ବିଶ୍ବସ୍ତରରେ ଓଡ଼ିଶା ଓ ଓଡ଼ିଆଙ୍କ ଦକ୍ଷତାକୁ କରିବ ପ୍ରଚାର କରିବ 'ୟଙ୍ଗ ଟିଙ୍କର'

ନାସାର ଏକ ଅନ୍ତରୀକ୍ଷ ଅଭିଯାନରେ ୟଙ୍ଗ ଟିଙ୍କର ଟିମ୍‌ର ଅଧିକ ସଦସ୍ୟଙ୍କ ଉଦ୍ୟମ ସଫଳଭାବେ ଯୋଡ଼ି ହେବାକୁ ଯାଉଛି । ଆଗକୁ ବିଶ୍ୱସ୍ତରରେ ଏହି ଅନୁଷ୍ଠାନ ଅନ୍ତରୀକ୍ଷ ଅଭିଯାନଠାରୁ ଆରମ୍ଭ କରି ରୋଵୋଟିକସ ଭଳି କ୍ଷେତ୍ରରେ ଅଧିକ ସଫଳ ହେବେ ବୋଲି ଆଶା କରାଯାଉଛି ।

ଓଡ଼ିଶା ଓ ଓଡ଼ିଆଙ୍କ ଦକ୍ଷତାକୁ କରିବ ପ୍ରଚାର କରିବ 'ୟଙ୍ଗ ଟିଙ୍କର' (ପ୍ରତୀକାତ୍ମକ ଛବି)

ଓଡ଼ିଶା ଓ ଓଡ଼ିଆଙ୍କ ଦକ୍ଷତାକୁ କରିବ ପ୍ରଚାର କରିବ 'ୟଙ୍ଗ ଟିଙ୍କର' (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ୨୦୨୧ ମସିହାରେ ନାସା ପକ୍ଷରୁ ଆରମ୍ଭ ହୋଇଥିବା ଅନ୍ତରୀକ୍ଷ ଅଭିଯାନର ଏସ୍‌ଆର-୭ ରକେଟ୍ ଲଞ୍ଚରେ ବ୍ୟବହାର ହୋଇଥିଲା ଓଡ଼ିଆ ପିଲାଙ୍କ କାରିଗରୀ, ଯାହା  ସେ ସମୟରେ ସଫଳ ହେବା ସହ ଚର୍ଚ୍ଚାରେ ଥିଲା । ଏହି ସଫଳତାର ଶ୍ରେୟ ଥିଲା ଭୁବନେଶ୍ୱରସ୍ଥିତ ୟଙ୍ଗ୍ ଟିଙ୍କର ଅନୁଷ୍ଠାନର । ସାରା ବିଶ୍ୱରେ ଏହି ଟିମ୍‌କୁ ୩ ନମ୍ବର ର‌୍ୟାଙ୍କ ମିଳିଥିଲା । ଖୁସିର କଥା, ବର୍ଷକ ବ୍ୟବଧାନରେ ପୁଣିଥରେ ଏହି ୟଙ୍ଗ ଟିଙ୍କର ଅନୁଷ୍ଠାନର ଶିକ୍ଷାନବିଶମାନେ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି।

ସାରା ବିଶ୍ୱରେ ଯେତେବେଳେ କୋଭିଡ଼ ସଂକ୍ରମଣ ମାରାତ୍ମକ ସାବ୍ୟସ୍ତ ହୋଇଥିଲା ସେଭଳି ସମୟରେ ନିଜ ନିଜର ଆଇଡ଼ିଆକୁ ବାସ୍ତବ ରୂପ ଦେବା ପାଇଁ ଆନ୍ତରିକତାର ସହ ଲାଗି ପଡ଼ିଥିଲେ ଯୁବ ଓ ବୟସ୍କ ବୈଜ୍ଞାନିକ। ବିଶେଷକରି ଏହି ସମୟରେ ନାସା ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତରୀକ୍ଷ ଅଭିଯାନର ରକେଟ୍ ଏସଆର-୭ରେ ବ୍ୟବହାର ହୋଇଥିଲା ସ୍ୱତନ୍ତ୍ର ଯନ୍ତ୍ରାଂଶ, ଯାହା ଅନ୍ତରୀକ୍ଷ ଅଭିଯାନକୁ ସଫଳ କରିଥିଲା । ଏହି ଯନ୍ତ୍ରାଂଶ ତିଆରି ସଫଳତାର ଶ୍ରେୟ ଯାଇଥିଲା ଭୁବନେଶ୍ୱରସ୍ଥିତ ୟଙ୍ଗ୍ ଟିଙ୍କର ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ । ସାରା ବିଶ୍ୱରେ ଏଭଳି ସଫଳତା ପାଇଁ ଏହି ଟିମ୍‌କୁ ୩ ନମ୍ବର ର‌୍ୟାଙ୍କ ମଧ୍ୟ ମିଳିଥିଲା ।

ଏବେ ଗୋଟିଏ ବର୍ଷ ବ୍ୟବଧାନରେ ଯେତେବେଳେ କୋଭିଡ଼ର ପ୍ରଭାବ କମି କମି ଆସୁଛି, ସେଭଳି ସମୟରେ ଏହି  ୟଙ୍ଗ ଟିଙ୍କର ଟିମ୍ ଅଧିକ ଉତ୍ସାହର ସହ କାମରେ ଲାଗି ପଡ଼ିଛି । ଏନେଇ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ୟଙ୍ଗ୍ ଟିଙ୍କର କାର୍ଯ୍ୟାଳୟରେ ଚାଲିଛି ଜୋରଦାର ପ୍ରସ୍ତୁତି । ଟିମ୍‌ରେ ଅଛନ୍ତି ୮ରୁ ୧୮ ବର୍ଷ ବୟସ୍କ ଯୁବ ବୈଜ୍ଞାନିକ, ଯେଉଁମାନେ ନାସାର ଆଗାମୀ ଅନ୍ତରୀକ୍ଷ ଅଭିଯାନରେ ଭାଗ ନେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ୟଙ୍ଗ ଟିଙ୍କର ଟିମ୍‌ର ମୁଖ୍ୟ ଇଂ. ଅନୀଲ ପ୍ରଧାନ କହିଛନ୍ତି,"ପ୍ରତି ଟାସ୍କ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କେବଳ ନିର୍ଦ୍ଦିଷ୍ଟ ନାସା ପ୍ରକଳ୍ପରେ ନୁହେଁ, ୩ଡ଼ି ପ୍ରିଂଟିଂ, ରୋବୋଟିସ୍କ୍ ଓ ଅନ୍ତରୀକ୍ଷ ଭଳି ଅଭିଯାନ କାର୍ଯ୍ୟକ୍ରମରେ ଏହି ୟଙ୍ଗ୍ ଟିଙ୍କର ଛାତ୍ରଛାତ୍ରୀମାନଙ୍କୁ ନିଜ ଦକ୍ଷତାର ବିକାଶ ପାଇଁ ସୁଯୋଗ ରହିଛି"।

ରୋବୋଟିସ୍କ ସହିତ ଏଠାରେ ସ୍ପେସ୍ ସାଟ୍‌ଲାଇଟ, ରକେଟ୍ ସାଇନ୍ସ, ୩ଡ଼ି ପ୍ରିଂଟିଂ ଉପରେ ଅଧିକ ଗୁୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗ୍ରାମାଞ୍ଚଳରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଥିବା ବେଳେ ଏବେ ଭୁବନେଶ୍ୱରରେ ଏହାର ସ୍ୱତନ୍ତ୍ର କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ମୁଖ୍ୟତଃ ଓଡ଼ିଶାରେ ଅଧିକରୁ ଅଧିକ ଛାତ୍ରଛାତ୍ରଙ୍କୁ ସ୍ପେସ୍ ସାଟେଲାଇଟ୍ ଓ ରକେଟ ସାଇନ୍ସ ଭଳି କାର୍ଯ୍ୟକ୍ରମରେ ସାମିଲ କରିବା ଏହାର ଲକ୍ଷ୍ୟ ।

ଏହି ଧାରାରେ ଏ ପର୍ଯ୍ୟନ୍ତ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ୫ ହଜାର ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅଧିକ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅନୁଷ୍ଠାନର ଶିକ୍ଷଣୀୟ ଧାରାକୁ ନେଇ ୟଙ୍କ ଟିଙ୍କର ଟିମ୍‌ର ସମସ୍ତ ସଦସ୍ୟ ବେଶ୍ ଉତ୍ସାହିତ । ନିଜର ପ୍ରକଳ୍ପକୁ ନେଇ ସେମାନେ ଅନ୍ତର୍ଜାତୀୟସ୍ତରରେ ନାମ କମାଇବାକୁ ଆଶା ବାନ୍ଧିଛନ୍ତି ବୋଲି ମତ ରଖିଛନ୍ତି ଯୁବ ଶିକ୍ଷା ନବୀସ ଭେଙ୍କଟରମଣ ପଟ୍ଟନାୟକ ଓ ଦିପାୟନ ଜେନା। ମୋଟ ଉପରେ ଏହି ଅନୁଷ୍ଠାନର ଲକ୍ଷ୍ୟ ଓଡ଼ିଶା ପିଲାଙ୍କ ଭିତରେ ଥିବା ଦକ୍ଷତାକୁ ସାରା ବିଶ୍ୱରେ ବିକଶିତ କରିବା ।
Published by:Soumya Das
First published: