୧୦୪ ଟି ଓଡିଆଇ ଖେଳି ଷ୍ଟୋକ୍ସ ୨୯୧୯ ରନ୍ ସଂଗ୍ରହ କରି ୭୪ ୱିକେଟ୍ ନେଇଛନ୍ତି। ତାଙ୍କର ଓଡିଆଇ କ୍ୟାରିୟରର ମୁଖ୍ୟ ଆକର୍ଷଣ ହେଲା ୨୦୧୯ରେ ବିଶ୍ୱକପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କ ପ୍ରଦର୍ଶନ। ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ଜିତିବା ସହ ଏହି ଶେଷ ମ୍ୟାଚରେ ଅପରାଜିତ ୮୪ ରନ୍ କରି ଇଂଲଣ୍ଡକୁ ପ୍ରଥମ ୫୦ ଓଭର ବିଶ୍ୱକପ ଜିତିବାରେ ସାହାଯ୍ୟ କରିଥିଲେ।
ବେନ୍ ଷ୍ଟୋକ୍ସ କହିଛନ୍ତି, "ମୁଁ ମଙ୍ଗଳବାର ଦିନ ଡୁରୁମ୍ ଠାରେ ଦିନିକିଆ କ୍ରିକେଟରେ ଇଂଲଣ୍ଡ ପାଇଁ ମୋର ଶେଷ ଖେଳ ଖେଳିବି, ମୁଁ ଏହି ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହା କରିବା ଏକ ଅବିଶ୍ୱସନୀୟ କଠିନ ନିଷ୍ପତ୍ତି। ମୁଁ ମୋର ସାଥୀମାନଙ୍କ ସହିତ ଖେଳିବାର ପ୍ରତ୍ୟେକ ମିନିଟକୁ ଭଲ ପାଏ। ଟେଷ୍ଟରେ ମ୍ୟାଚରେ ମୁଁ ସବୁକିଛି କରିବାକୁ ଚେଷ୍ଟା କରିବି, ଓ ବର୍ତ୍ତମାନ ଏହି ନିଷ୍ପତ୍ତି ସହିତ ଟି -୨୦ ଫର୍ମାଟରେ ମୋର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ମଧ୍ୟ ଅନୁଭବ କରିପାରିବ।’’
"ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୧୦୪ ଟି ମ୍ୟାଚ୍ ଭଲପାଏ। ମୋର ଶେଷ ଖେଳ ଡୁରୁମରେ ମୋ ଘର ଗ୍ରାଉଣ୍ଡରେ ଖେଳିବା ଆଶ୍ଚର୍ଯ୍ୟଜନକ ଲାଗୁଛି। ସବୁଥର ପରି ଇଂଲଣ୍ଡ ପ୍ରଶଂସକମାନେ ମୋ ପାଇଁ ଏଥର ମଧ୍ୟ ଅଛନ୍ତି ଓ ସେଠାରେ ରହିବେ। ଆଶା କରୁଛି ମଙ୍ଗଳବାର ଦିନ ଆମେ ଜିତିବା,’’ କହିଛନ୍ତି ବେନ୍।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।