News18 Odia Digital
ମୁମ୍ବାଇ: ବଲିଉଡର ଡ୍ରାମା କ୍ୱିନ୍ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତଙ୍କର (Rakhi Sawant) ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଯୁଆଡେ ଯାଆନ୍ତି ଫଟୋଗ୍ରାଫରମାନେ ତାଙ୍କୁ ଘେରି ଯାଆନ୍ତି, ଆଉ ରାଖୀ ସେମାନଙ୍କୁ କେବେ ହେଲେ ନିରାଶ କରନ୍ତି ନାହିଁ । ସାମ୍ବାଦିକମାନଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସେ ନିଜ ନିଆରା ଶୈଳୀରେ ଦିଅନ୍ତି । ଆଜିକାଲି ଜାଭେଲିନ୍ ଥ୍ରୋରେ ଭାରତ ପାଇଁ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଆଣିଥିବା ନୀରଜ ଚୋପ୍ରାଙ୍କ (Neeraj Chopra gold medal) ଦ୍ୱାରା ରାଖୀ ସାୱନ୍ତ ଅନୁପ୍ରାଣିତ ହୋଇଛନ୍ତି ।
ରାଖୀ କହିଛନ୍ତି ଯେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାସ୍ତବରେ ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ସେଥିରେ ସେ ରାସ୍ତା ମଝିରେ ନୀରଜ ଚୋପ୍ରାଙ୍କ ଶୈଳୀରେ ଏକ ଜାଭେଲିନ୍ ଫିଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି (Rakhi Sawant video)।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତଭିଡିଓଟି ପୋଷ୍ଟ କରି ରାଖୀ ସାୱନ୍ତ କ୍ୟାପସନରେ ଲେଖିଛନ୍ତି, ‘‘ଦୟାକରି ମୋତେ ସ୍ୱର୍ଣ୍ଣ ପଦକ ଦିଅନ୍ତୁ ।’’ ତାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଓ ଏହା ଉପରେ ବିଭିନ୍ନ ପ୍ରକାରର ମତାମତ ମଧ୍ୟ ଦେଉଛନ୍ତି । ଜଣେ ପ୍ରଶଂସକ ମନ୍ତବ୍ୟ ଦେଇ ଲେଖିଛନ୍ତି, ‘‘ବଡ଼ ଚମତ୍କାର! ଆପଣ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି କି?’’ ଆଉ ଜଣେ ଲେଖିଛନ୍ତି, ‘‘ତୁମେ ବହୁତ ମଜାଳିଆ ଲୋକ, ରାଖୀ ମା'ମ୍ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏକା ସାଙ୍ଗରେ ୪ଟି ଛୁଆ ଜନ୍ମ ଦେଲେ ମହିଳା; କଟକ SCB ହସପିଟାଲର ଚିକିତ୍ସା ଇତିହାସରେ ପ୍ରଥମଏଇଠି ଦେଖନ୍ତୁ ରାଖୀଙ୍କ ଭିଡିଓ:
ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଗୋଲାପି ରଙ୍ଗର ଟପ୍ ପିନ୍ଧି ରାଖୀ ସାୱନ୍ତ ସଡ଼କ ଉପରେ ଦୌଡ଼ିବା ଆରମ୍ଭ କରୁଛନ୍ତି ଓ ଏକ ବର୍ଚ୍ଛା ଆକାରରେ ବାଡି଼ ଫିଙ୍ଗୁଛନ୍ତି । ରାଖୀ ଖୁବ୍ ଭଲ ଭାବରେ ଥ୍ରୋ କରୁଥିବା ଦଖାଯାଉଛି । ନିକଟରେ ଶେର୍ଲିନ୍ ଚୋପ୍ରାଙ୍କ (Sherlyn chopra) ଏକ ବିବୃତ୍ତି ଦେଇ ରାଖୀ ଚର୍ଚ୍ଚାରେ ଆଛନ୍ତି । ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ତଦନ୍ତରେ ସାମିଲ୍ ହୋଇଥିବା ମହିଳାମାନଙ୍କ ବିଷୟରେ ରାଖୀ କହିଥିଲେ, ‘‘ତୁମେ ଯେମିତି ଜିନିଷ ବିକିବ, ସେମିତି ଅଫର୍ ପାଇବ ।’’
ରାଖିଙ୍କ ଏହି ବିବୃତି ତାଙ୍କ ଉପରେ ଶେର୍ଲିନ୍ ଚୋପ୍ରାଙ୍କ କ୍ରୋଧ ବଢ଼ାଇଥିଲା । ଶେର୍ଲିନ୍ କହିଥିଲେ ଯେ ରାଖୀଙ୍କ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ । ‘ଆଜ୍ ତକ୍’ର ଏକ ରିପୋର୍ଟ ଅନୁଯାୟୀ, ଶେର୍ଲିନ୍ କହିଥିଲେ, ‘‘ରାଖୀ, ଆପଣ ଜଣେ ଭଲ ନୃତ୍ୟଶିଳ୍ପୀ, ହାସ୍ୟ ଅଭିନେତ୍ରୀ ଓ କଳାକାର । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦିଅ ନାହିଁ, କାରଣ ତୁମର ଏହା ସହିତ କୌଣସି ସମ୍ପର୍କ ନାହିଁ । ଯଦି ଅଛି, ତାହେଲେ ଆଗକୁ ଆସ ଓ କୁହ । ଯଦି ନାହିଁ, ତେବେ ଅସହାୟ ଝିଅମାନଙ୍କ ବିଷୟରେ କୁହ ନାହିଁ ଯେ ସେମାନେ ଆତ୍ମ ପ୍ରଚାର କରିବାକୁ ମିଛ କହୁଛନ୍ଚି । ସେମାନଙ୍କର ବିବୃତ୍ତିକୁ ବରଖାସ୍ତ କରନ୍ତୁ ନାହିଁ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।