ଅକ୍ଷୟ କୁମାରଙ୍କ ବାୟୋପିକରେ କାମ କରିବେ ନୀରଜ ଚୋପ୍ରା! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମିମ୍ସ

ଅକ୍ଷୟ କୁମାରଙ୍କ ବାୟୋପିକରେ ନୀରଜ ଚୋପ୍ରାଙ୍କ ଅଭିନୟକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି ନିଜେ ଅକ୍ଷୟ କୁମାର । ନୀରଜ ଏଥିପାଇଁ ଉପଯୁକ୍ତ ବୋଲି କହିଛନ୍ତି ଅକ୍ଷୟ ।

ବାୟୋପିକରେ ଅଭିନୟ କରିପାରନ୍ତି ନୀରଜ ଚୋପ୍ରା (ପ୍ରତୀକାତ୍ମକ ଛବି)

ବାୟୋପିକରେ ଅଭିନୟ କରିପାରନ୍ତି ନୀରଜ ଚୋପ୍ରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ୱାଇ: ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କ ବିଜୟ ସହିତ ସମଗ୍ର ଦେଶ ପାଇଁ ଖୁସିର ଲହରୀ ନେଇଆସିଛନ୍ତି। ଏବେ ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ସାରା ଭାରତ ପାଳନ କରୁଛି। ଜାଭେଲିନ ଥ୍ରୋରେ ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନକୁ ଦେଖି ବିଶ୍ୱ ଚମକିଯାଇଥିଲା। ଦେଶ ସବୁ ଆଶା ଓ ଭରସା ତାଙ୍କ ଉପରେ ଢ଼ାଳି ଦେଇଥିଲା। ଦେଶବାସୀଙ୍କ ଏହି ବିଶ୍ୱାସକୁ ନିରଜ ସତ ପ୍ରମାଣ କରିଥିଲେ ଓ ଶେଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ସହିତ ସୋସିଆଲ ମିଡ଼ିଆରେ ଅନେକ ମିମ୍ସ ମଧ୍ୟ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଅକ୍ଷୟ କୁମାର ନୀରଜ ଚୋପ୍ରାଙ୍କ ବାୟୋପିକରେ କାମ କରିବାକୁ ଯାଉଛନ୍ତି ବୋଲି ମଧ୍ୟ କୁହାଯାଇଥିଲା ।

ସୋସିଆଲ ମିଡ଼ିଆରେ ଅକ୍ଷୟ କୁମାରଙ୍କ ଏକ ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ହାତରେ ଏକ ବଡ଼ ବାଡ଼ି ଧରିଥିବାର ନଜର ଆସିଛନ୍ତି। ଦର୍ଶକମାନେ ଏହି ଫଟୋକୁ ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ ସହିତ ତୁଳନା କରୁଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟ କହିଛନ୍ତି ଯେ “ମତେ ଲାଗୁଛି ଏମିତି ବୋଧେ ମଜ୍ଜା ପାଇଁ କରାଯାଉଛି। ମୁଁ ସେହି ଫଟୋ ମଧ୍ୟ ଦେଖିଛି। ଯେଉଁଥିରେ ମୁଁ ମୋ ହାତରେ ଏକ ବାଡ଼ି ରହିଛି। ଏହି ଫଟୋ ହେଉଛି ମୋର ଚଳଚ୍ଚିତ୍ର ‘ସୌଗନ୍ଦ’ର। ଏହା ବହୁତ ଫନି ଫଟୋ। ଟ୍ୱିଙ୍କଲ ଯେତେବେଳେ ଏହି ଫଟୋ ଦେଖିଲେ ସେ ମତେ ଜଣେଇଲେ କିନ୍ତୁ ମୁଁ ତାଙ୍କୁ କହିଲି ଯେ ମୁଁ ଏହି ଫଟୋ ଆଗରୁ ଦେଖିସାରିଛି।

ଯେତେବେଳେ ଏକ ଗଣମାଧ୍ୟମ ତରଫରୁ ଅକ୍ଷୟ କୁମାରଙ୍କୁ ନୀରଜ ଚୋପ୍ରାଙ୍କ ବାୟୋପିକରେ ଅଭିନୟ କରିବା ବାବଦରେ ପଚରାଯାଇଥିଲା, ସେ କହିଥିଲେ- “ଲୋକମାନେ କହୁଛନ୍ତି, ଆରେ ବର୍ତ୍ତମାନଠାରୁ ଅଭ୍ୟାସ ଆରମ୍ଭ ହୋଇଗଲାଣି। ମୋତେ ଏହା ବହୁତ ଫନି ଲାଗୁଛି।” ଅକ୍ଷୟ କୁମାର ତାଙ୍କ ବାୟୋପିକକୁ ନେଇ କହିଛନ୍ତି ଯେ “ମତେ ଲାଗୁଛି ନୀରଜ ଚୋପ୍ରା ଗୁଡ଼ ଲୁକିଙ୍ଗ ଆଉ ବହୁତ ହ୍ୟାଣ୍ଡସମ ବି। ଯଦି ମୋର ବାୟୋପିକ ତିଆରି ହୁଏ, ତେବେ ସେ ଏଥିରେ ମୋର ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ।

ଅକ୍ଷୟ କୁମାର ଟ୍ୱିଟ କରି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ନିଜ ଟ୍ୱିଟ୍‌ରେ ଲେଖିଥିଲେ- “ଏହା ହେଉଛି ପ୍ରଥମ ସ୍ଥାନର ସ୍ୱର୍ଣ୍ଣ ପଦକ। ଇତିହାସ ସୃଷ୍ଟି କରିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ। ଆପଣ ଏକ ବିଲିୟନ ଖୁସିର ଲୁହ ପାଇଁ ଦାୟୀ।”
Published by:Soumya Das
First published: