News18 Odia Digital
ଭୁବନେଶ୍ୱର: ହକି ବିଶ୍ୱ କପ (Hockey World Cup)ରେ ସ୍ୱାଗ ଦେଖାଇବ ବଲିଉଡ। କଟକ ବାରବାଟୀରେ ହକି କ୍ରେଜ ସହ ବଲିଉଡ ଛୁଙ୍କ ଦେବେ ସୁପରଷ୍ଟାର। ଆଜି ଉଦଘାଟନୀ ଉତ୍ସବରେ ହିନ୍ଦୀ କଳାକାର, ଓଡ଼ିଶାର ପ୍ରମୁଖ ବ୍ୟକ୍ତି ବିଶେଷ ଓ ରାଜନୀତି ବ୍ୟକ୍ତିମାନଙ୍କ ଉପସ୍ଥିତରେ ଦୁଲକିବ ବାରବାଟୀ ଷ୍ଟାଡିୟମ।
ବଲିଉଡ୍ ତାରକା ରଣବୀର ସିଂହ (Ranveer Singh) ଓ ଦିଶା ପଟାନୀ(Disha Patani)ଙ୍କ ସହ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ ବ୍ଲାକ୍ସ୍ବାନ ଗ୍ରୁପ୍, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ। ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ(Niti Mohon), ଲିସା ମିଶ୍ର(Lisha Mishra), ଅମିତ ମିଶ୍ର(Amit Mishra), ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍ ୨୦୨୩ ଗୀତ(World Cup Hockey Song)ର ଲେଖକ ପ୍ରୀତମ ମଞ୍ଚରେ ନିଜ କଳା ପ୍ରଦର୍ଶନ କରିବେ ଆସିବେ। ନୃତ୍ୟୁ ଗୁରୁ ଅରୁଣା ମହାନ୍ତି(Aruna Mohanty) ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି ।
https://odia.news18.com/news/sport/anurag-thakur-will-participate-in-the-opening-ceremony-of-hockey-world-cup-3ssd-11012023-ssd-147339.htmlଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିବେ। ଏଥିପାଇଁ ରାଜ୍ୟରେ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।