ପୋଲ ଉପରୁ ଦୟା ନଦୀକୁ ଡେଇଁପଡ଼ିଲେ ଯୁବକ; ୨୪ ଘଣ୍ଟା ପରେ ବି ମିଳୁନି ଖୋଜ ଖବର

ମଧୁସୁଦନ ଗୁରୁବାର ସକାଳୁ ସକାଳୁ ସ୍କୁଟି ନେଇ ଘରୁ ବାହାରକୁ ଚାଲିଯାଇଥିଲେ l ଦିନ ଯାକ ଘରକୁ ଫେରି ନ ଥିଲେ ସେ l ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ l ହେଲେ ମଧୁସୁଦନଙ୍କର କୌଣସି ପତ୍ତା ପାଇ ନ ଥିଲେ l

ନିଖୋଜ ଯୁବକ ମଧୁସୁଦନ ଖୁଣ୍ଟିଆ; (ଡାହାଣ) ଦୟା ନଦୀରେ ତାକୁ ଖୋଜା ଚାଲିଛି

ନିଖୋଜ ଯୁବକ ମଧୁସୁଦନ ଖୁଣ୍ଟିଆ; (ଡାହାଣ) ଦୟା ନଦୀରେ ତାକୁ ଖୋଜା ଚାଲିଛି

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ସମସ୍ତେ ପୋଲ ଉପରେ ଠିଆ ହୋଇ ବଢ଼ୁଥିବା ବନ୍ୟା ପାଣିକୁ ଦେଖୁଥିଲେ । ହେଲେ ଏହି ଯୁବକ ଜଣକ କାହାକୁ କିଛି ନ କହି ପୋଲ ଉପରେ ନିଜ ସ୍କୁଟିକୁ ରଖି ସିଧା ଦୟା ନଦୀର ବନ୍ୟା ପାଣିକୁ ଡେଇଁ ପଡ଼ିଲେ l ରାସ୍ତା ଉପରେ ଯିବା ଆସିବା କରୁଥିବା ଲୋକେ ଏହା ଦେଖି ଚକିତ ହେଲେ ।

ବନ୍ୟାରେ ଫୁଲି ଉଠିଥିବା ଦୟା ନଦୀର ଅକାତ ପାଣିକୁ ଡେଇଁ ପଡ଼ିଥିବା ଯୁବକଙ୍କ ନାମ ମଧୁସୁଦନ ଖୁଣ୍ଟିଆ (୨୬) l ତାଙ୍କ ଘର କପିଳେଶ୍ଵରର ଖୁଣ୍ଟିଆ ସାହିରେ l ଗୁରୁବାର ଅପରାହ୍ଣ ୧ଟା ବେଳେ ଦୟା ନଦୀ ବ୍ରିଜ ଉପରେ ନିଜ ସ୍କୁଟି ରଖି ପାଣିକୁ ଡେଇଁ ପଡ଼ିଥିଲେ ସେ l ପାଣି ଅଧିକ ଥିବାରୁ ମଧୁସୁଦନଙ୍କ କୌଣସି ଖୋଜ ଖବର ମିଳି ପାରି ନ ଥିଲା l ତାଙ୍କୁ ଖୋଜିବାକୁ ଅଗ୍ନିଶମ ବିଭାଗର ଦୁଇଟି ଉଦ୍ଧାରକାରୀ ଟିମ ଏବେ ବି ଉଦ୍ୟମ ଜାରି ରଖିଛନ୍ତି l

ମଧୁସୁଦନ ଗୁରୁବାର ସକାଳୁ ସକାଳୁ ସ୍କୁଟି ନେଇ ଘରୁ ବାହାରକୁ ଚାଲିଯାଇଥିଲେ l ଦିନ ଯାକ ଘରକୁ ଫେରି ନ ଥିଲେ ସେ l ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ l ହେଲେ ମଧୁସୁଦନଙ୍କର କୌଣସି ପତ୍ତା ପାଇ ନ ଥିଲେ l ଏତିକି ବେଳେ ଧଉଳି ଥାନାରୁ ତାଙ୍କ ଘରକୁ ଫୋନ ଆସିଥିଲା l ଥାନାରୁ କଲ ପାଇବା ପରେ ଘରେ ପଡିଥିଲା କାନ୍ଦ ବୋବାଳି l ସାନ ଭାଇ ଟୁଟୁ ଖୁଣ୍ଟିଆ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ଲିଙ୍ଗିପୁରରେ l ଦିନ ସାଢ଼େ ୧ଟାରୁ ଚାଲିଥିଲା ସର୍ଚ୍ଚ ଅପରେଶନ l ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ କଳ୍ପନା ଦମକଳ କେନ୍ଦ୍ରର ଦୁଇଟି ଟିମ l

ମଧୁସୁଦନ ଖୁଣ୍ଟିଆ


‘‘ବନ୍ୟା ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ଟିମ ଖୋଜାଖୋଜି କରିଥିଲେ, ହେଲେ ସେହି ଯୁବକଙ୍କର କୌଣସି ପତ୍ତା ମିଳି ନ ଥିଲା,’’ କହିଛନ୍ତି ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ।

ତେବେ ବନ୍ୟା ପାଣିକୁ କାହିଁକି ଡେଇଁଲେ ମଧୁସୁଦନ? ପରିବାର ଲୋକଙ୍କ ସହ ତାଙ୍କର କିଛି ପାଟିତୁଣ୍ଡ ହୋଇଥିଲା କି? ଘରର ବା ତାଙ୍କ ନିଜର କୌଣସି ଆର୍ଥିକ ସମସ୍ୟା ଥିଲା କି? ନା ପ୍ରେମରେ ବିଫଳ ହୋଇ ସେ ନଦୀକୁ ଡେଇଁ ପଡ଼ିଥିଲେ? ଏବେ ଏ ସବୁ କିଛି ସ୍ପଷ୍ଟ ହୋଇନି l

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

କେତେକ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ କିଛି ଦିନ ପ୍ରର୍ବରୁ ବାସୁଦେବଙ୍କ ମନ୍ଦିରରେ ଗଣ୍ଡଗୋଳ କରିଥିଲା ମଧୁସୁଦନ l ଏହା ପରେ ମନ୍ଦିର ଭିତରକୁ ନ ଯିବାକୁ ତାକୁ ତାଗିଦ କରାଯାଇଥିଲା l ଏହାକୁ ନେଇ ସେ ଚିନ୍ତାରେ ଥିଲା ।



ମଧୁସୂଦନଙ୍କ ବଡ଼ବାପା କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ‘‘କାହିଁକି ସେ ନଦୀକୁ ଡେଇଁଲା ତାହା ଆମେ ବି ଜାଣିପାରୁନୁ l ଧଉଳି ଥାନାରେ ଏ ସମ୍ପକରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l  ସ୍କୁଟି ଭିତରେ ଥିବା ସବୁ କାଗଜ ପତ୍ର ଯାଞ୍ଚ କରୁଛି ପୋଲିସ ।’’
Published by:Anand Shankar Thankur Das
First published: