News18 Odia Digital
Sex noise in FA Cup: ମଙ୍ଗଳବାର ଫୁଟବଲ ଆସୋସିଏସନ୍ ଚ୍ୟାଲେଞ୍ଜ କପ୍ (FA) ରେ ଲାଇଭ୍ ମ୍ୟାଚ୍(Live Match) ବେଳେ ଅଶ୍ଳୀଳ ଅଡିଓ ବଜାଇଥିବାରୁ ବିବିସି(BBC) ବୁଧବାର କ୍ଷମା ମାଗିଛି। ବିବିସି କହିଛି: ଆଜି ସନ୍ଧ୍ୟାରେ ଆମର ଲାଇଭ ଫୁଟବଲ କଭରେଜରେ ଲଜ୍ଜାଜନକ ଆଚରଣ ପାଇଁ ଆମେ ଦର୍ଶକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଏହା କିପରି ଘଟିଲା ଆମେ ତଦନ୍ତ କରୁଛୁ।
ଦ ଭର୍ଜ ରିପୋର୍ଟ ଅନୁସାରେ ଷ୍ଟୁଡିଓ କର୍ମଚାରୀମାନେ ପ୍ରଥମେ ଅଡିଓର ସୋର୍ସ ଖୋଜିବାରେ ଅସମର୍ଥ ହୋଇଥିଲେ, ଯାହା ସୋ ଆରମ୍ଭ ହେବାର କିଛି ସମୟ ପରେ ବାଜିଯାଇଥିଲା ଓ ପ୍ରାୟ ୧୫ ମିନିଟ୍ ପାଇଁ ବାରମ୍ବାର ବଜାଯାଇଥିଲା। ହୋଷ୍ଟ ଗ୍ୟାରି ଲିନେକର (ପୂର୍ବତନ ଇଂଲଣ୍ଡ ଫୁଟବଲ ଖେଳାଳି) ଅନୁମାନ କରିଥିଲେ ଯେ “କେହି ଜଣେ ନିଶ୍ଚିତ ଭାବରେ କାହାର ଫୋନରେ କିଛି ମେସେଜ କରିଥିବେ ଓ ଏହି ସମୟ ମଧ୍ୟରେ ଅଡିଓ ବାଜିଥାଇପାରେ।
ଏଥିସହ, ୟୁଟ୍ୟୁବର୍ ଡାନିଏଲ୍ ଜାରଭିସ୍ ଏହି କାର୍ଯ୍ୟ ପାଇଁ ଦାୟୀ ବୋଲି ମଲାଇନକ୍ସ ଷ୍ଟାଡିୟମରେ ବିବିସି ଷ୍ଟୁଡିଓ ବାହାରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ହଁ, ମୁଁ ହିଁ ଥିଲି ଯିଏ ଫୋନ ସହ ବିବିସି ମ୍ୟାଚ୍ ଅଫ୍ ଡେ’ରେ ଥଟ୍ଟା କରିଥିଲି।
ରିପୋର୍ଟରେ ଦର୍ଶାଯାଇଛି ଯେ ୟୁଟ୍ୟୁବ୍ ପ୍ରାଙ୍କଷ୍ଟର ଗ୍ରୁପ୍ ଟ୍ରୋଲଷ୍ଟେସନର ସଦସ୍ୟ ଜାରଭିସ୍ ଗତ ଅକ୍ଟୋବରରେ ଦକ୍ଷିଣ ଲଣ୍ଡନର ଓଭାଲ୍ ପିଚ୍ ଉପରେ ଆକ୍ରମଣ କରିବା ଓ ଟେଷ୍ଟ ମ୍ୟାଚ୍ ସମୟରେ ଇଂଲଣ୍ଡ କ୍ରିକେଟର ଜନି ବେୟାରଷ୍ଟୋଙ୍କ ସହ ମୁହାଁମୁହିଁ ହେବା ପରେ ତାଙ୍କୁ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।