News 18 Odia Digital
Rajasthan Royals vs Lucknow Super Giants: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ପରାସ୍ତ କରିଛି । ୧୫୫ ରନ୍ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ଦଳ ମାତ୍ର ୬ ୱିକେଟ୍ ପାଇଁ ୧୪୪ ରନ୍ ନେଇପରିଥିଲା। ରାଜସ୍ଥାନ ପାଇଁ ଓପନର୍ ଯଶସ୍ୱୀ ଜୟସୱାଲ ୪୪ ରନ୍ କରିଥିବାବେଳେ ଜୋସ୍ ବଟଲର ୪୦ ରନ୍ ସଂଗ୍ରହ କରିଛନ୍ତି। ଲକ୍ଷ୍ନୌ ତରଫରୁ ଆବେଶ ଖାନ ୩ ୱିକେଟ୍ ନେଇଥିଲେ।
ରାଜସ୍ଥାନ ରୟାଲ୍ସର ଏକାଦଶ ଖେଳାଳୀଜୋସ୍ ବଟଲର୍, ଯଶସ୍ୱୀ ଜୟସୱାଲ, ସଞ୍ଜୁ ସାମସନ୍ (ଅଧିନାୟକ, ୱିକେଟ୍ କିପର), ରିୟାନ୍ ପାରାଗ, ଶିମ୍ରନ୍ ହେଟମିୟର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଜେସନ ହୋଲ୍ଡର, ସନ୍ଦୀପ ଶର୍ମା, ୟୁଜଭେନ୍ଦ୍ର ଚହଲ।
ଲକ୍ଷ୍ନୌ ସୁପର ଜଏଣ୍ଟସ୍ ର ଏକାଦଶ ଖେଳାଳୀକେ.ଏଲ୍ ରାହୁଲ (କ୍ୟାପଟେନ୍) , କାଇଲ୍ ମେରେସ୍, ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ନିକୋଲସ୍ ପୁରାନ୍ (ୱିକେଟ୍ କିପର), ଆୟୁଷ ବାଡୋନି, ଆବେଶ ଖାନ୍, ଯୁଧିଷ୍ଠିର ସିଂ ଚାରାକ, ନବୀନ-ଉଲ୍-ହକ୍, ରବି ବିଷ୍ଣୁ।
ଇଣ୍ଡିଆନ୍ ପ୍ରିମିୟର ଲିଗର ଏହି ସିଜନରେ, ଗତ ସିଜିନର ରନର୍ସ ଅପ୍ ହୋଇଥିବା ଦଳ ନାମ ଅନୁଯାୟୀ ପ୍ରଦର୍ଶନ କରିଛି । ୫ ଟି ମ୍ୟାଚ୍ ଖେଳିବା ପରେ ରାଜସ୍ଥାନ ଦଳ ମୋଟ ୪ ଟି ମ୍ୟାଚ୍ ଜିତିଛି ଏଥି ସହିତ ଲକ୍ଷ୍ନୌ ଦଳର ଖାତାରେ ୫ ଟି ମ୍ୟାଚ୍ ଖେଳିବା ପରେ ୩ ଟି ବିଜୟ ପଞ୍ଜୀକୃତ ହୋଇଛି ।ଗତ ତିନୋଟି ମ୍ୟାଚରେ ରାଜସ୍ଥାନ ଦଳ ଜିତିଛି। ଶେଷ ମ୍ୟାଚରେ ଲକ୍ଷ୍ନୌକୁ ପଞ୍ଜାବ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।