News18 Odia Digital
IND VS SL: ଗୌହାଟୀରେ ଭାରତ ବନାମ ଶ୍ରୀଲଙ୍କା ODI ସିରିଜର ପ୍ରଥମ ମ୍ୟାଚ୍ (Ind Vs SL ODI) ଖେଳାଯାଉଛି। ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦିଲଶନ ମଧୁଶଙ୍କାଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ। ପ୍ରଥମ ଓଭରରୁ ଶୁଭମନ ଗିଲ (Sbubhman Gill) ଓ ରୋହିତ ଶର୍ମା (Rohit Sharma) ଶ୍ରୀଲଙ୍କା ବୋଲିଂ ଆକ୍ରମଣ କରିଥିଲେ। ଭାରତୀୟ ଦଳ ୫୦ ଓଭରରେ ୩୭୩ ରନ୍ ସଂଗ୍ରହ କରିଥିଲା ଓ ବିରାଟ କୋହଲି (Virat Kohli)ODI ରେ ୪୫ ତମ ଶତକ ହାସଲ କରିଥିଲେ। ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ପାଇଁ ଅଶ୍ୱିନଙ୍କ ଭବିଷ୍ୟବାଣୀ ବହୁ ପରିମାଣରେ ସତ୍ୟ ପ୍ରମାଣିତ ହୋଇଛି।
https://odia.news18.com/news/sport/virat-kohli-equals-sachin-tendulkar-records-of-20-centuries-3ssd-10012023-ssd-147131.htmlଟିମ୍ ଇଣ୍ଡିଆ (Team India)ର ସ୍କୋର ଓ ବିରାଟ କୋହଲିଙ୍କ ପାଇଁ ଆର ଅଶ୍ୱିନ୍ ଟ୍ୱିଟ୍ କରି କହିଛନ୍ତି, 'କେତେ ଲୋକ ଭାବନ୍ତି ଯେ ଆଜି ଟିମ୍ ଇଣ୍ଡିଆର ସ୍କୋର ୪୦୦ରୁ ଅଧିକ ହେବ ଓ ବିରାଟ କୋହଲି ତାଙ୍କର ୭୩ ତମ ଶତକ ହାସଲ କରିବେ?' ବିରାଟ କୋହଲିଙ୍କ ପାଇଁ ଅଶ୍ୱିନ (Ashwani)ଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି।
ବିରାଟ କୋହଲି ୮୭ ବଲରେ ୧୧୩ ରନ ଖେଳିଥିଲେ। ଏହି ଇନିଂସରେ ସେ ୧୨ ଚଉକା ଓ ୧ ଛକା ମାରିଥିଲେ। ରୋହିତ ଓ ଗିଲଙ୍କ ଅର୍ଦ୍ଧଶତକ ଓ କୋହଲିଙ୍କ ଶତକ ସହାୟତାରେ ଟିମ୍ ଇଣ୍ଡିଆ ୩୭୩ ରନ୍ ସଂଗ୍ରହ କରିଛି।
https://odia.news18.com/news/sport/india-vs-sri-lanka-shubman-gill-3-consecutive-boundarie-3ssd-10012023-ssd-147123.htmlଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଏକ ବଡ଼ ସ୍କୋର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଉଭୟ ରେକର୍ଡ ୧୪୩ ରନ୍ ବାଣ୍ଟିଥିଲେ। ୭୦ ରନ୍ ସ୍କୋର କରିବା ପରେ ଶୁଭମା ନ ଗିଲ ଆଉଟ୍ ହୋଇଥିଲେ ଓ ରୋହିତ ଶର୍ମା ୬୭ ବଲରେ ୮୩ ରନ୍ ସଂଗ୍ରହ କରିଥିଲେ। କେଏଲ ରାହୁଲ ପୁଣି ଥରେ ଫ୍ଲପ୍ ହୋଇ ୩୯ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ୍ ଆୟର ଅଧିକ ପ୍ରଦର୍ଶନ କରିପାରିନଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।