Ben Stokes: ଅନ୍ତିମ ଦିନିକିଆ ମ୍ୟାଚରେ ବିଫଳ ହେଲେ ବେନ ଷ୍ଟୋକ୍ସ

Ben Stokes: ଶେଷ ଓଡିଆଇ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ନୈରାଶ ଜନକ ପ୍ରଦର୍ଶନ। ମାତ୍ର ୫ ରନ୍ କରି ଫ୍ୟାନ୍ସଙ୍କୁ ନିରାଶ କରିଥିଲେ।

ବେନ ଷ୍ଟୋକ୍ସ  (ପ୍ରତିକାତ୍ମକ ଛବି)

ବେନ ଷ୍ଟୋକ୍ସ  (ପ୍ରତିକାତ୍ମକ ଛବି)

  • Share this:
News 18 Odia Digital

Ben Stokes: ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ପରେ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ବିଦାୟ ନେଇଛନ୍ତି। କିନ୍ତୁ ସେମିତି କିଛି ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା ଶେଷ ମ୍ୟାଚରେ। ଏହା ତାଙ୍କ ଘରୋଇ ଗ୍ରାଉଣ୍ଡରେ ଖେଳା ଯାଉଥିବାରୁ ବହୁ ପ୍ରଶଂସକ ତାଙ୍କ ଶେଷ ଖେଳ ଦେଖିବାକୁ ଆସି ନିରାଶ ହୋଇଛନ୍ତି। ବେନ୍ ଷ୍ଟୋକ୍ସ କିନ୍ତୁ ଶେଷ ମ୍ୟାଚରେ ବଲ୍ ଓ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିପାରିନଥିଲେ।  ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୨ ରନର ପରାଜୟର  ହେବାକୁ ପଡ଼ିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପରେ ସେ ଏହି ଫର୍ମାଟରୁ ଅବସର ନେବେ ବୋଲି ସୋମବାର ବେନ ଘୋଷଣା କରିଥିଲେ। ତାଙ୍କ ଶେଷ ମ୍ୟାଚ୍‌ରେ ବେନ୍‌ ଷ୍ଟୋକ୍ସ ବୋଲିଂ କରିବାବେଳେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ  ସେ ୫ ଓଭରରେ ୪୪ ରନ୍ ଦେଇଥିଲେ। ବେନ୍ ଷ୍ଟୋକ୍ସ କୌଣସି ୱିକେଟ୍ ମଧ୍ୟ ପାଇନଥିଲେ।

ସିରିଜର ଓପନିଂରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୫୦ ଓଭରରେ ୩୩୩ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ୱେନ ୧୩୩ ଓ ମାର୍କ୍ରାମ ୭୭ ରନ ସ୍କୋର କରିଥିଲେ।

ଏହି ଟାର୍ଗେଟକୁ ପିଛା କରି ଇଂଲଣ୍ଡ ପ୍ରଥମରୁ ବହୁତ ଭଲ ଆରମ୍ଭ କରିଥିଲା, ବେୟାରଷ୍ଟୋ ଓ ଜେସନ ରୟ ପ୍ରଥମ ୱିକେଟରେ ୧୦୨ ରନ୍ ଯୋଡିଥିଲେ। କିନ୍ତୁ ଏହା ପରେ ଇଂଲଣ୍ଡର ୱିକେଟ୍ ପରେ ୱିକେଟ୍ ପଡିବାରେ ଲାଗିଥିଲା, ଯଦିଓ ଜୋ ରୁଟ୍ ୮୬ ରନ୍‌ର ସର୍ବୋତ୍ତମ ଇନିଂସ ଖେଳି ଇଂଲଣ୍ଡକୁ ମ୍ୟାଚ୍‌ ଜିତାଇବା ପାଇଁ ଚେଷ୍ଟା କରିଥିଲେ।କିନ୍ତୁ ରୁଟଙ୍କ ସହ ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଖେଳି ପାରିନଥିଲେ । ୩୩୪ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୬.୫ ଓଭରରେ ୨୭୧ ରନ୍ କରି ଅଲ୍ଆଉଟ୍ ହୋଇ ସିରିଜର ପ୍ରଥମ ମ୍ୟାଚ୍ ୬୨ ରନରେ ପରାଜିତ ହୋଇଛି।
Published by:Sujit Swain
First published: