News 18 Odia Digital
ନୂଆଦିଲ୍ଲୀ : କ୍ରିକେଟର ଜଗତରେ ପୁଣି ନୂଆ ଇତିହାସ ସୃଷ୍ଟି କରିଛନ୍ତି ବିରାଟ କୋହଲି । ଦୀର୍ଘ ଦିନ ବ୍ୟବଧାନ ପରେ ବିରାଟ କୋହଲି ଶତକ ହାସଲ କରିଛନ୍ତି । ଭାରତ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହିଲ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୭୧ ତମ ଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୧୦୨୦ ଦିନ ପରେ ଏକ ଶତକ ହାସଲ କରିଛନ୍ତି । ବିରାଟ ୨୦୧୯ ନଭେମ୍ବରରେ ଶେଷ ଶତକ ହାସଲ କରିଥିଲେ ।
ଟି -୨୦ରେ ଏହା ବିରାଟ କୋହଲିଙ୍କର ପ୍ରଥମ ଶତକ । ଆଫଗାନିସ୍ତାନ ବିପକ୍ଷରେ ୬୧ ବଲରେ ବିରାଟ କୋହଲି ୧୨୨ ରନ୍ ସଂଗ୍ରହ କରିଛନ୍ତି । ଏହି ଇନିଂସରେ ବିରାଟ ୧୨ ଚୌକା ଓ ୬ ଟି ଛକା ମାରିଥିଲେ । ବିରାଟ କୋହଲିଙ୍କ ଏହି ସମୟରେ ୨୦୦ ଷ୍ଟ୍ରାଇକ୍ ରେଟ୍ ଥିଲା ।
କୋହଲି ବର୍ତ୍ତମାନ ରିକି ପଣ୍ଟିଂ ସହ ସମକକ୍ଷକୋହଲିଙ୍କ ଆନ୍ତର୍ଜାତୀୟ ଶତକ ସଂଖ୍ୟା ବର୍ତ୍ତମାନ ୭୧ ରେ ପହଞ୍ଚିଛି । ସେ ରିକି ପଣ୍ଟିଂଙ୍କ ସହ ସମକକ୍ଷ ହୋଇପାରିଛନ୍ତି । କେବଳ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କଠାରୁ ଆଗରେ ଅଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସଚିନଙ୍କ ସର୍ବାଧିକ ୧୦୦ ଟି ଶତକ ରହିଛି । ଏଥି ସହିତ ବିରାଟ କୋହଲି ବର୍ତ୍ତମାନ ଭାରତ ପାଇଁ ଟି -୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ସ୍କୋର କରିଥିବା ଖେଳାଳି ହୋଇପାରିଛନ୍ତି । ସେ ରୋହିତ ଶର୍ମାଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ବିରାଟ ୧୨୨ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଟି -୨୦ ରେ ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି ୧୧୮, ଯାହା ସେ ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ ।
ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଖେଳାଳୀ ।ସଚିନ୍ ତେନ୍ଦୁଲକର - ୧୦୦ଟି ( ୭୮୨ଇନିଂସ)
ବିରାଟ କୋହଲି - ୭୧ ଟି(୫୨୨ ଇନିଂସ)
ରିକି ପଣ୍ଟିଂ - ୭୧ଟି (୬୬୮ ଇନିଂସ)
କୁମାର ସାଙ୍ଗାକାରା - ୬୩ ଟି(୬୬୬ ଇନିଂସ)
ଜ୍ୟାକ୍ କଲିସ୍ - ୬୨ଟି ( ୬୧୭ ଇନିଂସ)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।