ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୩୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ଯୁବ ଉତ୍ସବ

ପୁରୀ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହେବାକୁ ଥିବା ଯୁବ ଉତ୍ସବକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଯୁବ ଉତ୍ସବ

ଯୁବ ଉତ୍ସବ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ପୁରୀ: ପୁରୀ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହେବାକୁ ଥିବା ଯୁବ ଉତ୍ସବକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଗୁରୁବାର ଦିନ ହୋଇଥିବା ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୁବ ବର୍ଗ ମଧ୍ୟରେ ଏହି ପ୍ରତିଯୋଗିତା ପାଇଁ ଓ ଯୋଗ ଦାନ ପାଇଁ ଉତ୍ସାହ ଥିବାରୁ ଏହାକୁ ସରସ ସୁନ୍ଦର ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ ଏହି ଉତ୍ସବ ଚଳିତ ମାସ ୩୦ ତାରିଖରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ।

ଇଂରାଜୀ ବା ହିନ୍ଦୀ ରେ କବିତା ଲିଖନ,ଚିତ୍ରାଙ୍କନ,ଫଟୋଗ୍ରାଫି ,ଲୋକ ନୃତ୍ୟ ଓ ଯୁବ ସମ୍ବାଦ ୨୦୪୭ ବିଷୟକୁ ନେଇ ଆଲୋଚନା ବକ୍ତୃତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସକାଳ ୯ ଘଟିକାରୁ ନାମ ପଞିକରଣ ପରେ ଲୋକ ନୃତ୍ୟ ଓ ଯୁବ ସମ୍ବାଦ ଆଲୋଚନା ବକ୍ତୃତା ପ୍ରତିଯୋଗିତା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ସମସ୍ତ ପ୍ରତିଯୋଗିତା ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହେବ।

ଏହି ବୈଠକରେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଜୋଶୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶ୍ୟାମ ପ୍ରକାଶ ସେନାପତି ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିବେ।
Published by:Soumyashree Mishra
First published: