ଗୋଟିଏ ରନ୍ ଆଉଟ୍ ଓ ବିଶ୍ବକପ ପରାଜୟ କାହାଣୀ: ସେବେ ଧୋନୀ, ଏବେ ହର୍ମନପ୍ରୀତ...କେବେ ଭୁଲିବେନି କ୍ରିକେଟ୍ ପ୍ରେମୀ

ଟିମ ଇଣ୍ଡିଆ ଅର୍ଥାତ୍ ଭାରତୀୟ କ୍ରିକେଟର ପୁରୁଷ ଟିମ ସହିତ ପୂର୍ବରୁ ଯାହା ଘଟିଥିଲା, ତାହା ଘଟିଛି ମହିଳା କ୍ରିକେଟ ଦଳ ସହିତ ।

ଗୋଟିଏ ରନ୍ ଆଉଟ୍ ଓ ବିଶ୍ବକପ ପରାଜୟ କାହାଣୀ: ସେବେ ଧୋନୀ, ଏବେ ହର୍ମନପ୍ରୀତ...

ଗୋଟିଏ ରନ୍ ଆଉଟ୍ ଓ ବିଶ୍ବକପ ପରାଜୟ କାହାଣୀ: ସେବେ ଧୋନୀ, ଏବେ ହର୍ମନପ୍ରୀତ...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କ୍ରିକେଟରେ ସବୁ ଠାରୁ କଷ୍ଟ ଦାୟକ ଏବଂ ଦୁର୍ଭାଗ୍ୟଜନକ ଘଟଣା ରନ୍ ଆଉଟ୍ ବୋଲି ବିବେଚନା କରିହେବ । କଥା ଯଦି ବିଶ୍ବକପର ଆସୁଥାଏ, ଆଉ ଦଳର ଭରସାଯୋଗ୍ୟ ଖେଳାଳି ରନ୍ଆଉଟ୍ ହୋଇଯାନ୍ତି, କିଛିକ୍ଷଣରେ ବଦଳିଯାଏ ମ୍ୟାଚର ମୋଡ, ତେବେ ଏହାକୁ ସବୁଠାରୁ ଅଧିକ ଦୁର୍ଭାଗ୍ୟଜନକ ବୋଲି କୁହାଯିବ । ହଁ ଏମିତି ଘଟିଛି ନିକଟରେ ଭାରତ ସହିତ । ଯାହା କି 2019 ଦିନିକିଆ ବିଶ୍ବକପ ପରାଜୟର ସେହି ଦାରୁଣ ସମୟର ସ୍ମୃତିକୁ ପୁଣି ତାଜା କରିଦେଇଛି ।ସେତେବେଳେ ଟିମଇଣ୍ଡିଆ ଅର୍ଥାତ୍ ଭାରତୀୟ କ୍ରିକେଟର ପୁରୁଷ ଟିମ ସହିତ ଯାହା ଘଟିଥିଲା, ତାହା ଘଟିଛି ମହିଳା କ୍ରିକେଟ ଦଳ ସହିତ ।



ଏ ହେଉଛି ଭାରତ ମହିଳା କ୍ରିକେଟ ଦଳର ବିଶ୍ବକପ ଯାତ୍ରାର ଅଧୁରା ଅନ୍ତର କାହାଣୀ । 23 ଫେବ୍ରୁଆରୀ 2023 । ମହିଳା ଟି 20 ବିଶ୍ବକପରେ ସେମି ଫାଇନାଲରେ ମୁହାଁମୁହିଁ ହେଉଥିଲେ ଭାରତ-ଅଷ୍ଟ୍ରେଲିଆ । ପୁରା ସିରିଜରେ ଭାରତ ଦମଦାର ପ୍ରଦର୍ଶନ ଦେଇ ଆସୁଥିଲା । ସେମି ବାଧା ପାର୍ ହୋଇଥିଲେ ସିଧା ମିଳିଥାନ୍ତା ଫାଇନାଲ ଟିକେଟ୍ । ହେଲେ ସେମିତି ହେଲାନି, ଆଗରୁ ଯାହା ଆଶଙ୍କା ଥିଲା, ତାହା ସତ ପ୍ରମାଣିତ ହେଲା । ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ 173 ରନ୍‌ର ଲକ୍ଷ୍ୟକୁ ପିଛା କରି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ହର୍ମନପ୍ରୀତ୍‌ କୌରଙ୍କ ଦଳ ନିର୍ଦ୍ଧାରିତ ଓଭରରେ 167/8 ଓ୍ବିକେଟରେ ଅଟକି ଯାଇଥିଲା।

173 ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ଶେଫାଳି ବର୍ମା (9), ସ୍ମୃତି ମନ୍ଧାନା (ମାତ୍ର 2), ୟାସ୍ତିକା ଭାଟିଆ (4) ଚତୁର୍ଥ ଓଭର ଭିତରେ ଆଉଟ୍‌ ହୋଇଯାଇଥିଲେ।
ତଥାପି ଜେମିମା ରଦ୍ରିଗୁଏଜ୍‌ ଓ ହର୍ମନପ୍ରୀତ୍‌ କୌର ପାଳିକୁ ସମ୍ଭାଳିଥିଲେ । ଜବରଦସ୍ତ ଧୁଲେଇ କରି ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିଥିଲେ। ଓଭର ପିଛା ପାଖାପାଖି 11 ରନ୍‌ ହାରରେ ରନ୍‌ ସଂଗ୍ରହ କରି 10 ଓଭର ବେଳକୁ ଦଳୀୟ ସ୍କୋର 100 ପାଖରେ ପହଞ୍ଚାଇ ଦେଇଥିଲେ। ତେବେ 24 ବଲ୍‌ରୁ 43 ରନ୍‌ କରିଥିବା ବେଳେ ଡାର୍ସି ବ୍ରାଉନ୍‌ଙ୍କ ମୁଣ୍ଡ ଉପରେ ଯାଉଥିବା ବାଉନ୍ସରକୁ ଥାର୍ଡମ୍ୟାନ୍‌ ଅଞ୍ଚଳକୁ ଅପରକଟ୍‌ ଖେଳିବାକୁ ଯାଉଥିଲା ବେଳେ ହିଲିଙ୍କ ହାତରେ ଧରାପଡ଼ିଯାଇଥିଲେ ଜେମିମା। ଜେମିମାଙ୍କ ୱିକେଟ୍‌ ଯିବା ପରେ , 13ତମ ଓଭର ବେଳଠୁ ହର୍ମନପ୍ରୀତ୍‌ ଚୌକା ବର୍ଷା ଆରମ୍ଭ କରିଥିଲେ। ଯାହାଫଳରେ 15ତମ ଓଭରର ଦ୍ବିତୀୟ ବଲ୍‌ରେ ଲଗାତାର ଚୌକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ କୌର। କିନ୍ତୁ ଦୁଇଟି ବଲ୍‌ ପରେ ହର୍ମନପ୍ରୀତ୍‌ କରିବସିଲେ ସେହି ଭୁଲ୍, ଯାହା 2019 ବିଶ୍ବକପରେ ଧୋନୀ କରିଥିଲେ । ଷ୍ଟ୍ରାଇକକୁ ଫେରିବାକୁ ହର୍ମନପ୍ରୀତ କଷ୍ଟକର 2 ରନ୍ ନେବାକୁ ଚାହିଁଲେ । ଦୌଡ଼ୁଥିଲା ବେଳେ ବ୍ୟାଟ୍‌ କ୍ରିଜ୍‌ ଛୁଇଁବା ପୂର୍ବରୁ ମାଟିରେ ଅଟକି ଯାଇଥିଲା । ରନ୍‌ଆଉଟ୍‌ ହୋଇଯାଇଥିଲେ ହରମନପ୍ରୀତ୍, ନା ଟି 20 ବିଶ୍ବକପରୁ ଏହି ଠାରୁ ରନ୍ ଆଉଟ୍ ହୋଇଯାଇଥିଲା ମହିଳା ଦଳ। ଭାଙ୍ଗି ଯାଇଥିଲା କୋଟି କୋଟି କ୍ରିକେଟ୍ ଫ୍ୟାନଙ୍କ ବିଶ୍ବକପ୍ ଫାଇନାଲ ଆଶା ।
ଏହାପରେ ରନ୍‌ଗତି କମ୍‌ ହୋଇଯିବାରୁ ଶେଷ ଓଭରରେ ଦଳକୁ ଜିତିବା ପାଇଁ 16 ରନ୍‌ ଆବଶ୍ୟକ ଥିଲା।
ହେଲେ ହାତରେ 3 ୱିକେଟ୍‌ ବଳକା ଥିଲା। କିନ୍ତୁ ଶେଷ ଓଭରରୁ କେବଳ 10 ରନ୍‌ ସଂଗ୍ରହ ପରେ ଭାରତ 5 ରନ୍ ରେ ବିଶ୍ବକପ୍ ସେମି ଫାଇନାଲରେ ହାରିଲା ।



ଠିକ୍ ସେମିତି ହୋଇଥିଲା 2019 ଜୁଲାଇ 10 ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ ସେମିରେ । କ୍ରିଜରେ ଧୋନୀ ଜମି
ସାରିଥିଲେ । ଧୋନୀଙ୍କ ପରି ଫିନିସରଙ୍କ ଆଗରେ ଟାର୍ଗେଟ୍ ଫିକା ପଡିଯାଏ । ହେଲେ ଧୋନୀଙ୍କ ରନ୍ଆଉଟ୍ ଟିମଇଣ୍ଡିଆର ସବୁ ଗଣିତ ଓଲଟ ପାଲଟ କରିଦେଲା । ଶୀର୍ଷକ୍ରମ ବିଫଳ ପରେ ଧୋନୀ-ଜାଡେଜାଙ୍କ ଗେମ୍ ଦେଖିଲେ ଲାଗୁଥିଲା ଭାରତ ମ୍ୟାଚ ଜିତିଯିବ । ହେଲେ ଧୋନୀଙ୍କ ରନ୍ଆଉଟ ପରେ ଭାରତର ବିଜୟ ରାସ୍ତା ବନ୍ଦ ହୋଇଯାଇଥିଲା ।



1983, 2011 ପରେ କ୍ରିକେଟ ବିଶ୍ବକପରେ ଭାରତ ଆଉ ଏକ ବିଜୟ ନିକଟରେ ପହଁଚି ଖାଲି ହାତରେ ଫେରିଲା
। ହଁ ଏ କଥା ବି ସତ, ମ୍ୟାଚ୍ ଆଗରୁ ଅସୁସ୍ଥଥିଲେ ହରମନପ୍ରୀତ କୌର । ପୂର୍ବରୁ ତାଙ୍କୁ ଦକ୍ଷିଣ ଆଫ୍ରିକା
ମାଟିରେ ଜ୍ବର ଲାଗି ରହିଥିଲା । ଲାଗୁଛି ଏହି କାରଣରୁ ହରମନପ୍ରୀତ ତାଙ୍କ ପୁରା ବଳ ଲଗାଇ ପାରିନଥିଲେ ।
ଫଳ ସ୍ବରୂପ ଦ୍ବିତୀୟ ରନ୍ ଉଦ୍ୟମ ବେଳେ ବ୍ୟାଟ କ୍ରିଜରେ ଲଗାଇବାକୁ ହୁଏତ ତାଙ୍କର ଶରୀର ସାଥ୍ ଦେଇନଥିବ ।
ସେ ଯାହା ବି ହେଉ ଏ ରନ୍ ଆଉଟ୍କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ଲେଖା ରହିବ । ଆଉ ହରମନପ୍ରୀତଙ୍କ ନାଁରେ ଯୋଡି ରଖିବ ଐତିହାସିକ ବିଫଳତାକୁ । ଥରେ ଚିନ୍ତାକଲେ ଟିକେ ଚତୁରତା ଦେଖାଇ ହରମନପ୍ରୀତ୍ ଯଦି ସିଙ୍ଗଲ୍ ନେଇଥିଲେ, ହୁଏତ 2023ରେ 19 ବର୍ଷରୁ କମ୍ ମହିଳା ବିଶ୍ବକପ୍ ଚାମ୍ପିଅନ ପରି ଭାରତ ମଧ୍ଯ ହାତେଇପାରିଥାନ୍ତା, ମହିଳା ଟି 20 ବିଶ୍ବକପ ଟ୍ରଫି । ସେ ଯାହା ବି ହେଉ ହରମନପ୍ରୀତଙ୍କ ଓ୍ବିକେଟ୍ ପତନ ପରେ ମହିଳା ଟିମ୍ ଯେପରି ମ୍ୟାଚକୁ କ୍ଲୋଜ୍ ଫିନିସ୍ କଲେ ତାହା କିନ୍ତୁ ସାହସିକତାର କଥା । ପ୍ରଶଂସାର ପାତ୍ର । ଓ୍ବିସ୍ ୟୁ ବେଟର ଲକ୍ ଓ୍ବିମେନ୍ ବ୍ରିଗେଡ୍ ।

ରିପୋର୍ଟ- ଅଶ୍ବିନୀ କୁମାର ସାହୁ
Published by:Soubhagya Mishra
First published: