ମିଳିଲା ସୁଇସାଇଡ ନୋଟ! ନିଜ ମୃତ୍ୟୁ ପାଇଁ ଦୁଇ ଜଣଙ୍କ ଦାୟୀ କରିଛନ୍ତି ରାଜଶ୍ରୀ

ନ୍ୟୁଜ18 ଓଡ଼ିଆ ଡିଜିଟାଲକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ସନ୍ତୋଷ ସାହୁ। ସନ୍ତୋଷ ଓ ମହିଳା କୋଚଙ୍କ ନାମ ସୁଇସାଇଡ଼ ନୋଟରେ ଉଲ୍ଲେଖ ଅଛି।

ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ମହିଳା କ୍ରିକେଟ ଖେଳାଳି ରାଜଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ବା ହତ୍ୟା, ଏହାକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜଶ୍ରୀଙ୍କ ଆକ୍ଟିଭା ଡିକି ଭିତରୁ ମିଳିଥିବା ଏକ ହାତ ଲେଖା ଚିଠି ପୁରା ଘଟଣାକୁ ଆଉ ଏକ ନୂଆ ମୋଡ ଦେଇଛି । ଏହି ହାତ ଲେଖା ଚିଠିଟି ରାଜଶ୍ରୀଙ୍କ ବୋଲି ଜଣା ପଡ଼ିଥିବା ବେଳେ ଦୁଇଟି ଧାଡିରେ ଲେଖାଥିବା ଏହି ଚିଠିଟିରେ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି ।

"ମୁଁ ଯାହା କରୁଛି ନିଜ ଇଚ୍ଛାରେ କରୁଛି । ମୋ ମୃତ୍ୟୁ ପାଇଁ କୋଚ ଓ ମଣ୍ଡେଲା ସାର ଦାୟୀ" । ଓଡ଼ିଆରେ ଲେଖାଯାଇଥିବା ଏହି ଦୁଇ ଧାଡିର ଚିଠିକୁ ଜବତ କରି ଏହାର ସତ୍ୟା ସତ୍ୟକୁ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି କଟକ ଗୁରୁଡିଝାଟିଆ ପୋଲିସ । ଏହି କ୍ରମରେ ଏହି ଚିଠିଟି ରାଜଶ୍ରୀ ଲେଖିଛନ୍ତି ବା ନାହିଁ ଏହାର ପରୀକ୍ଷା ଚିଠିକୁ ଆସନ୍ତକାଲି ଭୁବନେଶ୍ବର ସ୍ଥିତ ଫରେନ୍ସିକ ଲ୍ୟାବକୁ ପଠାଯିବ ।

ଏହି ଚିଠି ସହିତ ରାଜଶ୍ରୀଙ୍କ ମୃତ ଦେହର ପ୍ୟାଣ୍ଟ ପକେଟରୁ ତାଙ୍କ ମୋବାଇଲ ଫୋନଟି ମଧ୍ୟ ମିଳିଛି। ତେବେ ଏହି ମୋବାଇଲ ଫୋନ ହିଁ ରାଜଶ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଲିବ ବୋଲି କୁହାଯାଉଛି । କାରଣ ରାଜଶ୍ରୀଙ୍କ ମୋବାଇଲ କଲ ଡିଟେଲ ପୂର୍ବରୁ ପୋଲିସ ପାଖରେ ପହଁଚିଯାଇଛି । ଯେଉଁଥିରେ ରାଜଶ୍ରୀ ମୃତ୍ୟୁ ପୂର୍ବରୁ ସେ କାହା କାହା ହୋଇଥିଲେ ଓ କାହାକୁ ଏସଏମଏସ ପଠାଇଥିଲେ ତାହା ଉଲ୍ଲେଖ ରହିଛି । କିନ୍ତୁ ଯଦି ରାଜଶ୍ରୀଙ୍କ ମୋବାଇଲ ଫୋନରେ କଲ ରେକର୍ଡଂ ସୁବିଧା ଥାଏ । ତେବେ ସେ କାହା ସହିତ ଓ କଣ କଥା ହୋଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । ଏହା ସହିତ ରାଜଶ୍ରୀ ମୃତ୍ୟୁ ପୂର୍ବରୁ କିଛି ଭିଡ଼ିଓ ରେକର୍ଡ କରିଥିଲେ କି? ଯଦି କରିଥାନ୍ତି ତେବେ ତାହା ମଧ୍ୟ ଜଣା ପଡ଼ିବ।

ରାଜଶ୍ରୀ ନିଜ ମୃତ୍ୟୁ ପାଇଁ ସିନିୟର ମହିଳା କ୍ରିକେଟ ଟିମର କୋଚ ପୂଷ୍ପାଞ୍ଜଳି ବାନାର୍ଜି ଓ ମଣ୍ଡେଲା ସାର ଓରଫ ସନ୍ତୋଷ ସାହୁଙ୍କୁ ଦାୟୀ କରିଛନ୍ତି । ତେବେ ରାଜଶ୍ରୀଙ୍କ ପରିବାର ଲୋକେ ମଧ୍ୟ ପୁଷ୍ପାଞ୍ଜଳିକୁ ଦାୟୀ କରିଥିବା ବେଳେ ନିଜ ପ୍ରତିକ୍ରିୟାରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାରି ଭିତରେ ଓସିଏର ସଦସ୍ୟ ଥିବା ମଣ୍ଡେଲା ସାର ଓରଫ ସନ୍ତୋଷ ସାହୁ ପ୍ରତିକ୍ରିୟା ରଖିଛନ୍ତି ।

ନ୍ୟୁଜ18 ଓଡ଼ିଆ ଡିଜିଟାଲକୁ ଦେଇଥିବା ପ୍ରତିକ୍ରିୟାରେ ମଣ୍ଡେଲା ସାର ଓରଫ ସନ୍ତୋଷ ସାହୁ କୁହନ୍ତି କି "ତିନି ଚାରି ବର୍ଷ ହେଲାଣି ମହିଳା କ୍ରିକେଟ ସହ ମୋର ସମ୍ପର୍କ ନାହିଁ । ଯେବେ ଠାରୁ ଲୋଧା କମିଟିର ନିୟମ ଲାଗୁ ହେଲା ସେବେ ଠାରୁ ମୁଁ କ୍ରିକେଟ ଠାରୁ ଦୁରରେ ରହିଛି । ପୂର୍ବରୁ ସିଲେକ୍ଟର ଥିଲି, ସେଥିପାଇଁ ରାଜଶ୍ରୀଙ୍କୁ ଜାଣିଥିଲି । ମୁଁ ଜାଣି ପାରୁନାହିଁ ସେ କାହିଁକି ମୋ ନାଁ ଲେଖିଲେ । ତାଙ୍କ ମୃତ୍ୟୁ ଖବର ପାଇ ମୁଁ ଗଭିର ଭାବେ ମର୍ମାହିତ । ଶେଷ ଥର ପାଇଁ ୫ ମାସ ତଳେ ରାଜଶ୍ରୀଙ୍କ ସହ ଦେଖା ହୋଇଥିଲା"।
Published by:Soumya Das
First published: