ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ତିନି ବୋଝିଆ ଆହତ ଓ ଦୁଇ ଗୁରୁତର
- News18 Odia
- Last Updated :
- Puri, India
News18 Odia Digital
ପୁରୀ: ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ । ସକାଳ ଧୂପ ଭୋଗ ମଣ୍ଡପ ଭୋଗ ତୋଳୁଥିବା ବେଳେ ଗରମ ଡାଲି ପଡି ତିନି ବୋଝିଆ ଆହତ ଓ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ତଳଜଙ୍ଘର ପପି ପ୍ରଧାନ ଓ ବ୍ରହ୍ମଗିରିର ପ୍ରଦୀପ ସାହୁ । ବୋଝ ବୋହିବା ବେଳେ ଗରମ ଡାଲି ପଡି ତିନି ବୋଝିଆ ଆହତ ଓ ଦୁଇ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ବୋଝିଆ ହେଉଛନ୍ତି ତଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ ।
ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକ ମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା । ଉଭୟ ତଳେ ପଡି ଯାଇଥିବା ବେଳେ ସେମାନଙ୍କ ଶରୀରରେ ଗରମ ଡାଲି ପଡିଯାଇଥିଲା ।
ପଢନ୍ତୁ ଏହି ଖବର:
Electricity Bill: ୨୫୦ ଟଙ୍କା ଖର୍ଚ୍ଚ କଲେ ଅଧା ଆସିବ ବିଦ୍ୟୁତ୍ ବିଲ୍ ? ଜାଣନ୍ତୁ ସତ୍ୟତା...ପଢନ୍ତୁ ଏହି ଖବର;
2000 Notes: ଫସେଇ ଦେଲା ୨୦୦୦ ଟଙ୍କିଆ ବଣ୍ଡଲ...୨ ନକ୍ସଲ ଗିରଫହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେପଟେ ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଉ ଉଦବେଗ ପ୍ରକାଶ କରିଛି ବୋଝ ବାହାକ ସଂଘ। ତୁରନ୍ତ ବୋଝ ବାହାକ ସଂଘ ପାଇଁ ଇନସ୍ୟୁରାନ୍ସର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀମନ୍ଦିର ସକଟ ବାହାକ ସଂଘର ସଭାପତି ରୋହିତ ଦାସ ଦାବି କରିଛନ୍ତି ।
ପଢନ୍ତୁ ଏହି ଖବର:
Best Time To Sleep: ରାତିରେ ଶୋଇବା ଓ ସକାଳେ ଉଠିବା ପାଇଁ ଉପଯୁକ୍ତ ସମୟ କ’ଣ ? କ’ଣ କୁହନ୍ତି ବିଶେଷଜ୍ଞ ?Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।