କୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା; ଆପଣେଇଛନ୍ତି ବିରାଟଙ୍କ ଷ୍ଟାଇଲ

କେନ୍ଦ୍ରାପଡ଼ା ନୟନ ବିହାରର ୩ ବର୍ଷ ନଅ ମାସର ପୁଅ ଆହ୍ବାନ ମଲ୍ଲ । ପିଲାଟି ଦିନରୁ ଟିଭିରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖି ପ୍ରଭାବିତ ହେବା ପରେ ସେ ଏବେ କ୍ରିକେଟରେ ଖେଳିବାରେ ଲାଗିପଡ଼ିଛନ୍ତି ।

କୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା ହେଉଛି (ପ୍ରତୀକାତ୍ମକ ଛବି)

କୁନି କ୍ରିକେଟର ଆହ୍ବାନ ମଲ୍ଲଙ୍କୁ ନେଇ ଚର୍ଚ୍ଚା ହେଉଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ବୟସ ମାତ୍ର ୩ ବର୍ଷ ନଅ ମାସ । କିନ୍ତୁ ତାଙ୍କର କ୍ରିକେଟ ଖେଳ ଯିଏ ଦେଖେ ସେ ଆବାକ ହୋଇ ରହିଯାଏ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ନୟନ ବିହାରର ପ୍ରାଜ୍ଞ ବେଦବ୍ୟାସଙ୍କ ପୁଅ ଆହ୍ବାନ ମଲ୍ଲ । ଆଗାମୀ ଦିନରେ ପାଠପଢ଼ା ସହିତ କ୍ରିକେଟକୁ ନେଇ ଭବିଷ୍ୟତ ଗଢ଼ିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ଆହ୍ବାନଙ୍କ ପରିବାର ଲୋକେ ।

ଆହ୍ବାନ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକର କୋଟିଲିଙ୍ଗ ଗ୍ରାମରେ ନିଜ ମାମୁଁଙ୍କ ଘରେ ରହୁଛନ୍ତି । ପିଲାଟି ଦିନରୁ ଟିଭିରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖି ପ୍ରଭାବିତ ହେବା ପରେ ସେ ଏବେ କ୍ରିକେଟରେ ଖେଳିବାରେ ଲାଗିପଡ଼ିଛନ୍ତି ।

ସେ ହେଉଛନ୍ତି ବିରାଟ କୋହଲିଙ୍କ କୁନି ଫ୍ୟାନ। ତାଙ୍କ କ୍ରିକେଟ ନିଶାକୁ ଦେଖିଲେ ଯେକେହି ମଧ୍ୟ ଆବାକ ହୋଇ ଯାଉଛନ୍ତି । କେବଳ ଯେ କ୍ରିକେଟ ଖେଳୁଛନ୍ତି ତାହା ନୁହେଁ ବିରାଟଙ୍କ ପରି ସଟ୍ ମାରି ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ଆହ୍ବାନଙ୍କୁ ଯେତେବେଳେ ୨ ବର୍ଷ ୪ ମାସ ହୋଇଥିବା ବେଳେ ଟିଭି ଦେଖି କ୍ରିକେଟ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାକୁ ଦେଖି ଆହ୍ବାନଙ୍କ ବାପା କ୍ରିକେଟ ଖେଳିବା ନିମନ୍ତେ ସମସ୍ତ ପ୍ରକାରର ସରଞ୍ଜାମ କ୍ରୟ କରି ତାଙ୍କୁ ଦେଇଥିଲେ । ଏହାପରେ ସେ ଟିଭି ଦେଖି ବିରାଟ କୋହଲିଙ୍କ ପରି ସଟ୍‌ ମାରିବା ପାଇଁ ଧିରେ ଧିରେ ଚେଷ୍ଟା କରୁଥିଲେ ।

‘‘ବର୍ତ୍ତମାନ ପ୍ରାୟ ଦେଢ଼ ବର୍ଷର ଟ୍ରେନିଂ ପରେ ଏବେ କ୍ରିକେଟର ଅନେକ ସଟ୍‌ ଖେଳିବାରେ ଧୁରନ୍ଦର ହୋଇଗଲେଣି ଆହ୍ବାନ । ଷ୍ଟ୍ରେଟ ଡ଼୍ରାଇଭ୍‌, କୋଭର ଡ଼୍ରାଇଭ ସହ ଅନ୍ୟାନ୍ୟ ସଟ ଖେଳୁଛି ବିରାଟଙ୍କ ଭଳି । ଆହ୍ବାନଙ୍କ କ୍ରିକେଟ ଖେଳ ଦେଖିବା ନିମନ୍ତେ ବେଶ ଆକର୍ଷଣୀୟ ରହୁଛି । ନିଜ ମାମୁଁଙ୍କ ଘର ନିକଟରେ ରହିଥିବା ପଡ଼ିଆରେ ଆହ୍ବାନଙ୍କୁ ଟ୍ରେନିଂ ଦେଇଥିବା ତାଙ୍କ ବାପା ଓ ମାମୁଁ । ଏତେ କମ ବୟସରେ ଭଲ କ୍ରିକେଟ ଖେଳୁଥିବା ବେଳେ ଆଗାମୀ ଦିନରେ ତାଙ୍କୁ କ୍ରିକେଟ ଏକାଡ଼େମୀରେ ନାମ ଲେଖାଇବା ସହିତ ଆହୁରି ଭଲ ଖେଳିବ ସେ ନେଇ ଚେଷ୍ଟା ଜାରି ରହିବ,"କହିଛନ୍ତି ଆହ୍ବାନଙ୍କ ବାପା ପ୍ରାଜ୍ଞ ବେଦବ୍ୟାସ ।

‘‘ପିଲାଟି ଦିନରୁ ଆହ୍ବାନଙ୍କ ଖେଳ ପ୍ରତି ଅଧିକ ଇଚ୍ଛା ରହିଥିବା ଯୋଗୁଁ ପରିବାର ଲୋକଙ୍କ ସହ ତାଙ୍କ ମା ମଧ୍ୟ ତାଙ୍କୁ ସମର୍ଥନ ଦେଉଥିଲେ । ପାଠପଢ଼ା ସମୟରେ ପାଠ ପଢ଼ୁଥିବା ବେଳେ ଅନ୍ୟ ସମୟରେ ସେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ । ଗାଁ ପଡ଼ିଆରେ ଛୋଟ ଛୋଟ ପିଲାଙ୍କ ସହିତ କ୍ରିକେଟ ଖେଳୁଥିବା ସମୟରେ ସମସ୍ତେ ଆହ୍ବାନଙ୍କ ବେଟିଂଙ୍କୁ ନେଇ ପ୍ରଶଂସା କରୁଥିଲେ । ଧିରେ ଧିରେ ଆହ୍ବାନଙ୍କ ବୋଟିଂ ଭଲ ହେଉଥିବା ବେଳେ ପାଠପଢ଼ା ସହିତ ଆଗାମୀ ଭବିଷ୍ୟତରେ କ୍ରିକେଟ ପ୍ରତି ଯେଉଁ ରୁଚି ରହିଛି ତାହାକୁ ମଧ୍ୟ ପୂରଣ କରାଯିବ । ବଡ଼ ହେବା ପରେ ଭଲ ଟ୍ରେନିଂ ପାଇ ଓଡ଼ିଶା ସହ ଭାରତ ପାଇଁ ଆହ୍ବାନ କ୍ରିକେଟ ଖେଳିବ,‘‘ କହିଛନ୍ତି ଆହ୍ବାନଙ୍କ ମା ଆଶାଲତା ପଟ୍ଟନାୟକ ।

‘‘ଏତେ ଛୋଟ ବୟସରେ ନିଜ ସାଙ୍ଗସାଥିଙ୍କ ସହିତ ହସଖୁସୀରେ ଖେଳିବା ଅପେକ୍ଷା ଆହ୍ବାନ କ୍ରିକେଟ ଖେଳିବାକୁ ବେଶି ଭଲ ପାଏ । ତେଣୁ ଏତେ କେମ ବୟସରେ ସେ ଭଲ କ୍ରିକେଟ ଖେଳୁଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କେବଳ ଯେ ଭଲ ଖେଳୁଛନ୍ତି ତାହା ନୁହେଁ ବରଂ ବିରାଟ କୋହଲିଙ୍କ ପରି ଷ୍ଟାଇଲରେ ଖେଳିବା ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି । ତେଣୁ ଆଗାମୀ ଦିନରେ ମଧ୍ୟ ସେ ଏଭଳି ଭଲ କ୍ରିକେଟ କିଭଳି ଖେଳି ପରିବାର ପାଇଁ ଗୌରବ ଆଣିବ ସେ ନେଇ କାମ କରାଯିବ,‘‘କହିଛନ୍ତି ଆହ୍ବାନଙ୍କ ଜେଜେବାପା ଅମୂଲ୍ୟ କୁମାର ମଲ୍ଲ ।

କୁନି ବୟସରେ ଆହ୍ବାନଙ୍କ ଏଭଳି କ୍ରିକେଟ ଖଷଳକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଆଗାମୀ ଦିନରେ କ୍ରିକେଟକୁ ନେଇ ଭବିଷ୍ୟତ ଗଠନ କରିବା ନେଇ ଆଶାବାଦୀ ଅଛନ୍ତି ତାଙ୍କ ପରିବାର ଲୋକେ ।
Published by:Soumya Das
First published: