ଭୁବନେଶ୍ବର ୟୁନିଟ ୯ରେ ଖଣ୍ଡାରେ ହାଣିଲେ ଯୁବକଙ୍କୁ; ବାଣୀବିହାର ଛାତ୍ର-ଅଣଛାତ୍ରଙ୍କ ଝଗଡ଼ାର ଫଳ ସନ୍ଦେହ

ଜୟଦେବ କଲେଜରୁ ଯୁକ୍ତ ୩ ପାସ୍ କରିବା ପରେ କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆକାଶ ଦୋରା । କିମସ୍ ହସ୍ପିଟାଲରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କହିଛନ୍ତି ଡାକ୍ତରମାନେ ଓ ତାଙ୍କ ମାଆ ।

ଭୁବନେଶ୍ବର ୟୁନିଟ ୯ରେ ଖଣ୍ଡାରେ ହାଣିଲେ ଯୁବକଙ୍କୁ; ବାଣୀବିହାର ଛାତ୍ର-ଅଣଛାତ୍ରଙ୍କ ଝଗଡ଼ାର ଫଳ ସନ୍ଦେହ
ଆକାଶ ଦୋରା; (ଡାହାଣ) ଆକ୍ରମଣ ପରେ ତାଙ୍କ ସ୍ଥିତି
  • News18 Odia
  • Last Updated: February 16, 2020, 2:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ୟୁନିଟ ୯ରେ ଶନିବାର ରାତିରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମଭାବେ ହଣାଯାଇଛି । ତାଙ୍କ ବାହୁ, ଗୋଡ଼, ପେଟ ଓ ଛାତିର ଅନେକ ଜାଗାରେ ହାଣି ଗଭୀର କ୍ଷତ ସୃଷ୍ଟି କରିବା ପରେ ଘଟଣା ସ୍ଥଳରୁ ଚ଼ାଲିଯାଇଛନ୍ତି ଆକ୍ରମଣକାରୀମାନେ ।

ଏ ଘଟଣା ଘଟିଛି ରାତି ପାଖାପାଖି ୧୦ଟା ବେଳେ ୟୁନିଟ ୯ରେ ଥିବା ଶ୍ରୀକଳା ପଡିଆରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଛନ୍ତି ପି. ଆକାଶ ଦୋରା । ଶ୍ରୀକଳା ପଡ଼ିଆରେ ସେ କିଛି ସାଙ୍ଗମାନଙ୍କ ସହ ବସି କଥା ହେଉଥିବା ସମୟରେ ତାଙ୍କ ଉପରେ ହୋଇଛି ଏହି ମରଣାନ୍ତକ ଆକ୍ରମଣ । ପାଖାପାଖି ୧୫ରୁ ୨୦ ଜଣ ଯୁବକ ଖଣ୍ଡା ଧରି ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏହି ସଙ୍ଘବଦ୍ଧ ଆକ୍ରମଣର ଉଦ୍ଦେଶ୍ୟ ଯେ ତାଙ୍କୁ ହତ୍ୟା କରିବା ଥିଲା ତାହା ତାଙ୍କ ଦେହ ସାରା ହୋଇଥିବା ଗଭୀର କ୍ଷତସବୁରୁ ସହଜେ ଅନୁମେୟ ।

ରକ୍ତାକ୍ତ ଓ ମରଣାସନ୍ନ ଅବସ୍ଥାରେ ଆକାଶଙ୍କୁ ପ୍ରଥମେ ସ୍ପର୍ଶ ହସ୍ପିଟାଲକୁ ନିଆଯାଇଥିଲା ଓ ତା’ ପରେ କିମସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କହିଛନ୍ତି କିମସ୍ ହସ୍ପିଟାଲର ଡାକ୍ତର ଓ ଆକାଶଙ୍କ ମାଆ ସବିତା ଦୋରା ।

ଏ ଘଟଣାକୁ ନେଇ ଶହୀଦ ନଗର ଥାନାରେ ଏକ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚ଼ନା ଅନୁସାରେ ବାଣୀ ବିହାରର କିଛି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କିଛି ଦିନ ହେଲା ଚ଼ାଲିଥିବା ଝଗଡ଼ାର ପରିଣାମ ଏ ଘଟଣା । ପୋଲିସ ଆକାଶଙ୍କ ପରିବାର ତରଫରୁ ଦିଆଯାଇଥିବା ଏଫ୍‌.ଆଇ.ଆର୍‌. ଆଧାରରେ ତଦନ୍ତ ଆରମ୍ଭ କରିଛି । ମଧ୍ୟ ରାତ୍ର ସୁଦ୍ଧା କେହି ଅଟକ ବା ଗିରଫ ହୋଇଥିବାର ସୂଚ଼ନା ନାହିଁ ।

ଆକ୍ରମଣର ଶିକାର ହୋଇଥିବା ଆକାଶ ଦୋରା


ଆକାଶଙ୍କ ଉପରେ ଆକ୍ରମଣ ପରେ ସେ ରକ୍ତାକ୍ତ ହୋଇପଡ଼ିବାରୁ ତାଙ୍କ ସହିତ ଥିବା ତାଙ୍କର ବନ୍ଧୁମାନେ ଡରରେ ଶ୍ରୀକଳା ପଡ଼ିଆରୁ ପଳାୟନ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଆହତ ହୋଇଥିବାର ସୂଚ଼ନା ମିଳିଛି । ପୋଲିସ ସେହି ବନ୍ଧୁମାନଙ୍କୁ ଠାବ କରି ସେମାନଙ୍କ ଠାରୁ ଘଟଣା ବିଷୟରେ ବିଷଦ ବିବରଣୀ ନେବାକୁ ଚ଼େଷ୍ଟା କରିବ ବୋଲି କହିଛନ୍ତି ଜଣେ ଅଧିକାରୀ ।

ଆକ୍ରମଣର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆକାଶଙ୍କ ପରିବାର । ସେମାନଙ୍କ କହିବା ଅନୁସାରେ ଆକାଶ ବାଣୀ ବିହାରର କିଛି ଛାତ୍ରଙ୍କ ଟାର୍ଗେଟରେ ଥିଲେ । ସେ ଜୟଦେବ କଲେଜରୁ ଯୁକ୍ତ ୩ ପାସ୍‌ କରିବା ପରେ କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି କହିଛନ୍ତି ତାଙ୍କ ପରିଜନ ।

‘‘ଗୋଟେ ନିର୍ଦ୍ଦିଷ୍ଟ ଦଳର କିଛି ପିଲା ହଠାତ୍‌ ଆସି ଆମ ଉପରେ ମରଣାନ୍ତକ ଅକ୍ରମଣ କଲେ । ସେମାନେ ହାତରେ ସାତ ଆଠଟି ଖଣ୍ଡା ଧରିଥିଲେ । ଏଇ ପିଲାଟା (ଆକାଶ) ଦୌଡ଼ି ପଳେଇବାକୁ ଚ଼େଷ୍ଟା କରୁଥିବା ବେଳେ ତଳେ ପଡ଼ିଯିବାରୁ ତାକୁ ସେମାନେ ହାଣି ଚ଼ାଲିଲେ ହାଣି ଚ଼ାଲିଲେ ସତେ ଯେମିତି ଜୀବନରୁ ମାରିଦେବେ,’’ କହିଛନ୍ତି ଆକାଶଙ୍କ ଜଣେ ବନ୍ଧୁ ପ୍ରକାଶ ଦାସ ।
First published: February 16, 2020, 2:56 AM IST
corona virus btn
corona virus btn
Loading