ଟି -୨୦ ବିଶ୍ୱକପ ପରାଜୟ ପରେ ବିସିସିଆଇର ବଡ଼ ଘୋଷଣା; ଜାଣନ୍ତୁ ପୁରା ଖବର

କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଚେତନ ଶର୍ମାଙ୍କ ନେତୃତ୍ୱରେ ଚାରି ଜଣିଆ ବରିଷ୍ଠ ଚୟନ କମିଟିକୁ ଅଷ୍ଟ୍ରେଲିଆରେ ଚାଲିଥିବା ଟି -୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବାରେ ବିଫଳ ହେବା ପରେ ବରଖାସ୍ତ କରିଛି ।

ଚେତନ ଶର୍ମା

ଚେତନ ଶର୍ମା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର ଦିନ ଚେତନ ଶର୍ମାଙ୍କ ନେତୃତ୍ୱରେ ଚାରି ଜଣିଆ ବରିଷ୍ଠ ଚୟନ କମିଟିକୁ ଅଷ୍ଟ୍ରେଲିଆରେ ଚାଲିଥିବା ଟି -୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିବାରେ ବିଫଳ ହେବା ପରେ ବରଖାସ୍ତ କରିଛି। ଏହା ସହିତ ବିସିସିଆଇ ଶୁକ୍ରବାର ଦିନ ଘୋଷଣା କରିଛି ଯେ ବରିଷ୍ଠ ପୁରୁଷ ଦଳ ପାଇଁ ଜାତୀୟ ଚୟନକର୍ତ୍ତା ପଦବୀ ପାଇଁ ସେମାନେ ନିମନ୍ତ୍ରଣ କରିଛନ୍ତି। ବିସିସିଆଇ ଏହା ମଧ୍ୟ କହିଛି ଯେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୨୮ ରେ ସନ୍ଧ୍ୟା ୬ ଟା।

ସୂଚନା ଅନୁଯାୟୀ ଟି-୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ବିସିସିଆଇ ଏହି କମିଟିକୁ ଭାଙ୍ଗିଛି। ଚେତନ ଶର୍ମାଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ ଅନ୍ୟ ସଦସ୍ୟମାନେ ହେଲେ ହରଭିନ୍ଦର ସିଂହ, ସୁନୀଲ ଯୋଶୀ ଓ ଦେବାଶିଷ ମହାନ୍ତି। ଚେତନ ଶର୍ମାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆ ୨୦୨୧ରେ ଖେଳାଯାଇଥିବା ଟି -୨୦ ବିଶ୍ୱକପର ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚି ପାରି ନଥିଲା। ଏହା ବ୍ୟତୀତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମଧ୍ୟ ହାରି ଯାଇଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ସେଠାରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ସେଠାରୁ ପୁଣି ବାଂଲାଦେଶ ଗସ୍ତ କରିବେ ଟିମ୍ ଇଣ୍ଡିଆ।
Published by:Soumyashree Mishra
First published: