ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନ ତେନ୍ଦୁଲକରଙ୍କ ବିଶାଳକାୟ ପ୍ରତିମୂର୍ତ୍ତି

ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନ ତେନ୍ଦୁଲକରଙ୍କ ବିଶାଳକାୟ ପ୍ରତିମୂର୍ତ୍ତି: ୫୦ ତମ ଜନ୍ମ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଏମସିଏ ଲକ୍ଷ୍ୟ ।

ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନ ତେନ୍ଦୁଲକରଙ୍କ ବିଶାଳକାୟ ପ୍ରତିମୂର୍ତ୍ତି

ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନ ତେନ୍ଦୁଲକରଙ୍କ ବିଶାଳକାୟ ପ୍ରତିମୂର୍ତ୍ତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ (sachin tendulkar) ବଡ଼ ସମ୍ମାନ ଦେବାକୁ ଯାଉଛି ମୁମ୍ବାଇ କ୍ରିକେଟ ଆସୋସିଏସନ (cricket association)। ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନଙ୍କ ବିଶାଳକାୟ ପ୍ରତିମୂର୍ତ୍ତି (statue) । ନିଜେ ସଚିନ ମୁମ୍ବାଇ କ୍ରିକେଟ ଆସୋସିଏସନର ଅନୁରୋଧ ରକ୍ଷା କରି ୱାଙ୍ଖେଡେରେ ପହଞ୍ଚିବା ସହ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ, ତାହା ଚିହ୍ନଟ କରିଛନ୍ତି । ସମ୍ଭବତଃ ପ୍ରଥମଥର ପାଇଁ କୌଣସି କ୍ରିକେଟରଙ୍କ ଏପରି ବିଶାଳକାୟ ପ୍ରତିମୂର୍ତ୍ତି ଅନାବରଣ ହେବ।

ଚମକିବ ୱାଙ୍ଖଡ଼େ ଷ୍ଟାଡିୟମ




ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ସଚିନ ତାଙ୍କ କ୍ରିକେଟ କ୍ୟାରିୟରର (carrier) ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏଠାରେ ନିଜର ପ୍ରଥମ ଓ ଶେଷ ମ୍ୟାଚ୍‌ ଖେଳିଥିଲେ। ସେହିପରି ୨୦୧୧ରେ ଏହି ଷ୍ଟାଡିୟମରେ ହିଁ ସେ ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ ଟ୍ରଫି (world cup trophy)  ଉଠାଇବାକୁ ସକ୍ଷମ ହୋଇଥିଲେ। ୱାଙ୍ଖେଡେ ସହ ସଚିନଙ୍କ ସମ୍ପର୍କ ବେଶ ପୁରୁଣା । ଆଉ ଏହି ସ୍ମୃତିକୁ ସବୁଦିନ ମନେ ରଖିବା ପାଇଁ ଏମସିଏ ସଚିନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି । ଚଳିତ ବର୍ଷ ଏପ୍ରିଲ ୨୪ରେ ସଚିନ ୫୦ ତମ ଜନ୍ମ ଦିନ ପାଳିବେ । ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଏମସିଏ ଲକ୍ଷ୍ୟ ରଖିଛି । ସଚିନଙ୍କୁ ଏମସିଏ ସଭାପତି ଅମୋଲ କାଲେ ୱାଙ୍ଖେଡେକୁ ନିମନ୍ତ୍ରଣ କରିଥିଲେ । ଏଥିସହ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ରଖାଯିବ, ସେ ବିଷୟରେ ପରାମର୍ଶ ମାଗିଥିଲେ । ସଚିନ ଏମସିଏ ଲନ ବିପରୀତରେ ଥିବା ସ୍ଥାନକୁ ପ୍ରତିମୂର୍ତ୍ତି ପାଇଁ ବାଛିଛନ୍ତି । ସ୍ଥାନ ଚିହ୍ନଟ ହେବା ପରେ ସଚିନ କହିଛନ୍ତି, କମିଟି ମୋତେ ସବୁ କିଛିରେ ଗାଇଡ କରିଥିଲା । ଏମସିଏ ଲନ୍ ବାହାରେ ଷ୍ଟାଚ୍ୟୁ ରହିବ। ଏହାର ବ୍ୟାକ ଗ୍ରାଉଣ୍ଡରେ ଷ୍ଟାଡିୟମ ଅଛି ଓ ସେଠାରେ ସବୁ ପ୍ରକାରର ଆକ୍ସନ ହେବ । ଏହା ଏପରି ଗୋଟିଏ ସ୍ଥାନ ଯେଉଁଠାକୁ ଲୋକମାନେ ଆସି ପାରିବେ ଓ ଫଟୋ ଉଠାଇ ପାରିବେ । ଏଠାକୁ ଆସିବା ପାଇଁ ମଧ୍ୟ କୌଣସି କଟକଣା ନାହିଁ । ସଚିନଙ୍କୁ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୩ଟି ସ୍ଥାନ ଦେଖାଯାଇଥିଲା । ଗୋଟିଏ ବିସିସିଆଇ ମୁଖ୍ୟାଳୟ ବାହାରେ, ଅନ୍ୟଟି ଏମସିଏ ସଂଗ୍ରହାଳୟର ବିଲଡିଂର ଗ୍ରାଉଣ୍ଡ ଫ୍ଲୋର ଓ ଶେଷ ସ୍ଥାନଟି ଥିଲା ଗରୱାରେ ପ୍ୟାଭିଲିୟନ ବାହାରେ ଥିବା ଏମସିଏ ଲନ୍‌ । ସଚିନ ପତ୍ନୀ ଅଞ୍ଜଳୀଙ୍କ ସହ ୩ଟି ଯାକ ସ୍ଥାନ ଦେଖିବା ପରେ ପ୍ରତିମୂର୍ତ୍ତି ପାଇଁ ଏମସିଏ ଲନକୁ ବାଛିଛନ୍ତି।

ଏବେ ଆସନ୍ତୁ ନଜର ପକାଇବା ସଚିନଙ୍କ କ୍ରିକେଟ କ୍ୟାରିଅର ଉପରେ । ୧୯୮୯ରେ ପାକିସ୍ତାନ ବିପକ୍ଷରେ କ୍ରିକେଟ ଜୀବନ ଆରମ୍ଭ କରିଥିବା ସଚିନ ଅନେକ ରେକର୍ଡର ଅଧିକାରୀ । ବିଶ୍ବର ଏକମାତ୍ର ଖେଳାଳି ଭାବେ ୨ଶହଟି ଟେଷ୍ଟ ଖେଳିଛନ୍ତି । ୨ଶହ ଟେଷ୍ଟରୁ ରନ୍ ସଂଗ୍ରହ କରିଛନ୍ତି ୧୫ ହଜାର ୯୨୧ । ଯେଉଁଥିରେ ରହିଛି ୫୧ଟି ଶତକ ଏବଂ ୬୮ଟି ଅର୍ଦ୍ଧଶତକ । ଟେଷ୍ଟରେ ସଚିନଙ୍କ ବ୍ୟାଟିଂ ଆଭରେଜ ରହିଛି ୫୩.୭୮ ପ୍ରତିଶତ । ଟେଷ୍ଟ ଭଳି ଦିନିକିଆରେ ବି ସଚିନଙ୍କ ଅଲୋଡ଼ା ରେକର୍ଡ ରହିଛି । ୪୬୩ ଦିନିକିଆ ଖେଳି ୧୮ ହଜାର ୪୨୬ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ରହିଛି ୪୯ଟି ଶତକ ଏବଂ ୯୬ଟି ଅର୍ଦ୍ଧଶତକ ।

ଏହି ଖବର ପଢ଼ନ୍ତୁ - http://ବିଜୁ ଏକ୍ସପ୍ରେସ ୱେ ରାସ୍ତା ନୁହେଁ ଜୀବନରେଖା: ମୁଖ୍ୟମନ୍ତ୍ରୀ

ଏବେ ଆସନ୍ତୁ ଜାଣିବା ସଚିନଙ୍କ କିଛି ଅଲୋଡ଼ା ରେକର୍ଡ ସଂପର୍କରେ ।

୧- ୨୦ ବର୍ଷ ବୟସ ହେବା ପୂର୍ବରୁ ସଚିନ ୫ଟି ଟେଷ୍ଟରେ ଶତକ ହାସଲ କରିଥିଲେ ।
୨- ଦିନିକିଆ ବିଶ୍ବକପରେ ସଚିନ ସର୍ବାଧିକ ରନ୍ ସ୍କୋରର ।
୩- ଗୋଟିଏ ବିଶ୍ବକପରେ ସର୍ବାଧିକ ରନ୍ ସ୍କୋରର ହେଉଛନ୍ତି ସଚିନ । ୨୦୦୩ ବିଶ୍ବକପରେ ସଚିନ ୬୭୩ ରନ୍ କରିଥିଲେ ।
୪-ଉଭୟ ଦିନିକିଆ ଏବଂ ଟେଷ୍ଟରେ ମିଶି ୧୦୦ଟି ଶତକ ସଚିନଙ୍କ ନାଁରେ ରହିଛି ।
୫- ରଣଜୀ, ଦୁଲୀପ ଏବଂ ଇରାନୀ ଟ୍ରଫିର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାରେ ଏକମାତ୍ର ଖେଳାଳି ।
୬- ସଚିନଙ୍କ ନାଁରେ ସର୍ବାଧିକ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ସିରିଜର ରେକର୍ଡ ।
୭- ସଚିନ ଟେଷ୍ଟରେ ୧୪ ଏବଂ ଦିନିକିଆରେ ୬୨, ଏପରି ମୋଟ ୭୬ଥର ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି ।
୮- ଟେଷ୍ଟରେ ୫ ଏବଂ ଦିନିକିଆରେ ୧୫ଥର ଏପରି ୨୦ଥର ମ୍ୟାନ ଅଫ୍ ଦି ସିରିଜ ହୋଇଛନ୍ତି ।
୯- ୧୯୯୦ ଏପ୍ରିଲ ୨୫ ଏବଂ ୧୯୯୮ ଏପ୍ରିଲ ୨୪ ତାରିଖ ଭିତରେ ସଚିନ ଲଗାତାର ୨୩୯ଟି ମ୍ୟାଚ ଖେଳିଛନ୍ତି ।
୧୦-ସୌରଭ ଗାଙ୍ଗୁଲିଙ୍କ ସହ ମିଶି ସଚିନ ରେକର୍ଡ ୩୮ଟି ଆନ୍ତର୍ଜାତିକ ଶତକୀୟ ଭାଗିଦାରୀ ଇନିଂସ ଖେଳିଛନ୍ତି । ଉଭୟ ଖେଳାଳି ୧୨ ହଜାର ୪ଶହ ରନ୍ ସଂଗ୍ରହ କରିଛନ୍ତି । ସେହିପରି ସଚିନ ଏବଂ ରାହୁଲ ଦ୍ରାବିଡ଼ ଏକାଠି ଦେଶ ପାଇଁ ୨୯ଟି ଶତକୀୟ ପାର୍ଟନରସିପ୍ କରିଛନ୍ତି ।

Report: Radhakanta Das
Published by:Soubhagya Mishra
First published: