ଟିମ୍ ଇଣ୍ଡିଆ (ପ୍ରତୀକାତ୍ମକ ଛବି)
News 18 Odia Digital
IND vs ZIM: ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଓଡିଆଇ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଖେଳାଳିଙ୍କ ନାମ ଘୋଷଣା କରିଛି। ଅଧିନାୟକ ରୋହିତ ଶର୍ମା, ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଏହି ସିରିଜରେ ଖେଳିବେ ନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି।
ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ସୁଯୋଗ ପାଇଛନ୍ତି
ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଓ ସ୍ୱିଙ୍ଗ୍ ବୋଲିଂ ଅଲରାଉଣ୍ଡର ଦୀପକ ଚହର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ଦୁଇ ଖେଳାଳି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ସ୍ଥାନ ପାଇନଥିଲେ।
ପ୍ରଥମ ଥର ପାଇଁ ରାହୁଲ ତ୍ରିପାଠୀଙ୍କୁ ଟିମ୍ ଇଣ୍ଡିଆରୁ ସ୍ଥାନ ପାଇଛନ୍ତି
ଆଇପିଏଲ୍ ୨୦୨୨ ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଓଡିଆଇ ଦଳରେ ସାମିଲ କରାଯାଇଛି। ଏହାପୂର୍ବରୁ ସେ ଭାରତର ଟି -୨୦ ଦଳରେ ମଧ୍ୟ ସୁଯୋଗ ପାଇଥିଲେ।
ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ
ଏହି ତାଲିକାରେ ଅଛନ୍ତି ଶିଖର ଧାୱନ (ଅଧିନାୟକ), ରୁତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱି. କିପର), ସଞ୍ଜୁ ସାମସନ (ୱି. କିପର), ୱାଶିଂଟନ୍ ସୁନ୍ଦର, ଶାରଦୁଲ ଠାକୁର, କୁଲଦୀପ ଯାଦବ , ଆକ୍ସର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଓ ଦୀପକ ଚହର ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।