ଟିକ୍ ଟକ୍ ଭିଡିଓ ବନେଇ ସାରି ଆତ୍ମହତ୍ୟା କଲେ ଖୋର୍ଦ୍ଧାର ଯୁବକ, କିଛି ନେତାଙ୍କ ନାଆଁ ନେଲେ

‘‘ସେଥିରୁ ମୁଖ୍ୟ କାରଣ ପାଞ୍ଚ ଜଣ ଅଛନ୍ତି । ମୋତେ ବ୍ଲେମ୍ ସଦା ବେଳେ କରନ୍ତି, ରାଜନୀତିକୁ ଟାଣନ୍ତି । ତୁ ଆସେ, ତୁ ଯଦି ଆସିବୁ ଆମ ପଟରେ ରହିବୁ । ତୁ ଆମର କାମ କରିବୁ । ଯଦି କାମ ନ କରିବୁ ତତେ ଆମେ ହଇରାଣ କରିବୁ…,’’ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି ଭଗବାନ ।

ଟିକ୍ ଟକ୍ ଭିଡିଓ ବନେଇ ସାରି ଆତ୍ମହତ୍ୟା କଲେ ଖୋର୍ଦ୍ଧାର ଯୁବକ, କିଛି ନେତାଙ୍କ ନାଆଁ ନେଲେ
ଆତ୍ମହତ୍ୟା କରିଥିବା ଭଗବାନ ସାହୁଙ୍କ ଶରୀରକୁ ଧରିଛନ୍ତି ଦୁଇ ଜଣ ଲୋକ ।
  • News18 Odia
  • Last Updated: February 25, 2020, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଖୋର୍ଦ୍ଧା: ଜଣେ ଯୁବକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଟିକ୍‌ ଟକ୍‌ ଭିଡିଓ ବନେଇ ତାଙ୍କୁ କିଛି ରାଜନୈତିକ ବ୍ୟକ୍ତି ରାଜନୀତିରେ ପ୍ରବେଶ କରାଇବାକୁ ବାଧ୍ୟ କରି ଆସୁଥିଲେ ଓ ସେଥି ପାଇଁ ତାଙ୍କୁ ନାନା ହଇରାଣ ହରକତ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଭଗବାନ ସାହୁ ନାମକ ଏହି ଯୁବକ ଛାଡ଼ିଯାଇଥିବା ଟିକ୍‌ ଟକ୍‌ ଭିଡିଓ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପଞ୍ଚାୟତର ବାସିନ୍ଦା ଭଗବାନ ସାହୁ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପରେ ପଦାକୁ ଆସିଥିବା ଟିକଟକ ଭିଡିଓ ଦେଖି ତାଙ୍କ ପରିବାର ଓ ସ୍ଥାନୀୟ ଲୋକେ ସମସ୍ତେ ଚ଼କିତ ଓ ମର୍ମାହତ ହୋଇଛନ୍ତି ।

ଏହି ଭିଡିଓରେ ଭଗବାନ କହିଛନ୍ତି ଯେ ସେ ଜଣେ ମ୍ୟାଜିସିଆନ (ଯାଦୁଗର)। ସେ ମ୍ୟାଜିକ ଦେଖାଇ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ତାଙ୍କୁ କିଛି ରାଜନୈତିକ ବ୍ୟକ୍ତି ତାଙ୍କୁ ରାଜନୀତିରେ ପ୍ରବେଶ କରାଇବାକୁ ବାଧ୍ୟ କରି ଆସୁଥିଲେ । ସେଥି ପାଇଁ ତାଙ୍କୁ ସେମାନେ ନାନା ହଇରାଣ ହରକତ କରୁଥିଲେ ।

‘‘ଜୟ ଜଗନ୍ନାଥ । ମୁଁ ଭଗବାନ ସାହୁ, ବେଗୁନିଆ ବାସୀ । ମୁଁ ବେଗୁନିଆ ଲୋକଙ୍କ ପାଇଁ ସଦା ବେଳେ ଲଢ଼ିଛି । ସତ୍‌ ବାଟରେ ଲଢ଼ିଛି । ଟଙ୍କାଟେ ଦୁର୍ନିତି କରିନି, କାହାର ଟଙ୍କାଟେ ଖାଇନି,’’ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ସ୍ଥାନେ ଦୁଇ ହାତ ଯୋଡ଼ି କହିଛନ୍ତି ଭଗବାନ ।

ଭଗବାନ ସାହୁଙ୍କ ଟିକ୍‌ ଟକ୍‌ ଭିଡିଓର ଏକ ଛବି ।


‘‘ମୁଁ ନିଜେ ଗୋଟେ ମ୍ୟାଜିସିଆନ୍‌ । କଳା ଦେଖାଏ । ଏହି କଳା ମୋ’ର ଦେଖନ୍ତି ଲୋକ । ଖୁସି ହୁଅନ୍ତି । ମୋ’ ପାଖରେ ମ୍ୟାଜିକ୍‌ ଟ୍ରିକ୍‌ସ ଥିଲା । ମୁଁ ଟିକ୍‌ ଟକ୍‌ କରେ । ଆଉ ସେହି ଟିକ୍‌ ଟକ୍‌ କୁ ନେଇ ମୋତେ ଭୁଲ୍‌ ବାଟରେ ପହଞ୍ଚେଇବା ଲୋକ ହେଲେ… ସେଥିରୁ ମୁଖ୍ୟ କାରଣ ପାଞ୍ଚ ଜଣ ଅଛନ୍ତି । ମୋତେ ବ୍ଲେମ୍‌ ସଦା ବେଳେ କରନ୍ତି, ରାଜନୀତିକୁ ଟାଣନ୍ତି । ତୁ ଆସେ, ତୁ ଯଦି ଆସିବୁ ଆମ ପଟରେ ରହିବୁ । ତୁ ଆମର କାମ କରିବୁ । ଯଦି କାମ ନ କରିବୁ ତତେ ଆମେ ହଇରାଣ କରିବୁ । ଏଇ ଉଦ୍ଦେଶ୍ୟ ତାଙ୍କର,’’ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି ଭଗବାନ ।

ଭଗବାନ ଏହି ଭିଡିଓରେ ଚ଼ାରି ପାଞ୍ଚ ଜଣ ରାଜନେତାଙ୍କ ନାଁ ମଧ୍ୟ ନେଇଛନ୍ତି । କିନ୍ତୁ ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ଏ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି । ଭଗବାନ ନାଁ ନେଇଥିବା ରାଜନେତାମାନେ ତାଙ୍କୁ କିଭଳି ହଇରାଣ ହରକତ କରୁଥିଲେ ଏ ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । ଯଦି ଭଗବାନଙ୍କ ଅଭିଯୋଗରେ ସତ୍ୟତା ଥାଏ, ତେବେ ତାହା ସାଙ୍ଘାତିକ ହୋଇପାରେ । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଭଗବାନଙ୍କ ଟିକ୍‌ ଟକ୍‌ ଭିଡିଓରେ ଥିବା ଅଭିଯୋଗ ଉପରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିନାହିଁ ।
First published: February 25, 2020, 3:04 PM IST
corona virus btn
corona virus btn
Loading