କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
- News18 Odia
- Last Updated :
- Other, India
News18 Odia Digital
କଟକ: ଉଠିବ ପଡିବ କଟକର ବାରବାଟୀ ଷ୍ଟାଡିୟମ୍ । ଆଜି ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍ ହକି ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଯୋଗ ଦେବେ। ଅପରାହ୍ଣ ୪ଟାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେବା ସହ ଉତ୍ସବକୁ ଉଦଘାଟନ କରିବା ନେଇ ସୂଚନା ରହିଛି। କେନ୍ଦ୍ରମନ୍ତ୍ରୀ ଦିନ ପ୍ରାୟ ୧ଟା ସମୟରେ ଓଡିଶାରେ ପହଞ୍ଚିଛନ୍ତି ।
ଏନେଇ କଟକର ସମସ୍ତ ସ୍ଥାନକୁ ଟିକ୍ନିଖ୍ କରି ଯାଞ୍ଚ କରିଛି ପୁଲିସ ପ୍ରଶାସନ । ଆଜି ଉତ୍ସବରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।