News 18 Odia Digital
IND vs WI T20: ଦ୍ବିତୀୟ ଟି-୨୦କୁ ୱେଷ୍ଟଇଣ୍ଡିଜ୍ ୫ ୱିକେଟ୍ରେ ଜିତି ନେଇଛି। ୱେଷ୍ଟଇଣ୍ଡିଜ୍ ର ଓବେଦ୍ ମ୍ୟାକୟଙ୍କ ଘାତକ ବୋଲିଂ ଯୋଗୁ ଧରାଶାୟୀ ହୋଇ ବ୍ୟାଟିଂ କରିପାରିନଥିଲେ କୌଣସି ଭାରତୀୟ ଖେଳାଳି ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୮ ରନ କରିବାରେ ସକ୍ଷମ ହୋଇଥିଲେ । ତା’ ସହ ୫ଟିକିଆ ସିରିଜକୁ ୧-୧ ବରାବର କରି ନେଇଛି ୱେଷ୍ଟଇଣ୍ଡିଜ୍ । ଇଣ୍ଡିଜ୍ ୧୯.୨ ଓଭରରେ ୫ ୱିକେଟ୍ ବିନିମୟରେ ୧୪୧ ରନ୍ କରି ବିଜୟ ହାସଲ କରିଥିଲା। କମ ରନ୍ ସତ୍ତ୍ବେ ଭାରତୀୟ ବୋଲର ମ୍ୟାଚ୍କୁ ଶେଷ ଓଭର ପର୍ଯ୍ୟନ୍ତ ନେଇ ଯାଇଥିଲେ। ଏପରିକି ୨୦ତମ ଓଭରରେ ଇଣ୍ଡିଜ୍କୁ ବିଜୟ ପାଇଁ ୧୦ ରନ୍ର ଦରକାର ଥିଲା। ହେଲେ ଅଭେଶ ଖାନ୍ ନିଜ ପ୍ରଥମ ବଲ୍କୁ ନୋ’ ବଲ୍ ପକାଇବା ପରେ ଡେଭନ୍ ଥୋମାସ ଫ୍ରି ହିଟ୍ରୁ ଛକା ମାରି ପରେ ଅଭେଶଙ୍କ ଦ୍ବିତୀୟ ବଲ୍କୁ ଚୌକା ମାରି ଇଣ୍ଡିଜ୍କୁ ବିଜୟର ସ୍ଵାଦ ଚଖାଇଥିଲେ । ଏହା ପୂର୍ବରୁ ଓପନର ବ୍ରାଣ୍ଡନ୍ କିଙ୍ଗ୍ ୫୨ ବଲ୍ରୁ ୬୮ ରନ୍ କରି ଇଣ୍ଡିଜ୍କୁ ବିଜୟ ଆଶା ଦେଇଥିଲେ। ୧୭ ରନ୍ ବିନିମୟରେ ୬ ୱିକେଟ୍ ନେଇଥିବା ଓବେଦ ମ୍ୟାକୟ ମ୍ୟାଚ୍ର ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।
ଓବେଦ୍ ମ୍ୟାକୟଙ୍କ ଚମତ୍କାର ବୋଲିଂ କାରଣରୁ ଭାରତ ଭଲ ସ୍କୋର୍ ଦେଇ ପାରିନଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ପାଇ ଭାରତ ପ୍ରଥମ ବଲ୍ରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର ମଧ୍ୟ ବିଫଳ ହୋଇଥିଲେ। ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିବା ଭାରତ କିନ୍ତୁ ପାୱାର ପ୍ଲେ ୬ ଓଭରରେ ୩ ୱିକେଟ୍ ହରାଇ ୫୬ ରନ୍ ସଂଗ୍ରହ କରିନେଇଥିଲା। ମଧ୍ୟକ୍ରମରେ ଋଷଭ ପନ୍ତ୍ (୧୨ ବଲ୍ରୁ ୨୪ ରନ୍), ହାର୍ଦିକ ପାଣ୍ଡ୍ୟା (୩୧ ବଲରୁ ୩୧ ରନ୍), ରବୀନ୍ଦ୍ର ଜାଦେଜା (୩୦ ବଲରୁ ୨୭ ରନ୍) ସାମୟିକ ଲଢ଼ିଥିଲେ ମଧ୍ୟ ଲମ୍ବା ଇଂନିସ୍ ଖେଳି ପାରିନଥିଲେ। ମ୍ୟାକୟ ନିଜ ପ୍ରଥମ ବଲ୍ରେ ରୋହିତ ଶର୍ମାଙ୍କୁ ଓ ଶେଷ ବଲରେ ଭୁବନେଶ୍ବର କୁମାରଙ୍କୁ ଆଉଟ୍ କରି ପ୍ରଥମ ଥର ୬ ୱିକେଟ୍ ତଥା ଖେଳ ଜୀବନର ଶ୍ରେଷ୍ଠ (୬/୧୭) ହାସଲ କରିଛନ୍ତି। ଜାସନ୍ ହୋଲ୍ଡର ୨, ଅକିଲ ହୁସେନ୍,ଅଲଜାରି ଯୋସେଫ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇ ଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।