ଭୁବନେଶ୍ୱରରେ ୪୮ତମ ଜୁନିୟର ନ୍ୟାସନାଲ ଆକ୍ବାଟିକ ଚାମ୍ପିୟାନସିପ ୨୦୨୨ ଆରମ୍ଭ

ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଅନୁଷ୍ଠିତ ନ୍ୟାସନାଲ ଆକ୍ବାଟିକ ଚାମ୍ପିୟାନସିପ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି I ପ୍ରଥମ ଥର ପାଇଁ ଏଭଳି ଏକ ଜାତୀୟସ୍ତରର ସନ୍ତରଣ ପ୍ରତିଯୋଗିତା ଆୟୋଜନ କରିବାକୁ ଓଡ଼ିଶାକୁ ସୁଯୋଗ ମିଳିଛି।

୪୮ତମ ଜୁନିୟର ନ୍ୟାସନାଲ ଆକ୍ବାଟିକ ଚାମ୍ପିୟାନସିପ ୨୦୨୨ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)

୪୮ତମ ଜୁନିୟର ନ୍ୟାସନାଲ ଆକ୍ବାଟିକ ଚାମ୍ପିୟାନସିପ ୨୦୨୨ ଆରମ୍ଭ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର:  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟିତ ହେଲା ୪୮ ତମ ଜୁନିୟର ନେସନାଲ ଆକ୍ବାଟିକ ଚାମ୍ପିୟାନସିପ ୨୦୨୨। ଆନୁଷ୍ଠାନିକ ଭାବେ ଏହି ଚାମ୍ପିୟନସିପକୁ ଉଦଘାଟନ କରିଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା। ୧୬ ତାରିଖରୁ ଠାରୁ ଆରମ୍ଭ ହୋଇଥିବା ଏହି ଚାମ୍ପିୟନସିପ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ରାଜ୍ୟ ସ୍ୱଇମିଙ୍ଗ ଆସୋସିଏସନର ମିଳିତ ଉଦ୍ୟମରେ ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ୫ ଦିନିଆ ପ୍ରତିଯୋଗିତା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି I ପ୍ରତିଯୋଗିତାରେ ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି I ସ୍ୱଇମିଙ୍ଗରେ ୨୫୪ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୫୨୮ ଜଣ ପ୍ରତିଯୋଗୀ ରହିଥିବା ବେଳେ ଟର୍ ପୋଲୋରେ ୧୦୫ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୩୨୫ ଜଣ ପ୍ରତିଯୋଗୀ ରହିଛନ୍ତି I

ପ୍ରତିଯୋଗିତା ନିମନ୍ତେ ୭୫ ଜଣ ଟେକ୍ନିକାଲ ଅଧିକାରୀ ଏବଂ ୫୦ ଜଣ ସହାୟକ କର୍ମଚାରୀ ରହିଛନ୍ତି I ତେବେ ଏହି ପ୍ରତିଯୋଗିତାରେ ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ  ୨୦ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି I ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା ଅନୁସାରେ ପ୍ରଥମ ଥର ପାଇଁ ଏଭଳି ଏକ ଜାତୀୟସ୍ତରର ସନ୍ତରଣ ପ୍ରତିଯୋଗିତା ଆୟୋଜନ କରିବାକୁ ଓଡ଼ିଶାକୁ ସୁଯୋଗ ମିଳିଛି। ଏହା ରାଜ୍ୟରେ ସନ୍ତରଣ କ୍ରୀଡାର ବିକାଶ ଦିଗରେ ସହଯୋଗ କରିବ ।

କ୍ରୀଡ଼ମନ୍ତ୍ରୀ କହିଛନ୍ତି ଯେ, ଧିରେ ଧିରେ ଓଡ଼ିଶା ସାରା ଦେଶରେ କ୍ରୀଡ଼ା ହବ ପାଲଟିଛି। ସବୁପ୍ରକାର କ୍ରୀଡ଼ା ପାଇଁ ଏଠି ଭରପୁର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ନିର୍ମଣାଧୀନ ଥିବା ଅତ୍ୟାଧୁନିକ ସନ୍ତରଣ ଆସନ୍ତା କିଛିମାସ ଭିତରେ ସମ୍ପୂର୍ଣ୍ଣ ହେବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଉଦ୍ୟମ କାରଣରୁ ରାଜ୍ୟରେ ହକି ସହିତ ସନ୍ତରଣର ବିକାଶ ହୋଇପାରିଛି।

ଏହି କାର୍ଯ୍ୟକ୍ରମରେ ଆର ଏନ ଜୟପ୍ରକାଶ, ସଭାପତି, ଏସ ଏଫ ଆଇ ଯୋଗଦେଇ ଏଭଳି ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଥମ ଦିନର ପ୍ରତିଯୋଗିତାରେ ଉଭୟ ପୁରୁଷ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ ଓ ଆନ୍ଧ୍ର ପ୍ରଦେଶ ପ୍ରତିଯୋଗୀମାନେ ନିଜର ଦବଦବା ଜାରି ରଖିଥିଲେ।
Published by:Soumya Das
First published: