News18 Odia Digital
ପୁରୀ: ଶ୍ରୀମନ୍ଦିର (Jagannath Temple)ନୀଳଚକ୍ର ଉପରେ ଡ୍ରୋନ୍ ଉଡାଇବା ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ୍ ଚକ୍ରବର୍ତ୍ତୀYoutuber (Animesh Chakrabarthy)। କଲିକତା(Culcutta)ରୁ ତାଙ୍କୁ ଗିରଫ କରାଯାଇଛି। ଡ୍ରୋନ୍ ଉଡାଇବା ନେଇ ଓଡିଶା ପୋଲିସକୁ ସ୍ୱତନ୍ତ୍ର ଧନ୍ୟବାଦ ଦେଇଥିଲେ ଅନିମେଶ୍। ପରେ ଡ୍ରୋନ୍ (Drone)ଉଡାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଅନିମେଶ୍।
ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା। ଅନିମେଶଙ୍କ ଗିରଫ ନେଇ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରିଛନ୍ତି ଏସପି ବିଶାଲ୍ ସିଂହ (Vishal Singh)।
ଶ୍ରୀମନ୍ଦିରରେ ତୃତୀୟ ଥର; ବାରିକେଡ୍ରେ ପଶିଲା ନାବାଳିକା ମୁଣ୍ଡ
ସୂଚନା ଅନୁଯାୟୀ ଶ୍ରୀମନ୍ଦିର ଉପରେ Drone ଉଡାଇ ଭିଜୁଆଲ୍ ଭାଇରାଲ କରିବା ପ୍ରସଙ୍ଗରେ ଡିଏସ୍ପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ୱାର ଥାନାରେ ପୋଲିସ କେସ ନମ୍ବର ୧୫୦ରେ ମୋକଦମା ରୁଜ୍ଜୁ ହୋଇଥିଲା। ଅଭିଯୁକ୍ତ ଅନିମେଶ ଚୌଧୁରୀ ପଶ୍ଚିମବଙ୍ଗର ଗୁମାର ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ପକ୍ଷରୁ ୧୬୦ crpc ଅଧୀନରେ ନୋଟିସ ଦିଆଯାଇଥିଲା। ନୋଟିସ ଅନୁଯାୟୀ ଜେରା ପାଇଁ ସିଂହଦ୍ଵାର ଥାନା(SinghDwara Thana)ରେ ଅନିମେଶକୁ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଥିଲା। ଘଟଣାର ସରଜମିନ ତଦନ୍ତ ପାଇଁ ତିନିଜଣ ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଥିଲା । ଯାହାର ନେତୃତ୍ବ ପୁରୀ ସିଟି ଡ଼ିଏସପି ଙ୍କୁ ଦିଆଯାଇଥିଲା। ତେବେ ଅଭିଯୁକ୍ତ ଅନିମେଶ ନିଜ youtube channel ରେ ଏହି ଘଟଣାକୁ ନେଇ ଭୁଲ ମଧ୍ୟ ମାଗିଛନ୍ତି।
ଶ୍ରୀମନ୍ଦିର ଚୁଡାରେ ଷ୍ଟଣ୍ଟ୍ ଦେଖିଲେ ଲୋମ ଟାଙ୍କୁରି ଉଠେ; ଜଗାର ଷ୍ଟଣ୍ଟ୍ ମାଷ୍ଟର ଚୁନାରା ସେବାୟତ
ଅଭିଯୁକ୍ତ ଅନିମେଶ ୟୁନିଫାଏଡ ନାମକ ନିଜ youtube channel ରେ ଶ୍ରୀମନ୍ଦିର Drone ଭିଜୁଆଲ୍ ଅପଲୋଡ଼ କରିଥିଲା। ତାକୁ ଯୋଗାଯୋଗ କଲେ ଗୋଟିଏ ଗୋଟିଏ ଆଙ୍ଗେଲର ଫୁଟେଜ ପିଛା କୋଡିଏ ହଜାର ଦାବି କରିଥିଲା ।ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସହ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।