ପୁରୀ ଫେରିଲେ ଏସିଆନ ଚାମ୍ପିୟନସିପ୍‌ ଖେଳିଥିବା ଜମାଟୋ ବୟ ମନୋଜ ପ୍ରଧାନ

ଭାରତୀୟ ପୁରୁଷ ସଫ୍ଟବଲ ଦଳରେ ଓଡିଶାରୁ ଏକ ମାତ୍ର ସଫ୍ଟବଲ ଖେଳାଳି ଭାବେ ପୁରୀର ମନୋଜ ପ୍ରଧାନ ସଫଳତାର ସହ ଜାପାନ ଗସ୍ତ ସାରି ପୁରୀ ଫେରଛନ୍ତି।ପୁରୀ ରେଳଷ୍ଟେସନରେ ଅପରାହ୍ନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ଏସିଆନ ଚାମ୍ପିୟନସିପ୍‌ ଖେଳିଥିବା ଜମାଟୋ ବୟ

ଏସିଆନ ଚାମ୍ପିୟନସିପ୍‌ ଖେଳିଥିବା ଜମାଟୋ ବୟ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ: ଭାରତୀୟ ପୁରୁଷ ସଫ୍ଟବଲ ଦଳରେ ଓଡିଶାରୁ ଏକ ମାତ୍ର ସଫ୍ଟବଲ ଖେଳାଳି ଭାବେ ପୁରୀର ମନୋଜ ପ୍ରଧାନ ସଫଳତାର ସହ ଜାପାନ ଗସ୍ତ ସାରି ପୁରୀ ଫେରଛନ୍ତି।ପୁରୀ ରେଳଷ୍ଟେସନରେ ଅପରାହ୍ନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ମନୋଜଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ କରିଥିଲେ। ଗତ ସେପ୍ଟେମ୍ବର ୩ ତାରିଖ ଠାରୁ 6ତାରିଖ ପର୍ଯ୍ୟନ୍ତ ଜାପାନର ଟୋକିଓ ସହରରେ ଖେଳାଯାଇଥିବା ଏସିଆନ ଚମ୍ପିୟାନସିପ ରେ ଭାରତୀୟ ଦଳ ପକ୍ଷରୁ ମନୋଜ ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଦଳ ଏହି ଚମ୍ପିୟାନସିପ ରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନ ଅକ୍ତିଆର କରିପାରିଥିଲା। ଗ୍ରୁପ ଓ ଲିଗ ପର୍ଯ୍ୟାୟରେ ଭାରତୀୟ ଦଳ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିବା ବେଳେ ହଙ୍କକଙ୍ଗ, ଚାଇନିଜ ତାଇପାଇ ଓ ସିଙ୍ଗାପୁର ଦଳକୁ ହରାଇଥିବା ବେଳେ ଜାପାନ ଓ ଫିଲିପାଇନ୍ସ ଠାରୁ ହାରିଥିବା ଯୋଗୁଁ ବ୍ରୋଞ୍ଜ ମେଡାଲ ମ୍ୟାଚ ପାଇଁ ମନୋନୀତ ହୋଇଥିଲା।

ତେବେ ଲିଗ ରେ ସିଙ୍ଗାପୁର ଦଳକୁ ହରାଇଥିବା ବେଳେ ବ୍ରୋଞ୍ଜ ମେଡାଲ ମ୍ୟାଚରେ ଦଳ କିନ୍ତୁ ସିଙ୍ଗାପୁର ଠାରୁ ହାରି ଚତୁର୍ଥ ସ୍ଥାନ ଅକ୍ତିଆର କରିଥିଲା। ଜାପାନ ମାଟିରେ ଭାରତୀୟ ଦଳ ପକ୍ଷରୁ ଓଡିଶା ତଥା ପୁରୀ ଜିଲ୍ଲାର ମନୋଜ ଖେଳି ନିଜକୁ ଗୌରବନୀତ୍ୱ ମଣିଥିବା ବେଳେ ଆଗାମୀ ଦିନରେ ଆହୁରି ଉଚ୍ଚକୋଟୀର ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ଜାପାନ ରୁ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳକୁ ଦିଲ୍ଲୀରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ସେଠାରୁ ମନୋଜ ଶୁକ୍ରବର ଦିନ ନନ୍ଦନକାନନ ଏକ୍ସପ୍ରେସ ଯୋଗେ ଦିଲ୍ଲୀରୁ ବାହାରି ଆଜି ପୁରୀ ପହଁଚିଥିଲେ। ପୁରୀର ଗର୍ବ ଓ ଗୌରବମୟ ଏହି ଯୁବ ଅନ୍ତର୍ଜାତୀୟ ସଫ୍ଟବଲ ଖେଳାଳିଙ୍କୁ ସ୍ୱାଗତ କରିବା ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା ,ବୋଲି କହିଛନ୍ତି ରାଜ୍ୟ ସଫ୍ଟବଲ ସଙ୍ଘର ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ।
Published by:Soumyashree Mishra
First published: