ଏସିଆ କପ୍ ପାଇଁ ଭାରତର ୧୫ ଜଣିଆ ଟିମ୍ ଘୋଷଣା କଲା BCCI

ଏସିଆ କପ୍ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ। ଓପନର୍ କେ.ଏଲ୍ ରାହୁଲ ଦଳକୁ ଫେରିବା ସହ ଜସପ୍ରୀତ ବୁମ୍ରା ଆହତ କାରଣରୁ ଏହି ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।

ଭାରତୀୟ କ୍ରିକେଟ୍ ଟିମ୍ (ପ୍ରତୀକାତ୍ମକ ଛବି)

ଭାରତୀୟ କ୍ରିକେଟ୍ ଟିମ୍ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

Asia Cup 2022 : ଭାରତର କ୍ରିକେଟ୍ ବୋର୍ଡ (ବିସିସିଆଇ) ସୋମବାର ଦିନ ୨୦୨୨ ଏସିଆ କପ୍ ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଟିମ୍ ଘୋଷଣା କରିଛି। ଏଥିରେ ଓପନର୍ କେ.ଏଲ୍ ରାହୁଲ ଦଳକୁ ଫେରିବା ସହ ଜସପ୍ରୀତ ବୁମ୍ରା ଆହତ କାରଣରୁ ଏହି ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି ।

ଏସିଆ କପ୍ ପାଇଁ ଭାରତୀୟ ଦଳରେ ଶ୍ରେୟସ୍ ଆୟର, ଦୀପକ ଚହଲ ଓ ଅକ୍ଷର ପଟେଲ ସ୍ଥାନ ପାଇ ନାହାଁନ୍ତି। ଏହା ବ୍ୟତୀତ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ସ୍ଥାନ ପାଇ ନାହାଁନ୍ତି।

ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି

ୟୁଏଈ ଏମିରେଟ୍ସରେ ଖେଳାଯିବାକୁ ଥିବା ୨୦୨୨ ଏସିଆ କପ୍ ପାଇଁ ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ୧୫ ଜଣିଆ ଦଳରେ ରବି ବିଷ୍ଣୁ, ଅର୍ଶଦୀପ ସିଂ ଓ ଅଭେଶ ଖାନ ସ୍ଥାନ ପାଇଛନ୍ତି।

ଏହି କ୍ରମରେ ସାମିଲ ଅଛନ୍ତି ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ (ୱି.କି), ଦୀନେଶ କାର୍ତ୍ତିକ (ୱି.କି), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯୁଜଭେନ୍ଦ୍ର ଚହଲ, ରବି ବିଷ୍ଣୁ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଆବେଶ ଖାନ।

୨୦୨୨ ଏସିଆ କପ୍ ଅଗଷ୍ଟ ୨୭ ରୁ ଆରମ୍ଭ ହେବ ଓ ଫାଇନାଲ୍ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଖେଳାଯିବ । ଭାରତ-ପାକିସ୍ଥାନ ସମାନ ଗ୍ରୁପରେ ଅଛନ୍ତି ଓ ସେମାନେ ଅଗଷ୍ଟ ୨୮ରେ ସନ୍ଧ୍ୟା ୬ଟାରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏସିଆ କପରେ ଦୁଇଟି ଗ୍ରୁପ୍ ଗଠନ କରାଯାଇଛି। ପ୍ରତ୍ୟେକ ଗ୍ରୁପରେ ତିନୋଟି ଦଳ ରହିବେ । ଗ୍ରୁପ୍ ଏ'ରେ ଭାରତ-ପାକିସ୍ଥାନ ସହିତ ଆଉ ଏକ ଯୋଗ୍ୟତା ପ୍ରାପ୍ତ ଦଳ ରହିବ। ସେହିଭଳି ଆଫଗାନିସ୍ତାନର, ଶ୍ରୀଲଙ୍କା ଓ ବାଂଲାଦେଶ ଗ୍ରୁପ୍ ବି'ରେ ଅଛନ୍ତି ।
Published by:Sujit Swain
First published: