IND vs SA: ଟିମ୍ ଇଣ୍ଡିଆ ଭେଙ୍କଟେଶ୍‌ ଆୟର୍‌ଙ୍କୁ ଉପଯୋଗ କରିପାରିଲାନି; ହାରିବାର ୫ଟି ବଡ଼ କାରଣ

India vs South Africa 1st ODI | 5 reasons behind Team India defeat to South Africa | ODI ସିରିଜରେ ବି ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିପାରିଲା ନାହିଁ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୧ ରନରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ସ୍ଥାନ ହାସଲ କରିଛି ।

India vs South Africa 1st ODI: ଟିମ୍ ଇଣ୍ଡିଆକୁ ପ୍ରଥମ ODIରେ ପରାଜୟ ମିଳିଛି । (ଫଟୋ: ଏ.ଏଫ୍.ପି.)

India vs South Africa 1st ODI: ଟିମ୍ ଇଣ୍ଡିଆକୁ ପ୍ରଥମ ODIରେ ପରାଜୟ ମିଳିଛି । (ଫଟୋ: ଏ.ଏଫ୍.ପି.)

  • Share this:
News18 Odia Digital

ପର୍ଲ୍: ଟିମ୍ ଇଣ୍ଡିଆ (Team India) ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ସୁନ୍ଦର ଆରମ୍ଭ କରିଥିଲା । ଦଳ ପ୍ରଥମ ଟେଷ୍ଟରେ ଜିତିଥିଲା । କିନ୍ତୁ ଶେଷ ଦୁଇଟି ଟେଷ୍ଟରେ ପରାସ୍ତ ହୋଇଗଲା । ତା’ ପରେ ଟିମ୍‌ ଇଣ୍ଡିଆ ODI ସିରିଜରେ ଭଲ ଆରମ୍ଭ କରିପାରିଲା ନାହିଁ (India vs South Africa) । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହା ସହିତ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ସ୍ଥାନ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଚାରି ୱିକେଟରେ ୨୯୬ ରନ୍‌ ସ୍କୋର୍‌ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ମାତ୍ର ଆଠ ୱିକେଟରେ ୨୬୫ ରନ୍ ହିଁ ସ୍କୋର କରିପାରିଲା । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୧ରେ ଖେଳାଯିବ । ତେବେ ଭାରତର ଏହି ବଡ଼ ପରାଜୟ ପଛରେ ଥିବା ପାଞ୍ଚଟି ବଡ଼ କାରଣ ଏମିତି ରହିଛି ।

ଏହା ବି ପଢ଼ନ୍ତୁ | କି ହେବ ଶୁଆ ପୋଷିଲେ? ମାଲିକାଣୀଠୁ ପୁଣି ଦୂରେଇଗଲା କଟକର ପୋଷା ଶୁଆ କୋକୋ; ବନ ବିଭାଗ ନେଇଗଲା

ପ୍ରଥମ କାରଣ: ଟିମ୍‌ ଇଣ୍ଡିଆ ପ୍ଲେଇଂ-୧୧ରେ ଅଲରାଉଣ୍ଡର୍‌ ଭେଙ୍କଟେଶ ଆୟରଙ୍କୁ (Venkatesh Iyer) ଏକ ସୁଯୋଗ ଦେଇଥିଲା । କିନ୍ତୁ ଏହି ଯୁବ ଦ୍ରୁତ ବୋଲରଙ୍କ ଦ୍ୱାରା ଗୋଟିଏ ଓଭର୍‌ ବି ବୋଲିଂ କରାଗଲା ନାହିଁ । ଏହା ପୂର୍ବରୁ ବିଜୟ ହଜାରେ ODI ଟୁର୍ଣ୍ଣାମେଣ୍ଟର ଛଅଟି ମ୍ୟାଚରେ ସେ ନଅ ୱିକେଟ୍ ନେଇଥିଲେ । ତେଣୁ ଏମିତି କରିବା ଅଧିନାୟକ କେ.ଏଲ୍. ରାହୁଲଙ୍କର (KL Rahul) ଏକ ବଡ ଭୁଲ ବୋଲି ପ୍ରମାଣିତ ହୋଇଛି । ପାଞ୍ଚ ଜଣ ବୋଲରଙ୍କ ମଧ୍ୟରୁ ତିନି ଜଣ କୌଣସି ୱିକେଟ୍ ନେଇପାରି ନ ଥିଲେ ।

ଏହା ବି ପଢ଼ନ୍ତୁ | ରାଉରକେଲା ବିଶ୍ୱର ୧୫ଟି ସହର ମଧ୍ୟରେ ଭାରତରୁ ଏକ ମାତ୍ର ସହର; ପାଇବ ନିୟୁତ ଆମେରିକୀୟ ଡଲାର୍

ଦ୍ୱିତୀୟ କାରଣ: ଦକ୍ଷିଣ ଆଫ୍ରିକା ୧୮ ଓଭର ମଧ୍ୟରେ ନିଜର ପ୍ରଥମ ତିନିଟି ୱିକେଟ୍ ହରାଇଥିଲା । ହେଲେ ଏହା ସତ୍ତ୍ୱେ ଭାରତୀୟ ବୋଲରମାନେ ନିଜ ଗତି ବଜାୟ ରଖିପାରି ନ ଥିଲେ । ୱିକେଟ୍‌ ନେବାରେ ପରବର୍ତ୍ତୀ ସଫଳତା ପାଇଁ ସେମାନଙ୍କୁ ୩୦ ଓଭର୍‌ ଅପେକ୍ଷା କରିବାକୁ ପଡିଥିଲା । ଏହି ସମୟରେ ତେମ୍ବା ବାଭୁମା ଓ ରାସି ଭେନ୍ ଡେର୍ ଡୁସେନ୍ ଶତକ ହାସଲ କରି ଦଳର ସ୍କୋରକୁ ୨୭୦କୁ ନେଇଯାଇଥିଲେ ।

ଏହା ବି ପଢ଼ନ୍ତୁ | ବଢ଼ିଲା ଓଡ଼ିଶାରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା; ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଲା

ତୃତୀୟ କାରଣ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ଭୁବନେଶ୍ୱର କୁମାରଙ୍କଠାରୁ (Bhuvneshwar Kumar) ଓପନିଂ ଓଭରରେ ୱିକେଟ୍ ମିଳିବାର ଆଶା ରହେ । କିନ୍ତୁ ସେ ଗୋଟିଏ ବି ୱିକେଟ୍ ନେଇପାରି ନ ଥିଲେ । ଏଥି ସହିତ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇପାରି ନ ଥିଲେ । ଶାର୍ଦ୍ଦୁଲ ଠାକୁର ବହୁତ ମହଙ୍ଗା ପଡ଼ିଥିଲେ ଓ ୱିକେଟ୍ ମଧ୍ୟ ନେଇପାରି ନ ଥିଲେ । ତେବେ ଶାର୍ଦ୍ଦୁଲ ବ୍ୟାଟିଂ କରି କିଛି ରନ୍ ସ୍କୋର୍‌ କରିଥିଲେ ।

ଏହା ବି ପଢ଼ନ୍ତୁ | ‘‘୨୦୨୪ରେ ମୋଦି ନବୀନ ଆଉ ସରକାରକୁ ଫେରିବେ ନାହିଁ,’’ କହିଲେ କଂଗ୍ରେସ ନେତା ଅନିଲ ଶର୍ମା

ଚତୁର୍ଥ କାରଣ: ଏକ ସମୟରେ ଗୋଟିଏ ୱିକେଟ୍‌ ହରାଇ ଭାରତର ସ୍କୋର୍‌ ୧୩୮ ରନ୍ ଥିଲା । କିନ୍ତୁ ବିରାଟ କୋହଲି (Virat Kohli) ଓ ଶିଖର ଧାୱନଙ୍କ (Shikhar Dhawan) ଅର୍ଦ୍ଧ-ଶତାବ୍ଦୀ ପରେ କୌଣସି ବ୍ୟାଟ୍ସମ୍ୟାନ୍‌ ଭଲ ଖେଳିପାରି ନ ଥିଲେ । ପରବର୍ତ୍ତୀ ୫୦ ରନ୍‌ କରିବାକୁ ଯାଇ ଟିମ୍‌ ଇଣ୍ଡିଆ ପାଞ୍ଚ ୱିକେଟ୍ ହରାଇଥିଲା ।

ଏହା ବି ପଢ଼ନ୍ତୁ | ବଲାଙ୍ଗିରରେ ଥାନା ବାବୁଙ୍କୁ ମହଙ୍ଗା ପଡ଼ିଲା ନୂଆ ବର୍ଷ ଭୋଜି; ଗାଁ ଲୋକର ଛେଳି କାଟି ଖାଇଥିଲେ

ପଞ୍ଚମ କାରଣ: ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲରମାନେ ଚମତ୍କାର ପ୍ରଦର୍ଶନ କଲେ ଓ ଚାରିଟି ୱିକେଟ୍ ନେଇଗଲେ । ବାମହାତୀ ସ୍ପିନର୍‌ ତବରେଜ୍‌ ଶମ୍ସି ଦୁଇଟି ୱିକେଟ୍ ନେଲେ । ଏହା ବ୍ୟତୀତ ଏହି ତିନି ଜଣ ସ୍ପିନର୍‌ ଭାରତୀୟଙ୍କ ତୁଳନାରେ କଞ୍ଜୁସ୍‌ ବି ପ୍ରମାଣିତ ହେଲେ, ଅର୍ଥାତ ସେମାନେ ଖୁବ୍‌ କମ୍‌ ରନ୍‌ ଦେଇଥିଲେ । ଶମ୍ସୀ ବିରାଟ କୋହଲି ଓ କେଶବ ମହାରାଜ ଧାୱନଙ୍କ ବଡ଼ ୱିକେଟ୍ ନେଇଥିଲେ । ଆଡେନ ମାର୍କ୍ରରମ୍‌ କେ.ଏଲ୍. ରାହୁଲଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ ।
Published by:Anand S.T. Das
First published: