ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସାଧୁ ବେଶରେ ଆସି ମହିଳାଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର; ଯାଞ୍ଚ କରୁଛି ପୋଲିସ

ସାଧୁ ବେଶରେ ଆସି ମହିଳାଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର; ଯାଞ୍ଚ କରୁଛି ପୋଲିସ

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଆଉ ଏପରି ଘଟଣା ଘଟିଛି ଜଳେଶ୍ଵର ଅଞ୍ଚଳରେ । ରିଷ୍ଟ ଖଣ୍ଡନ କହି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ନେଇଛନ୍ତି ଦୁଇ ଲୁଟେରା ।

ସାଧୁ ବେଶରେ ଆସି ମହିଳାଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର; ଯାଞ୍ଚ କରୁଛି ପୋଲିସ
ସାଧୁ ବେଶରେ ଆସି ମହିଳାଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କା
  • News18 Odia
  • Last Updated: November 24, 2021, 5:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ନିଆରା ଅନ୍ଦାଜରେ ବାଲେଶ୍ବରରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି ଲୁଟେରା । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଙ୍ଗଳବାର ଦେଖିବାକୁ ମିଳିଥିଲା । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ବଡ଼ ବଜାର ଛକ ନିକଟରେ ଜୟା ଦେ ନାମକ ଏକ ମହିଳା ବଜାରକୁ ଚୁଡ଼ି କିଣିବା ପାଇଁ ଚାଲି ଚାଲି ଯାଉଥିଲେ । ଠିକ୍ ଏହି ସମୟରେ ଦୁଇ ଜଣ ବ୍ୟକ୍ତି ଆସି ତାଙ୍କ ନିକଟରେ ପହଞ୍ଚିବା ସହିତ ଜୟାଙ୍କ ରିଷ୍ଟ ସମସ୍ୟା ଥିବା କହି ଭୟବିତ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଜୟାଙ୍କ ପୁଅଙ୍କ ବିୟୋଗ ହେବାର ଯୋଗ ରହିଛି ଆଉ ଏଥିପାଇଁ ଜୟା ଦାୟୀ କହିବା ସହିତ ଲୁଟି ନେଇଛନ୍ତି ସୁନା ଅଳଙ୍କାର ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଆଉ ଏପରି ଘଟଣା ଘଟିଛି ଜଳେଶ୍ଵର ଅଞ୍ଚଳରେ । ରିଷ୍ଟ ଖଣ୍ଡନ କହି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ନେଇଛନ୍ତି ଦୁଇ ଲୁଟେରା ।

ଏପରିକି ଜୟାଙ୍କ ପୁତ୍ର ବିୟୋଗ ହେବାର ଯୋଗ ରହିଛି ଆଉ ଏଥିପାଇଁ ଜୟା ଦାୟୀ କହିବା ସହିତ ତୁରନ୍ତ ରିଷ୍ଟ ଖଣ୍ଡନ କରିବା ଆବଶ୍ୟକ ବୋଲି କହିଥିଲେ ଦୁଇ ଲୁଟେରା। ତେବେ ଲୁଟେରାଙ୍କ କଥାରେ ଜୟା ଭୟବିତ ହୋଇପଡ଼ି ତୁରନ୍ତ ସେମାନଙ୍କ କଥା ଶୁଣିବା ପାଇଁ ରାଜି ହୋଇଯାଇଥିଲେ। ଏହା ପରେ ଲୁଟେରା ଆରମ୍ଭ କରିଥିଲେ ମାଷ୍ଟର ପ୍ଲାନ।

ରିଷ୍ଟ ଖଣ୍ଡନ କହି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ନେଇଛନ୍ତି ଦୁଇ ଲୁଟେରା


ଜୟା ଦେ କହିଛନ୍ତି, ‘‘ଲୁଟେରାମାନେ ରିଷ୍ଟ ଖଣ୍ଡନ କରିବା ପାଇଁ ପ୍ରଥମେ ମୁଁ ପିନ୍ଧିଥିବା ଗହଣାକୁ ବାହାର କରି ଏକ ବ୍ୟାଗରେ ରଖିବାକୁ କହିଥିଲେ । ଏହା ପରେ ଜଣେ ଲୁଟେରା ହିନ୍ଦୀରେ ମତେ ପଛକୁ ୫୦ ପାଦ ଚାଲି ଚାଲି ଯିବାକୁ କହିଥିଲେ । ତେବେ ଏହି ଚାଲିବା ସମୟରେ ପଛ ପଟକୁ ଚାହିଁବେ ନାହିଁ ଓ କୌଣସି ବ୍ୟକ୍ତି ସହିତ କଥା ହେବେ ନାହିଁ ବୋଲି ସର୍ତ କରିଥିଲା ଜଣେ ଲୁଟେରା । ମୁଁ ସେମାନଙ୍କ କଥାରେ ବିଶ୍ୱାସ କରି ଚାଲିବା ଆରମ୍ଭ କରିବା ମାତ୍ରେ ସୁନା ଗହଣା ଧରି ଚମ୍ପଟ ମାରିଥିଲେ ସାଧୁ ବେଶରେ ଆସିଥିବା ଦୁଇ ଲୁଟେରା।"

ଧନଞ୍ଜୟ ପ୍ରଧାନ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଆମେ ଯେତେବେଳେ ମହିଳାଙ୍କ ପାଟି ଶୁଣିଲୁ ସେତେବେଳକୁ ବାଇକରେ ଦୁଇ ଜଣ ଖସି ପଳାଇ ଯାଉଥିଲେ । ପୂର୍ବରୁ ମହିଳା ସେମାନଙ୍କ ସହିତ କଥା ହେଉଥିବା ବେଳେ ହଠାତ୍ ପାଟି କରିଥିଲେ କେହି ବି କିଛି ବୁଝିବା ପୂର୍ବରୁ ଚୋର ଦୁଇ ଜଣ ପଳାଇ ଯିବାର ସକ୍ଷମ ହୋଇଥିଲେ ।

ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ ଲୁଟ୍ ଘଟଣା


ଏହି ମାମଲାରେ ତଦନ୍ତ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୋଲିସ ଦୁଇ ଚୋରଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଛାନବିନ ଜାରି ରଖିଛି। ନିକଟରେ ପଶ୍ଚିମ ବଙ୍ଗ ସୀମା ହୋଇଥିବାରୁ ଦୁଇ ଚୋର ଲୁଟ ପରେ ପଶ୍ଚିମ ବଙ୍ଗ ଚାଲିଯିବାର ଯଥେଷ୍ଟ ସମ୍ବାବନା ଥିବା ସନ୍ଦେହ କରୁଥିବା ବେଳେ ଏନେଇ ପୋଲିସ ବିଭିନ୍ନ ଉତ୍ସରୁ ଖବର ସଂଗ୍ରହ କରୁଛି। ପୂରା ଚୋରି ଘଟଣାର ଭିଡିଓ ରେକର୍ଡ ଏକ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ହୋଇଯାଇଥିବା ବେଳେ ଏହାକୁ ଜବତ କରାଯାଇ ତଦନ୍ତ ଜାରି ରହିଛି ।’’
Published by: Lipina Das
First published: November 24, 2021, 5:35 PM IST