ଚ଼ଳନ୍ତା ବାଇକ୍‌ରେ ଟିକ୍‌ ଟକ୍‌ ଭିଡିଓ କରିବା ବେଳେ ଟ୍ରକ୍ ସହ ଧକ୍କାରେ ଜଣେ ମୃତ, ଜଣେ ଆହତ

ଟିକ୍‌ ଟକ୍ ନିଶାରେ ଏମିତି ପାଗଳ ଥିଲେ ୟେ ଶଳା-ଭିଣୋଇ ଯୋଡ଼ି ଯେ ସଡ଼କ ସୁରକ୍ଷାର ସବୁ ନିୟମ ଭୁଲି ବାଇକ୍ ଚ଼ଳଉ ଚ଼ଳଉ ଭିଡିଓ ବନାଉଥିଲେ, ଆଉ ସେତିକି ବେଳେ ଘଟିଥିଲା ଦୁର୍ଘଟଣା । ଉଭୟ ଯୁବକ ହେଲମେଟ୍ ବି ପିନ୍ଧି ନ ଥିଲେ ।

ଚ଼ଳନ୍ତା ବାଇକ୍‌ରେ ଟିକ୍‌ ଟକ୍‌ ଭିଡିଓ କରିବା ବେଳେ ଟ୍ରକ୍ ସହ ଧକ୍କାରେ ଜଣେ ମୃତ, ଜଣେ ଆହତ
ଦୁର୍ଘଟଣା ସ୍ଥଳର ଦୃଶ୍ୟ ଓ (ଡାହାଣ) ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ଯୁବକ ଦ୍ୱୟ
  • News18 Odia
  • Last Updated: January 17, 2020, 11:13 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଟିକ୍‌ ଟକ୍ ନିଶାରେ ଏମିତି ପାଗଳ ଥିଲେ ୟେ ଶଳା-ଭିଣୋଇ ଯୋଡ଼ି ଯେ ସଡ଼କ ସୁରକ୍ଷାର ସବୁ ନିୟମ ଭୁଲି ବାଇକ୍‌ ଚ଼ଳଉ ଚ଼ଳଉ ଭିଡିଓ ବନାଉଥିଲେ, ଆଉ ସେତିକି ବେଳେ ଘଟିଥିଲା ଘଟିଥିଲା । ଭିଣୋଇଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।ଶାଳକ ଗୁରୁତରଭାବେ ଆହତ ହୋଇ ଏବେ ଚ଼ିକିତ୍ସାଧୀନ ଅଛନ୍ତି ।

ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ଖରୁଜିଆ ଓଭରବ୍ରିଜ ନିକଟରେ । ଚ଼ଳନ୍ତା ବାଇକ୍‌ରେ ଟିକ୍‌ ଟକ୍‌ ଭିଡିଓ କରିବା ସମୟରେ ଟ୍ରକ୍‌ ସହ ପିଟି ହୋଇଥିଲା ଏହି ଦୁଇ ଯୁବକଙ୍କ ବାଇକ୍‌ । ଫଳରେ ଘଟଣା ସ୍ଥଳରେ ଭିଣୋଇ ଶିବଶଙ୍କର ସାହୁଙ୍କ ମୃତ୍ୟୁ ହୋଇଥିଲା । ଶାଳକ ଶିବ ପାତ୍ର ଗୁରୁତରଭାବେ ଆହତ ହୋଇଥିଲେ । ଉଭୟ ଯୁବକ ହେଲମେଟ୍‌ ବି ପିନ୍ଧି ନ ଥିଲେ ।

ମୃତ ଭିଣୋଇ ଶିବଶଙ୍କର ସାହୁଙ୍କ ଘର ହଳଦିଆପଦରରେ । ଗୁରୁତର ଆହତ ହୋଇଥିବା ଶିବ ପାତ୍ରଙ୍କ ଘର ଗୋଳନ୍ଥରା ବୋଲି ଜଣାପଡ଼ିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

[caption id="attachment_3881" align="alignnone"
First published: January 17, 2020, 11:13 AM IST