ଭୋକିଲା ଲୋକଙ୍କ ପାଇଁ ମାଗଣା ଖାଦ୍ୟ: ଭୁବନେଶ୍ବରରେ ଆରମ୍ଭ ହେଲା ଜୋମାଟୋର ‘ହ୍ୟାପି ଫ୍ରିଜ୍’ ଯୋଜନା

ଭୁବନେଶ୍ବର ଆଞ୍ଚଳିକ ପରିବହନ ପରିସରରେ ଭୋକିଲା ଲୋକଙ୍କ ପାଇଁ ରଖାଯାଇଛି ସ୍ବତନ୍ତ୍ର ଫ୍ରିଜ୍, ଯେଉଁଥିରେ ରଖାଯାଇଛି ବିଭିନ୍ନ ପ୍ରକାର ଖାଦ୍ୟ, ଯାହା ବିଭିନ୍ନ ଘର ବା ଭୋଜିର ବଳକା ଖାଦ୍ୟରୁ ସଂଗୃହିତ ।

ଭୋକିଲା ଲୋକଙ୍କ ପାଇଁ ମାଗଣା ଖାଦ୍ୟ: ଭୁବନେଶ୍ବରରେ ଆରମ୍ଭ ହେଲା ଜୋମାଟୋର ‘ହ୍ୟାପି ଫ୍ରିଜ୍’ ଯୋଜନା
ଭୁବନେଶ୍ବର ଆଞ୍ଚଳିକ ପରିବହନ ପରିସରରେ ଭୋକିଲା ଲୋକଙ୍କ ପାଇଁ ରଖାଯାଇଛି ସ୍ବତନ୍ତ୍ର ଫ୍ରିଜ୍, ଯେଉଁଥିରେ ରଖାଯାଇଛି ବିଭିନ୍ନ ପ୍ରକାର ଖାଦ୍ୟ, ଯାହା ବିଭିନ୍ନ ଘର ବା ଭୋଜିର ବଳକା ଖାଦ୍ୟରୁ ସଂଗୃହିତ ।
  • News18 Odia
  • Last Updated: December 7, 2019, 6:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଜଧାନୀରେ ଭୋକିଲା ଲୋକଙ୍କୁ ହ୍ୟାପି କରିବ ‘ହ୍ୟାପି ଫ୍ରିଜ୍‌’ । ଏଇ ଫ୍ରିଜରେ ରଖାଯାଇଥିବା ବଳକା ଖାଦ୍ୟ ବା ସ୍ବେଚ୍ଛାରେ ଲୋକେ ପ୍ରଦାନ କରିଥିବା ଖାଦ୍ୟକୁ ମାଗଣାରେ ଖାଇପାରିବ ଯେ କେହି ଭୋକିଲା ବ୍ୟକ୍ତି । ଏଥି ପାଇଁ ହୋଇଛି ‘ହ୍ୟାପି ଫ୍ରିଜ’ର ବ୍ୟବସ୍ଥା, ଯାହା ଶନିବାର ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ରେ ଶୁଭାରମ୍ଭ ହୋଇଛି ।

ଘରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନୀ ଜୋମାଟୋର ସଂସ୍ଥା ଫିଡିଂ ଇଣ୍ଡିଆର ମିଳିତ ସହଯୋଗରେ ଆରମ୍ଭ ହୋଇଛି  ଏହି ‘ହ୍ୟାପି ଫ୍ରିଜ୍‌’ ବ୍ୟବସ୍ଥା । ଏଥି ପାଇଁ ଭୁବନେଶ୍ବର ଆଞ୍ଚଳିକ ପରିବହନ ପରିସରରେ ରଖାଯାଇଛି ସ୍ବତନ୍ତ୍ର ଫ୍ରିଜ୍, ଯେଉଁଥିରେ ରଖାଯାଇଛି ବିଭିନ୍ନ ପ୍ରକାର ଖାଦ୍ୟ । ସରକାରୀ ସୂତ୍ରରୁ ଆସୁଥିବା ଖାଦ୍ୟ ନୁହେଁ, ବରଂ ଏଠି ଥିବା ଖାଦ୍ୟ ହେଉଛି ବିଭିନ୍ନ ଘର ବା ଭୋଜିର ବଳକା ଖାଦ୍ୟ ।

ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରାଙ୍କ କହିବା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ଓ ଫିଡିଂ ଇଣ୍ଡିଆର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ଲୋକଙ୍କଠାରୁ ସଂଗୃହୀତ ବଳକା ଖାଦ୍ୟ ତଥା ସ୍ବେଚ୍ଛାକୃତଭାବେ ମିଳିଥିବା ଖାଦ୍ୟକୁ ଏଥିରେ ରଖାଯାଉଛି । ଫ୍ରିଜରେ ସମସ୍ତ ଖାଦ୍ୟ ରଖାଯିବା ସହିତ ଏହାକୁ ସିସିଟିଭି ନଜରରେ ମଧ୍ୟ ରଖାଯାଇଛି ।

ଫିଡିଂ ଇଣ୍ଡିଆର ରାଜ୍ୟ ଅଧିକାରୀ ଜେ ପି ଦାସଙ୍କ କହିବା ଅନୁସାରେ ଭୋକିଲା ଲୋକଙ୍କ ମୁହଁରେ ହସ ଫୁଟାଇବା ଓ କୁପୋଷଣ ଦୂର କରିବା ଏହା ଉଦ୍ୟମର ଲକ୍ଷ୍ୟ । ପର୍ଯ୍ୟାୟକ୍ରମେ ରାଜଧାନୀର ଏକାଧିକ ସ୍ଥାନରେ ଏଭଳି ବ୍ୟବସ୍ଥା ହେବାକୁ ରଖାଯାଇଛି ଯୋଜନା ।

ଅଧିକ ବଳକା ଖାଦ୍ୟ ସଂଗ୍ରହ ପାଇଁ ମଧ୍ୟ ଦୁଇଟି ଫୋନ ନମ୍ବର – ୯୪୩୯୫୨୬୪୯୪ ଓ ୯୪୩୭୮୦୫୭୭୬ – ମଧ୍ୟ ଜାରି କରାଯାଇଛି । ରାଜଧାନୀର ଗରିବ ଓ ଭୋକିଲା ଲୋକେ କହିଛନ୍ତି ଯେ ଏହା ଯଥାର୍ଥରେ ଏକ ସାଧୁ ଉଦ୍ୟମ ।
First published: December 7, 2019, 6:31 PM IST
corona virus btn
corona virus btn
Loading