- News18 Odia
- Last Updated :
- New Delhi, India
News 18 Odia Digital
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଫ୍ୟାନ୍ସ ତାଙ୍କୁ ଖୁବ ପସନ୍ଦ କରନ୍ତି । ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ, ତାଙ୍କ ଜୀବନରେ ଘଟୁଥିବା ଛୋଟବଡ ଘଟଣା ସେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ବିଗ୍ ବି ଗୁରୁବାର ଦିନ ସାଉଦି ଆରବର କିଙ୍ଗ ଫାହଦ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ (King Fahd International Stadium,Riyadh)ରେ ଆୟୋଜିତ ହେଉଥିବା ଏକ ମ୍ୟାଚର ଉଦଘାଟନୀ ଉତ୍ସବରେ ବିଶେଷ ଅତିଥି ଭାବରେ ଯୋଗ ଦେଇଥିଲେ । ସେଠାରେ ସେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଭେଟିଛନ୍ତି । ଏନେଇ ଅମିତାଭ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ।
ଅମିତାଭ ବଚ୍ଚନ ଟ୍ୱିଟରରେ ଏହି ଫଟୋ ସେୟାର କରି ଲେଖିଛନ୍ତି,' ରିୟାଦରେ ଏକ ସନ୍ଧ୍ୟା .. କ୍ରିଷ୍ଟିଆନୋ ରୋନାଲଡୋ, ଲିଓନେଲ ମେସି, ମବାପେ, ନେମାର ସମସ୍ତେ ଏକାଠି ଖେଳୁଥିଲେ ଏବଂ ମୋତେ ଖେଳର ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଥିଲା। PSG ବନାମ ରିୟାଦ .. ଅବିଶ୍ୱସନୀୟ ' । ତେବେ ଏହି ଫଟୋଟିକୁ ବିଗ୍ ବି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ଦେଖି ଫ୍ୟାନ୍ସମାନେ ଏହାରି ଉପରେ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି, 'ବଲିଉଡର ଜଣେ ସୁପରଷ୍ଟାର ଫୁଟବଲ ଜଗତର ଜଣେ ସୁପରଷ୍ଟାରଙ୍କୁ ଭେଟିଛନ୍ତି । ' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଆମେ ସମସ୍ତେ ଅମିତାଭ ପାଇଁ ଗର୍ବିତ ।ଦୁନିଆର ଶ୍ରେଷ୍ଠ ଅଭିନେତାଙ୍କ ସହ ହାତ ମିଳାଇ ସେ ବହୁତ ଭାଗ୍ୟବାନ ।ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅମିତାଭ ବଚ୍ଚନ ଷ୍ଟାଡିୟମକୁ ପ୍ରତ୍ୟକ ଖେଳାଳୀଙ୍କୁ ଭେଟିବାକୁ ଯାଉଛନ୍ତି । ସେ ମେସି, ରୋନାଲଡୋ, କିଲିଆନ୍ ମବାପେ ଏବଂ ନେମାରଙ୍କ ସହ ହାତ ମିଳାଇଛନ୍ତି । ଏହି ମ୍ୟାଚ୍ ଅଲ-ଷ୍ଟାର ଏକାଦଶ (Riyad All Star XI) ଏବଂ ପ୍ୟାରିସ ସେଣ୍ଟ-ଜର୍ମାନ (PSG) ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚରେ ମେସି ଏବଂ ରୋନାଲଡୋ ମୁହାଁମୁହିଁ ହୋଇଥିଲେ। ଯଦିଓ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।