News18 Odia Digital
ବିଶାଖାପାଟଣା : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳ ଜାରି ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଦଳ । ବୋଲିଂ କରି ଭାରତକୁ କମ୍ ରନ୍ରେ ସୀମିତ ରଖିବାରେ ସଫଳ ହୋଇଛି କଙ୍ଗାରୁ ଦଳ । ମିଚେଲ ଷ୍ଟାର୍କଙ୍କ ଦମଦାର ବୋଲିଂରେ ଭାରତ ଧରାଶୟୀ ହୋଇଛି । ପୂରା ଟିମ୍ ୨୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୭ ରନ୍ ସଂଗ୍ରହ କରିଛି । ଫଳରେ ଏହି ମ୍ୟାଚ ବିଜୟ ପାଇଁ କଙ୍ଗାରୁ ଦଳକୁ ୧୧୮ ରନ୍ର ବିଜୟ ଲକ୍ଷ୍ୟ ମିଳିଛି ।
ଅଷ୍ଟ୍ରେଲିଆର ବୋଲରମାନେ ଆଜି ଦମଦାର ବୋଲିଂ କରିଥିଲେ। ମିଚେଲ୍ ଷ୍ଟାର୍କ ୮ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ମେଡେନ୍ ଓଭର ନେଇଥିଲେ। ୫୩ ରନ୍ ଖର୍ଚ୍ଚ କରି ଭାରତର ୫ଟି ମୂଲ୍ୟବାନ୍ ୱିକେଟ୍ ନେଇଥିଲେ। ସିନ୍ ଆବୋଟ୍ଙ୍କୁ ୩ଟି ୱିକେଟ୍ ମିଳିଥିଲା। ଆବୋଟ୍ ୬ ଓଭର ବୋଲିଂ କରି ୨୩ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ନାଥାନ୍ ଇଲିସ ୫ ଓଭର ବୋଲି କରି ୧୩ ରନ୍ ଦେଇଥିଲା ବେଳେ ୨ଟି ୱିକେଟ୍ ନେଇଥିଲେ।
ଭାରତର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ୍ ଗିଲ ଖାତା ନଖୋଲି ପାଭଲିଅନ ଫେରି ଆସିଥିଲେ। ଦଳର ସ୍କୋର ୩ ରନ୍ ଥିବା ବେଳେ ଘରୋଇ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୩୨ ରନ୍ରେ ଦ୍ବିତୀୟ ଓ ତୃତୀୟ ୱିକେଟ୍ ଭାବେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଉଟ୍ ହୋଇଥିଲେ। ୪୮ ରନ୍ରେ କେଏଲ୍ ରାହୁଲ, ୪୯ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲି୍ଅନ ଫେରି ଆସିଥିଲେ। ୭୧ ରନ୍ ବେଳକୁ ବିରାଟ କୋହଲି, ୯୧ ରନ୍ରେ ରବୀନ୍ଦ୍ର ଜାଦେଜା ଆଉଟ୍ ହୋଇଥିଲା ବେଳେ ୧୦୩ ରନ୍ରେ କୁଲଦୀପ ଯାଦବ ଓ ମହମ୍ମଦ ସାମି ପଡ଼ିଆକୁ ଫେରିଥିଲେ।
ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଯଥାକ୍ରମେ ୨୯ ଓ ୧୬ ରନ୍ ଅମଳ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲା।
ODI ସିରିଜ୍ ପାଇଁ ଉଭୟ ଦଳର ଖେଳାଳୀ ଟିମ୍ ଇଣ୍ଡିଆ - ରୋହିତ ଶର୍ମା (କ୍ୟାପଟେନ୍), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶାନ୍ (ୱିକେଟ୍ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ଶାମି, ମୋହଦ୍। ସିରାଜ, ଉମ୍ରାନ ମଲିକ, ଶାରଦୁଲ ଠାକୁର, ଅକ୍ଷର ପଟେଲ, ଜୟଦେବ।
ଅଷ୍ଟ୍ରେଲିଆ ଟିମ୍ - ଷ୍ଟିଭ୍ ସ୍ମିଥ୍ (କ୍ୟାପଟେନ୍) , ସଚନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା,
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।