News18 Odia Digital
IND vs AUS: ଶୁକ୍ରବାର ଦିନ ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ (Austalia) ଭାରତକୁ (India) ୯ ୱିକେଟରେ (3rd test match) ପରାସ୍ତ କରିଛି।
ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍ର ଟାର୍ଗେଟ ଦେଇଥିଲା। ଯାହା ଅଷ୍ଟ୍ରେଲିଆ ଖେଳ ଆରମ୍ଭ ହେବାର ୭୬ ମିନିଟ ମଧ୍ୟରେ ହାସଲ କରିବାରେ ସଫଳ ହୋଇଥିଲା। ସେହିପରି ପାଖାପାଖି ୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ ଜିତିଛି କଙ୍ଗାରୁ ଦଳ।
ଟ୍ରେଭିସ୍ ହେଡ୍ ୪୯ ରନର ଏକ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ କଙ୍ଗାରୁ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ପ୍ରତ୍ୟାବର୍ତ୍ତନ କରିଛି । ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ମ୍ୟାଚର ତୃତୀୟ ଦିନରେ କଙ୍ଗାରୁ ଦଳ ଜିତିବା ପାଇଁ ଭାରତ ୭୬ ରନ୍ର ଏକ ଛୋଟ ଲକ୍ଷ୍ୟ ରଖିଥିଲେ ହିଁ ରବିଚନ୍ଦ୍ରନ ଅଶ୍ୱିନ ଦିନର ଦ୍ୱିତୀୟ ବଲରେ ଉସମାନ ଖାୱାଜାଙ୍କୁ ଶୂନରେ ଆଉଟ କରିଥିଲେ।
ଯାହାଦ୍ବାରା ଭାରତୀୟ ପ୍ରଶଂସକଙ୍କ ଆଶା ବଢ଼ିଯାଇଥିଲ। ପ୍ରଥମ ୧୧ ଓଭରରେ ଭାରତୀୟ ସ୍ପିନରମାନେ ମଧ୍ୟ ପ୍ରଭାବଶାଳୀ ହୋଇଥିଲେ। ୧୨ ଓଭରରେ ବଲ ବଦଳା ଯାଇଥିଲା। ବଲ ବଦଳାଇବା ପୂର୍ବରୁ କଙ୍ଗାରୁ ଟିମ୍ ମାତ୍ର ୧୩ ରନ କରିଥିଲେ। ବଲ ବଦଳାଇବାର ୭ ଓଭର ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ବାକି ୬୩ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଅଶ୍ୱିନଙ୍କ ବଲକୁ ୪ ମାରି ଲାବୁଶେନ୍ ଦଳକୁ ବିଜୟୀ କରାଇଥିଲେ।
ଟ୍ରାଭିସ୍ ହେଡ୍ ୪୯ ଏବଂ ଲାବୁଶେନ୍ ୨୮ ରନ କରି ଅପରାଜିତ ରହିଥିଲେ।
ଏହାପୂର୍ବରୁ ଭାରତ ଦ୍ବିତୀୟ ପାରିରେ ୧୬୩ ରନ୍ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସରେ ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍ ସଂଗ୍ରହ କରି ପ୍ରଥମ ଇନିଂସରେ ୮୮ ରନ୍ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ଇନିଂସରେ ଭାରତ ୧୦୯ ରନ କରି ଆଉଟ ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।