News18 Odia Digital
IND vs AUS 3rd ODI: ଭାରତ ମାଟିରେ ସିରିଜ ଜିତିଲା ଅଷ୍ଟ୍ରେଲିଆ। ତୃତୀୟ ଦିନିକିଆରେ ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ। ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି। ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ ।
ଶେଷ ଦିନିକିଆକୁ ଦଳ ୨୧ ରନରେ ଜିତି ସିରିଜ ଦଖଲ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଛି। ପୂର୍ବରୁ ଭାରତ ୧ନଂ ସ୍ଥାନରେ ରହିଥିଲା। ନିର୍ଣ୍ଣାୟକ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତୀୟ ଟିମ ସମସ୍ତ ୱିକେଟ ହରାଇ କେବଳ ୨୪୮ ରନ କରିବାକୁ ସକ୍ଷମ ହୋଇଛି।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୬୯ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୪୯.୧ ଓଭରରେ ୨୬୯ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।