- News18 Odia
- Last Updated :
- New Delhi, India
News 18 Odia Digital
ମୁମ୍ଵାଇ: ବଲିଉଡ୍ ଅଭିନେତା ଆର.ମାଧବନଙ୍କ ପୁଅ ବେଦାନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ବେଦାନ୍ତ ତାଙ୍କ ପିତାଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି। ବାସ୍ତବରେ, ବେଦାନ୍ତ କେବଳ ୨ କିମ୍ବା ୩ ନୁହେଁ, ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୩’ ରେ ୭ ଟି ପଦକ ଜିତିଛନ୍ତି।ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପୁଅ ବେଦାନ୍ତ ଏବଂ ଅନ୍ୟ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ଫଟୋଗୁଡ଼ିକରେ, ବେଦାନ୍ତ ତାଙ୍କର ପଦକ ଏବଂ ଟ୍ରଫି ଦେଖାଇଛନ୍ତି । ପୁଅ କେଉଁ ପ୍ରତିଯୋଗିତାରେ କେଉଁ ପଦକ ପାଇଛନ୍ତି ତାହା ମଧ୍ୟ ମାଧବନ୍ କହିଛନ୍ତି। ଅଭିନେତା ଲେଖିଛନ୍ତି, ‘ବେଦାନ୍ତ ୧୦୦ ମିଟର, ୨୦୦ମିଟର ଏବଂ ୧୫୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ୪୦୦ ମିଟର ଏବଂ ୮୦୦ ମିଟର ସନ୍ତରଣରେ ର ରୌପ୍ୟ ପଦକ ଜିତିଥିଲେ । ଅନ୍ୟ ଏକ ଟ୍ୱିଟରେ ମାଧବନ୍ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ବେଦାନ୍ତଙ୍କ ପ୍ରଦର୍ଶନ ଏବଂ ଆପେକ୍ସା ଫର୍ଣ୍ଣାଣ୍ଡିସ୍ ଏବଂ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରାଯାଇଛି।
ମାଧବନ୍ ଲେଖିଛନ୍ତି, ଅପେକ୍ଷା ଫର୍ଣ୍ଣାଣ୍ଡିସ୍ (୬ଟି ଗୋଲ୍ଡ ଏବଂ ଗୋଟିଏ ରୌପ୍ୟ) ଏବଂ ବେଦାନ୍ତ ମାଧବନ୍ (୫ଟି ସୁନା ଏବଂ ୨ଟି ରୌପ୍ୟ) ମିଳିଛି । ଯାହା ଦ୍ୱାରା ମୁଁ ବହୁତ କୃତଜ୍ଞ ଓ ନମ୍ର ଅନୁଭବ କରୁଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଖେଲ ଇଣ୍ଡିଆର ଆୟୋଜନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।