News 18 Digital Odia
Asia Cup 2022 : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୨ । ପ୍ରଥମ ମ୍ୟାଚ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରେ ଏହି ମ୍ୟାଚ ଆରମ୍ଭ ହେବ । ଅନ୍ୟପକ୍ଷରେ, ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଅଗଷ୍ଟ ୨୮ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ପୂର୍ବରୁ ଶ୍ରୀଲଙ୍କାରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା କିନ୍ତୁ ଦେଶର ଆର୍ଥିକ ସଙ୍କଟ ହେତୁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ସାରଜା କ୍ରିକେଟ୍ ଷ୍ଟାଡିୟମ୍ ଦୁଇଟି ଭେନ୍ୟୁରେ ଖେଳାଯିବ ସମସ୍ତ ମ୍ୟାଚ ।
ଦ୍ଵିତୀୟ ଥର ପାଇଁ ଟି -୨୦ ଫର୍ମାଟରେ ଖେଳାଯିବ ଏସିଆ କପ୍, ଯେଉଁଥିରେ ୬ଟି ଦଳକୁ ଆରମ୍ଭରୁ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯାଇଛି । ନିଜ ନିଜ ଗ୍ରୁପ୍ର ଦଳ ସହ ଥରେ ଖେଳିବେ । ଉଭୟ ଗୋଷ୍ଠୀର ଶ୍ରେଷ୍ଠ ଦୁଇ ଦଳ ତା’ପରେ ସୁପର ୪କୁ ଉନ୍ନୀତ ହେବେ, ଯେଉଁଠାରେ ସମସ୍ତ ଚାରି ଦଳ ପରସ୍ପର ବିପକ୍ଷରେ ଥରେ ଖେଳିବେ । ସୁପର ୪ର ଶ୍ରେଷ୍ଠ ଦୁଇ ଦଳ ସେପ୍ଟେମ୍ବର ୧୧ ରେ ହେବାକୁ ଥିବା ଫାଇନାଲକୁ ଉନ୍ନୀତ ହେବେ ।
ଏସିଆ କପ୍ ୨୦୨୨ ପୂର୍ଣ୍ଣ କାର୍ଯ୍ୟସୂଚୀ, ତାରିଖ, ସମୟ (ଭାରତୀୟ ସମୟ)ଏବଂ ସ୍ଥାନ।ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ, ଅଗଷ୍ଟ ୨୭, ସନ୍ଧ୍ୟା ୭.୩୦ ମିନିଟ୍, ଦୁବାଇ ।
ଭାରତ ବନାମ ପାକିସ୍ଥାନ, ଅଗଷ୍ଟ ୨୮, ସନ୍ଧ୍ୟା ୭.୩୦ ମିନିଟ୍ , ଦୁବାଇ ।
ବାଂଲାଦେଶ ବନାମ ଆଫଗାନିସ୍ତାନ,ସନ୍ଧ୍ୟା ୭.୩୦ ମିନିଟ୍, ସାରଜା।
ଭାରତ ବନାମ ହଂକଂ, ଅଗଷ୍ଟ ୩୧,ସନ୍ଧ୍ୟା ୭.୩୦ ମିନିଟ୍, ଦୁବାଇ ।
ଶ୍ରୀଲଙ୍କା ବନାମ ବାଂଲାଦେଶ, ସେପ୍ଟେମ୍ବର ୧,ସନ୍ଧ୍ୟା ୭.୩୦ ମିନିଟ୍, ଦୁବାଇ ।
ପାକିସ୍ତାନ ବନାମ ହଂକଂ, ସେପ୍ଟେମ୍ବର ୨,ସନ୍ଧ୍ୟା ୭.୩୦ ମିନିଟ୍ , ସାରଜା ।
ସୁପର ୪ ଟିମ୍B1 ବନାମ B2, ସେପ୍ଟେମ୍ବର ୩,ସନ୍ଧ୍ୟା ୭.୩୦ ମିନିଟ୍ , ସାରଜା ।
A1 ବନାମ A2, ସେପ୍ଟେମ୍ବର ୪,ସନ୍ଧ୍ୟା ୭.୩୦ ମିନିଟ୍, ଦୁବାଇ ।
A1 ବନାମ B1, ସେପ୍ଟେମ୍ବର ୬,ସନ୍ଧ୍ୟା ୭.୩୦ ମିନିଟ୍ , ଦୁବାଇ ।
A2 ବନାମ B2, ସେପ୍ଟେମ୍ବର ୭,ସନ୍ଧ୍ୟା ୭.୩୦ ମିନିଟ୍ , ଦୁବାଇ ।
A1 ବନାମ B2, ସେପ୍ଟେମ୍ବର ୮,ସନ୍ଧ୍ୟା ୭.୩୦ ମିନିଟ୍ , ଦୁବାଇ ।
A2 ବନାମ B1, ସେପ୍ଟେମ୍ବର ୯,ସନ୍ଧ୍ୟା ୭.୩୦ ମିନିଟ୍ , ଦୁବାଇ ।
ଫାଇନାଲ ମ୍ୟାଚ -ସୁପର ୪ର ପ୍ରଥମ ଓ ଦ୍ୱିତୀୟ ଟିମ୍ ,ସନ୍ଧ୍ୟା ୭.୩୦ ମିନିଟ୍,ଦୁବାଇ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।