News 18 Odia Digital
Asia Cup 2022 : ଏସିଆ କପ୍ ୨୦୨୨ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଯାଉଛି। ଏହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ। ସନ୍ଧ୍ୟା ୭.୩୦ରେ ଉଭୟ ଦଳ ଖେଳିବେ ମ୍ୟାଚ।
ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ସମୟରେ ଯେଉଁ ଦଳ ବ୍ୟାଟିଂ କରେ ସେହି ଦଳ ପାଇଁ ସୁବିଧା ହୋଇଥାଏ। କାରଣ ରାତିରେ ଏଠାରେ ହାଲୁକା ଓନ୍ସ ରୁହେ, ଯାହା ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି ହୋଇଥାଏ। କିନ୍ତୁ ଗତ କିଛି ଦିନ ମଧ୍ୟରେ, ଓନ୍ସ ଏଠାରେ ବଡ଼ ସମସ୍ୟା ସୃଷ୍ଟି କରୁନାହିଁ। ମୋଟ ଉପରେ, ଏଠାରେ ଥିବା ପିଚ୍ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ସମାନ ପରିମାଣରେ ସୁହାଉଛି।
ଆରମ୍ଭରେ, ଦ୍ରୁତ ବୋଲର ଓ ତା’ପରେ ସ୍ପିନରମାନେ ସୁହାଉଥାଏ ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହୋଇଥାଏ। ଟସ୍ ଜିତିଥିବା ଅଧିନାୟକ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ପାଣିପାଗ ବିଷୟରେ କହିବାକୁ ଗଲେ, ଦୁବାଇରେ ଏହି ସମୟରେ ବହୁତ ଗରମ ହୁଏ। ମ୍ୟାଚ୍ ସମୟରେ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ରହିବ।
ଆହତ କାରଣରୁ ଜାଡେଜା ଏସିଆ କପରୁ ବାଦଆଣ୍ଠୁରେ ଆଘାତ ଲାଗିଥିବାରୁ ରବିନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡ଼ିଛନ୍ତି। ଅଭେଶ ଖାନଙ୍କୁ ମଧ୍ୟ ଭାଇରାଲ ଜ୍ୱର ହୋଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ନିଶ୍ଚିତ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନର ପେସ୍ ବୋଲର ଶାହନାୱାଜ ଦହନି ମଧ୍ୟ ଆହତ ହୋଇ ମ୍ୟାଚ୍ରୁ ବାଦ୍ ପଡିଛନ୍ତି।
ଟିମ୍ ଇଣ୍ଡିଆରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ ସାମିଲ ଅଛନ୍ତି।
ଟିମ୍ ପାକିସ୍ତାନରେ ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ , ଫଖର ଜମାନ, ଇଫତିଖର ଅହମ୍ମଦ, ଅସିଫ ଅଲି, ଖୁଶଦିଲ ଶାହ, ଶାଦବ ଖାନ, ମହମ୍ମଦ ନୱାଜ, ନସିମ ଶାହ, ହ୍ୟାରିସ ରୌଫ, ହାସନ ଅଲି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।