ଅଗଷ୍ଟ ୨୭ ରୁ ଏସିଆ କପ୍ ଟି20 ଆରମ୍ଭ; ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର

ଏସିଆ କପ୍ ଟି-20 ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅଗଷ୍ଟ ୨୮ ରେ ଦୁବାଇରେ ଭାରତ ଓ ପାକିସ୍ତାନର ଦଳ ମୁହାଁମୁହିଁ ହେବେ ।

ଅଗଷ୍ଟ ୨୭ ରୁ ଏସିଆ କପ୍ ଟି20 ଆରମ୍ଭ; ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର

ଅଗଷ୍ଟ ୨୭ ରୁ ଏସିଆ କପ୍ ଟି20 ଆରମ୍ଭ; ୨୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର

  • Share this:
News 18 Odia Digital

ନୂଆଦିଲ୍ଲୀ; ଏସିଆ କପ୍ ଟି-20 ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅଗଷ୍ଟ ୨୮ ରେ ଦୁବାଇରେ ଭାରତ ଓ ପାକିସ୍ତାନର ଦଳ ମୁହାଁମୁହିଁ ହେବେ । ଭାରତ ଓ ପାକିସ୍ତାନ ଏସିଆ କପ୍ ଟି -20 ଫର୍ମାଟରେ କେବଳ ଥରେ ମୁହାଁମୁହିଁ ହୋଇଛନ୍ତି, ଯେତେବେଳେ କି ସାମଗ୍ରିକ ଭାବେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୧୪ ଥର ମୁହାଁମୁହିଁ ହୋଇଛନ୍ତି ଯେଉଁଠାରେ ଭାରତୀୟ ଦଳ ୮ ଟି ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ ୬ ଟି ମ୍ୟାଚ୍ ଜିତିଥିଲା ।

ଅଗଷ୍ଟ ୨୭ ରୁ ଏସିଆ କପ୍ ଟି -20ର ଆୟୋଜନ ହେବ । ୨୮ ରେ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ, ତେବେ ଭାରତ ଓ ପାକିସ୍ତାନ ଦଳ ଦୁଇଥର ଭେଟ ହୋଇପାରନ୍ତି। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ । ମଙ୍ଗଳବାର ଏସିଆ କପ୍‌ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅଗଷ୍ଟ ୨୭ ରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ସହିତ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

ବାବର ଆଜାମଙ୍କ ନେତୃତ୍ଵାଧୀନ ଦଳ ଠାରୁ ଟି-20 ବିଶ୍ଵକପରେ ୧୦ ୱିକେଟ ହାରିଥିବା ହିସାବ ବରାବର କରିବା ରୋହିତ ଶର୍ମା ଏବଂ କମ୍ପାନୀ ପାଇଁ ଏସିଆ କପରେ ଏକ ସୁବର୍ଣ୍ଣ ସୁଯୋଗ ହେବ । ଶ୍ରୀଲଙ୍କା ପୂର୍ବରୁ ଏହି ଟୁର୍ଣ୍ଣାମମେଣ୍ଟ ଆୟୋଜନ କରିବାକୁ ଥିଲା, କିନ୍ତୁ ରାଜନୈତିକ ଅସ୍ଥିରତା ହେତୁ ବର୍ତ୍ତମାନ ୟୁଏଇରେ ଏସିଆ କପ୍ କାର୍ଯ୍ୟସୂଚୀ ଆୟୋଜିତ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିବେ । ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୧୧ ରେ ଦୁବାଇରେ ଖେଳାଯିବ । ସମସ୍ତ ଏସୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଶକ୍ତିଶାଳୀ ଦଳ ପଠାଇବେ କାରଣ ଏହା ପରେ ଟି -20 ବିଶ୍ୱକପ୍ ଆୟୋଜିତ ହେବ ।
Published by:Soubhagya Mishra
First published: