News18 Odia Digital
Askash Chopra on Bumrah: ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା (Jasprit Bumrah) ଅସୁସ୍ଥ ପାଇଁ ଦୀର୍ଘ ସମୟରୁ ଦଳରୁ ବାହାରେ ଅଛନ୍ତି। ହେଲେ ଫ୍ୟାନ୍ସ ଖୁସି ହୋଯାଇଥିଲେ, ଯେତେବେଳେ ତାଙ୍କ ନାମ ଶ୍ରୀଲଙ୍କା ବିରୋଧରେ ODI ସିରିଜରେ ସାମିଲ କରାଯାଇଥିଲା। ହେଲେ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଜଣାଇଥିଲା ଯେ ବୁମରାଙ୍କୁ ଟିମରୁ ବାହାର କରାଯାଇଛି। ସେ ପୂରା ଫିଟ୍ ହେବା ପର୍ଯ୍ୟନ୍ତ ସମୟ ଦେବାରୁ ବୋର୍ଡ ନିଷ୍ପତ୍ତି ନେଇଛି। ଇତିମଧ୍ୟରେ ବୁମରାଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା (Askash Chopra)।
ସେ କହିଛନ୍ତି ଯେ ହୁଏତଃ ଭାରତୀୟ ଦଳ ପାଇଁ ବୁମରାଙ୍କ ବିନା ଆଗାମୀ ପ୍ରସ୍ତୁତି କରିବାର ସମୟ ଆସିଯାଇଛି।
ସେପରି ସେ କହିଛନ୍ତି, ‘‘ମୁଁ ସାମାନ୍ୟ ଚିନ୍ତିତ କାରଣ ସେ ସେପ୍ଟେମ୍ବର ଠାରୁ କ୍ରିକେଟ୍ ଖେଳି ନାହାଁନ୍ତି। ବୋଧହୁଏ ବୁମରା ବିନା ଆଗାମୀ ପ୍ରସ୍ତୁତି ଆରମ୍ଭ କରିବାର ସମୟ ଆସିଛି। ସେ ମଝିରେ ଏକ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ଆହତ ହୋଇଥିଲେ। ଏହା ପରେ ସେ ଆଉ ଫେରି ନଥିଲେ। ସେହିପରି ଆସୁଛନ୍ତି ପୁଣି ସଙ୍ଗେ ସଙ୍ଗେ ପଳାଉଛନ୍ତି।’’
ଚୋପ୍ରା ଆହୁରି କହିଛନ୍ତି, "ତାଙ୍କ ନାମ ଦଳରେ ଆସେ ଏବଂ ତା’ପରେ ସେ ସେଠାରେ ଦେଖାଯାଆନ୍ତିନି। ସେ ଏଠାରେ ବିଳମ୍ବରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ପୁନର୍ବାର ଆଉଟ୍ ହୋଇଥିଲେ। ଏହା ଏକ ଭଲ କାହାଣୀ ନୁହେଁ କାରଣ ଏହା ଏକ ବିଶ୍ୱକପ୍ ବର୍ଷ ଏବଂ ଆପଣ ଗତ ବିଶ୍ୱକପ୍ ହରାଇ ସାରିଛନ୍ତି।’’
ଚୋପ୍ରା ଏହା ମଧ୍ୟ ସ୍ୱୀକାର କରି କହିଛନ୍ତି, ‘‘ବୁମରାଙ୍କ ପରି ଭାରତୀୟ ଦଳ ପାଖରେ କେହି ନାହାଁନ୍ତି ଏବଂ ଏହି ସମୟରେ ମଧ୍ୟ ସେଠାରେ ରହିବେ ନାହିଁ, ତେବେ ଭଲ କଥା ହେଉଛି ଆପଣଙ୍କ ପାଖରେ ମହମ୍ମଦ ସିରାଜ ଅଛନ୍ତି। ତାଙ୍କ ସ୍ଥିତି ଯେପରି ବଢ଼ିଛି, ଉମରାନ ମଲିକ ଭଲ ପ୍ରଦର୍ଶନ କରୁଛନ୍ତି, ମହମ୍ମଦ ଶାମି ODIରେ ଭଲ ପ୍ରଦର୍ଶନ କରୁଛନ୍ତି , ଅର୍ଶଦୀପ ସିଂ ପ୍ରସ୍ତୁତ, ମୁଁ ପ୍ରସାଦ କୃଷ୍ଣଙ୍କ ଆଘାତ ବିଷୟରେ ନିଶ୍ଚିତ ନୁହେଁ କିନ୍ତୁ ସେ ମଧ୍ୟ ଠିକ୍ ଖେଳନ୍ତି।’’
"ଆମେ ଦ୍ରୁତ ବୋଲିଂ ପରିଚାଳନା କରିବାରେ ସକ୍ଷମ ହେବୁ। ଏହା ନୁହେଁ ଯେ ଏହା ଘଟିବ ନାହିଁ। ମୁଁ ମୋର ଆଶା ବାନ୍ଧୁ ନାହିଁ ଯେ ବୁମରା ସେଠାରେ ଥିଲେ ଭାରତ ଜିତି ପାରିବ। ଯଦି ସେ ସେଠାରେ ଥାଆନ୍ତି ତେବେ ସମ୍ଭାବନା ବଢ଼ିପାରେ। କିନ୍ତୁ ସେ ନ ଥିଲେ ଆପଣ କଣ କରିପାରିବେ? ସେ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ତେବେ ଆପଣ ତାଙ୍କ ବିନା ଆଗାମୀ ଦିନ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତୁ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।