ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ୫ ବଡ଼ ଦୋଷୀ ଓ ୫ ବଡ଼ କାରଣ

IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ୫ ବଡ଼ ଦୋଷୀ ଓ ୫ ବଡ଼ କାରଣ

5 big reasons behind India defeat in IND vs PAK in T20 World Cup | ଦିନିକିଆ ଓ ଟି-୨୦ ବିଶ୍ୱ କପର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତୀୟ ଦଳକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପ୍ରଥମେ ଖେଳି ୭ ୱିକେଟରେ ୧୫୧ ରନ୍ କରିଥିଲା । ପାକିସ୍ତାନ ୱିକେଟ୍ ନ ହରାଇ ୧୭.୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

IND vs PAK, T20 World Cup: ଭାରତର ହାରିବା ପଛରେ ଥିଲେ ଏହି ୫ ବଡ଼ ଦୋଷୀ ଓ ୫ ବଡ଼ କାରଣ
ଏହି ପରାଜୟ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଦୁଃଖଦ ଥିଲା । (ଫଟୋ: ଏ.ଏଫ୍.ପି.)
  • News18 Odia
  • Last Updated: October 24, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁବାଇ: ଟି-୨୦ ବିଶ୍ୱ କପ୍‌ ୨୦୨୧ରେ (T20 World Cup 2021) ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଛି । ଦିନିକିଆ ଓ ଟି-୨୦ ବିଶ୍ୱ କପର ୨୯ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତୀୟ ଦଳକୁ ପରାସ୍ତ କରିଛି । ମ୍ୟାଚ୍‌ରେ (India vs Pakistan) ଟିମ୍ ଇଣ୍ଡିଆ ପ୍ରଥମେ ଖେଳି ୭ ୱିକେଟରେ ୧୫୧ ରନ୍ କରିଥିଲା । ଏହାର ଜବାବରେ ପାକିସ୍ତାନ ବିନା ୱିକେଟ୍ ହରାଇ ୧୭.୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

ପାକିସ୍ତାନର କ୍ୟାପଟେନ ବାବର ଆଜମ (Babar Azam) ଅପରାଜିତ ୬୮ ଓ ମହମ୍ମଦ ରିଜୱାନ (Mohammad Rizwan) ଅପରାଜିତ ୭୮ ରନ୍‌ ସ୍କୋର କରିଥିଲେ। ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଭଲ ଆରମ୍ଭ କରିପାରିଲ୍ ନାହିଁ । ଭାରତର ପରାଜୟର ମୁଖ୍ୟ ଦୋଷୀମାନଙ୍କ ମଧ୍ୟରେ ଥିଲେ ଏହି ପାଞ୍ଚ ଜଣ ଖେଳାଳି – ରୋହିତ ଶର୍ମା, କେ.ଏଲ୍. ରାହୁଲ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର ଓ ସୂର୍ଯ୍ୟକୁମାର ଯାଦବ।

ଏହା ବି ପଢ଼ନ୍ତୁ | T20 World Cup: କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉପରେ ଚିଡ଼ିଗଲେ ବିରାଟ କୌହଲି; କହିଲେ ‘‘ମସଲା ଦେବିନି’’

ଟିମ୍‌ ଇଣ୍ଡିଆର (Team India) ପରାଜୟର ପାଞ୍ଚଟି କାରଣ ଏମିତି ଥିଲା:

ପ୍ରଥମ କାରଣ: ଦୁବାଇ ପିଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଇ.ପି.ଏଲ୍. ୨୦୨୦ ଓ ଆଇ.ପି.ଏଲ୍. ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚଗୁଡ଼ିକରେ ୭୭ ପ୍ରତିଶତ ମ୍ୟାଚ୍ ସେହି ଟିମ୍‌ ଜିତିଥିଲା ଯିଏ ଲକ୍ଷକୁ ପିଛା କରୁଥିଲା, ଅର୍ଥାତ ପରେ ବ୍ୟାଟିଂ କରିଥିଲା । ଟସ୍ ହାରିବା ପରେ ବିରାଟ କୋହଲି କହିଥିଲେ ଯେ ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରୁ ବୋଲି ସେ ଚାହୁଁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରିୟଙ୍କା ଗାନ୍ଧି କହିଲେ, ‘‘ମୋ’ ଭାଇ କହିଛନ୍ତି ମୁଁ ମୋଟି ହୋଇଯାଉଛି, କମ୍ ଖାଇବା ଦରକାର’’

ଦ୍ୱିତୀୟ କାରଣ: ଭାରତର ଓପନରମାନେ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇ ପାରି ନ ଥିଲେ । ୧୩ଟି ବଲରେ ଦଳର ସ୍କୋର୍‌ ୬ ରନ୍ ହୋଇଥିବା ବେଳେ ଉଭୟ ଓପନରଙ୍କ ୱିକେଟ୍ ଯାଇ ସାରିଥିଲା । କେ.ଏଲ୍‌. ରାହୁଲ ମାତ୍ର ୩ ରନ୍ କରି ଆଉଟ୍‌ ହୋଇଥିବା ବେଳେ ରୋହିତ ଶର୍ମା ଖାତା ବି ଖୋଲିପାରି ନ ଥିଲେ । ସୂର୍ଯ୍ୟକୁମାର ଯାଦବ ବି ମାତ୍ର ୧୧ ରନ୍ କରିପାରିଥିଲେ । ଏହି କାରଣରୁ ଦଳ ବଡ଼ ସ୍କୋର୍‌ କରିପାରି ନ ଥିଲା ଓ ପରେ ବୋଲରମାନେ ଚାପରେ ରହିଥିଲେ ।

ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗା

ତୃତୀୟ କାରଣ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲରମାନେ ନୂଆ ବଲରେ ଗୋଟେ ବି ୱିକେଟ୍ ନେଇପାରି ନ ଥିଲେ । ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ ପ୍ରଥମ ଛଅ ଓଭରରେ ୱିକେଟ୍ ନ ହରାଇ ୪୩ ରନ୍ ସଂଗ୍ରହ କରିଥିଲେ । ବାବର ଆଜମ ଓ ମହମ୍ମଦ ରିଜୱାନ୍ ପ୍ରଥମ ୱିକେଟ୍ ପାଇଁ ଅପରାଜିତ ୧୫୨ ରନ୍ କରି ଦଳକୁ ବିଜୟୀ କରି ଦେଇଥିଲେ।

ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା

ଚତୁର୍ଥ କାରଣ: ଆଇ.ପି.ଏଲ୍‌.ରେ ଲେଗ୍‌-ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ କରି ୧୮ଟି ୱିକେଟ୍ ନେଇଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ଏହି ମ୍ୟାଚରେ ବାମହାତୀ ସ୍ପିନ୍ ବୋଲର୍‌ ରବିନ୍ଦ୍ର ଜାଡେଜା ଓ ବରୁଣ ବିଶେଷ କିଛି କରିପାରି ନ ଥିଲେ । ଟିମ୍ ଇଣ୍ଡିଆ ପାଖରେ ଷଷ୍ଠ ବୋଲରର ଅଭାବ ବି ଦେଖାଦେଇଥିଲା । ପ୍ରଥମ ଦୁଇ ଓଭରରେ ଶାମି ୧୯ ରନ୍ ଦେଇଥିଲେ ଓ ଭୁବନେଶ୍ୱର ପ୍ରଥମ ଦୁଇଟି ଓଭରରେ ୧୮ ରନ୍ ଦେଇଥିଲେ । ଏଭଳି ପରିସ୍ଥିତିରେ ଷଷ୍ଠ ବୋଲରଙ୍କ ଅଭାବ ଦେଖାଦେଇଥିଲା।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍

ପଞ୍ଚମ କାରଣ: ପାକିସ୍ତାନକୁ ଶେଷ ଆଠ ଓଭରରେ ୬୭ ରନ୍ ସ୍କୋର୍‌ କରିବାର ଥିଲା । ରନ୍ ହାର ୮ରୁ ଅଧିକ ଥିଲା । ଏହା ସତ୍ତ୍ୱେ ବି ଭାରତର ବୋଲରମାନେ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନଙ୍କ ଉପରେ ଚାପ ପକାଇ ପାରି ନ ଥିଲେ। ୧୩ତମ ଓଭରରେ ବରୁଣ ଚକ୍ରବର୍ତ୍ତୀ ୧୬ ରନ୍ ଦେଇଥିଲେ । ସେହି ଓଭରରେ ବାବର୍‌ ଓ ରିଜୱାନ ଗୋଟିଏ ଲେଖାଏଁ ଛକ୍କା ମାରିଥିଲେ ।
Published by: Anand S.T. Das
First published: October 24, 2021, 11:59 PM IST