କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
- News18 Odia
- Last Updated :
- Other, India
News18 Odia Digital
କଟକ: ହକି ବିଶ୍ୱ କପ ଉଦଘାଟନୀ ଉତ୍ସବରେ ଅନୁରାଗ ଠାକୁରଙ୍କ ଜବରଦସ୍ତ ଡାଇଲଗ। ଭାଷଣ ଶେଷରେ କହିଲେ How Is the Josh.. are you ready to see the exciting game, are you raedy to welcome the team..ଜୟ ଜଗନ୍ନାଥ ଓଡିଶା। କେନ୍ଦ୍ରମନ୍ତ୍ରୀଙ୍କ ଏହି କଥା ଶୁଣି ତାଲି ମାଡ଼ରେ କମ୍ପି ଉଠିଲା ବାରବାଟୀ ଷ୍ଟାଡିୟମ।
ହକି ବିଶ୍ୱ କପ ଆୟୋଜନକୁ ଓ ଉଦଘାଟନୀ ଉତ୍ସବକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ପ୍ରଶଂସା କରିଛନ୍ତି। କଟକ ଉଦ୍ଘାଟନୀ ଉତ୍ସବକୁ ବିଶ୍ୱର ଭବ୍ୟ ଉଦଘାଟନ ଉତ୍ସବ ବୋଲି କହିଲେ କ୍ରୀଡ଼ା ମନ୍ତ୍ରୀ। ଜୟ ଜଗନ୍ନାଥ, ନମସ୍ତେ ଓଡିଶା ଓ ନମସ୍ତେ ଇଣ୍ଡିଆରୁ ନିଜ ଭାଷଣ ଆରମ୍ଭ କରିଥିଲେ। ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଓ କ୍ରୀଡାବିତଙ୍କୁ ସମ୍ମାନ ପ୍ରଦାନ କରି ହକି ଉଦଘାଟନୀ ଉତ୍ସବରେ ନିଜର ମତ ଉପସ୍ଥାପନ କରିଥିଲେ। ଏହି ହକି ଦେଖିବା ପାଇଁ ପୁର ବିଶ୍ୱ ଅପେକ୍ଷା କରିଛି। କଟକ ମଇଦାନରେ ଏହା ସବୁଠୁ ଭବ୍ୟ ଆୟୋଜନ। ଆପଣମାନଙ୍କ ଆବାଜରୁ ଜଣାପଡୁଛି ଯେ ଓଡିଶା ଓ ଭାରତରେ ହକିକୁ କେତେ ମାତ୍ରାରେ ଭଲ ପାଇବା ମିଳେ। ୧୯୨୦ ଅଲମ୍ପିକରେ କଥା ମନେ ପକେଇଲା କେନ୍ଦ୍ର ମନ୍ତ୍ରୀ। ଧ୍ୟାନଚାନଙ୍କୁ ଗର୍ବ ପ୍ରକାଶ କଲେ। ହକିରେ ନିଜର ପ୍ରଦର୍ଶନ ଦେଖାଇ ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କ ବାବଦରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
କୋଭିଡ ମହାମାରୀ ସମୟରେ ଖେଳାଳିମାନଙ୍କ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅନୁରାଗ ଠାକୁର। ହକି ଷ୍ଟାଡିୟମ ଦେଶକୁ ଉପହାର ଦେଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ। ଦ୍ଵିତୀୟ ଥର ପାଇଁ ହକି ବିଶ୍ଵ କପ ଓଡ଼ିଶାରେ ଆୟୋଜିତ ହୋଇଥିବାରୁ ହକି ଇଣ୍ଡିଆ ପ୍ରେସିଡେଣ୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।